ଭାରତର ୪୮ ତମ ପ୍ରଧାନ ବିଚାରପତି ହେଲେ ଏନଭି ରାମଣା; ସମାରୋହରେ ପିଏମ ମୋଦୀ ଉପସ୍ଥିତ ଥିଲେ

Justice NV Ramana Sworn: ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଉପସ୍ଥିତ ଥିଲେ । ଜଷ୍ଟିସ ରାମଣା ଈଶ୍ୱରଙ୍କୁ ସାକ୍ଷୀ ରଖି ଇଂରାଜୀରେ ଶପଥ ଗ୍ରହଣ କରିଥିଲେ ।

ଭାରତର ୪୮ ତମ ପ୍ରଧାନ ବିଚାରପତି ହେଲେ ଏନଭି ରାମଣା; ସମାରୋହରେ ପିଏମ ମୋଦୀ ଉପସ୍ଥିତ ଥିଲେ
ଭାରତର ୪୮ ତମ ପ୍ରଧାନ ବିଚାରପତି ହେଲେ ଏନଭି ରାମଣା
  • News18 Odia
  • Last Updated: April 24, 2021, 1:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟକୁ ଜଣେ ନୂତନ ବିଚାରପତି ମିଳିଛି । ଶନିବାର ଦିନ ଜଷ୍ଟିସ୍ ଏନ ଭେଙ୍କଟା ରାମଣା ଭାରତର ୪୮ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ଗ୍ରହଣ କରିଥିଲେ । ଜଷ୍ଟିସ ରାମଣାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହୋଇଥିଲା । CJI ର ଏହି ପ୍ରୋଗ୍ରାମ୍ ବହୁତ ସଂକ୍ଷିପ୍ତ ଥିଲା ।

ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଉପସ୍ଥିତ ଥିଲେ । ଜଷ୍ଟିସ ରାମଣା ଈଶ୍ୱରଙ୍କୁ ସାକ୍ଷୀ ରଖି ଇଂରାଜୀରେ ଶପଥ ଗ୍ରହଣ କରିଥିଲେ । ଏହାପୂର୍ବରୁ CJI ଥିବା ଜଷ୍ଟିସ ଶରଦ ଅରବିନ୍ଦ ବବଡେ ଶୁକ୍ରବାର ଏହି ପଦରୁ ଅବସର ନେଇଛନ୍ତି । ବିଶେଷ କଥା ହେଉଛି ରାମଣା ଆନ୍ଧ୍ର ପ୍ରଦେଶ କୋର୍ଟର ପ୍ରଥମ ବିଚାରପତି ହେବେ ଯାହାଙ୍କୁ ପ୍ରଧାନ ବିଚାରପତିଙ୍କ ଦାୟିତ୍ୱ ଦିଆଯାଇଛି ।

ଜଷ୍ଟିସ୍ ରାମଣା କିଏ?
CJI ଭାବରେ ଜଷ୍ଟିସ୍ ରାମଣାଙ୍କ କାର୍ଯ୍ୟକାଳ ୧ ବର୍ଷ ୪ ମାସ ହେବ । ସେ ୨୬ ଅଗଷ୍ଟ ୨୦୧୨ ରେ ଏହି ପଦରୁ ଅବସର ନେବେ । ରାମଣା ୨୭ ଅଗଷ୍ଟ ୧୯୫୭ ରେ ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇନଗତ ପାରି ଖେଳିବା ପୂର୍ବରୁ ସେ ଏକ ବଡ଼ ତେଲୁଗୁ ଖବରକାଗଜ ସହିତ ସାମ୍ବାଦିକ ଭାବରେ ନିଜର କରିୟର ଆରମ୍ଭ କରିଥିଲେ । ଫେବୃଆରୀ ୧୯୮୩ ରେ ସେ ଆଇନ ପ୍ରାକ୍ଟିସରେ ଏଣ୍ଟ୍ରି କରିଥିଲେ ।

ତାଙ୍କୁ ୨୭ ଜୁନ୍ ୨୦୦୦ ରେ ହାଇ କୋର୍ଟର ସ୍ଥାୟୀ ବିଚାରପତି ଘୋଷିତ କରାଯାଇଥିଲା । ଏହି ସମୟ ମଧ୍ୟରେ ସେ ଆନ୍ଧ୍ର ପ୍ରଦେଶ ହାଇ କୋର୍ଟର କାର୍ଯ୍ୟନିର୍ବାହୀ CJI ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ଏହା ପରେ ୨ ସେପ୍ଟେମ୍ବର ୨୦୧୩ ରେ ସେ ଦିଲ୍ଲୀ ହାଇ କୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ ଓ ୧୭ ଫେବୃଆରୀ ୨୦୧୪ ରେ ସୁପ୍ରିମ କୋର୍ଟରେ ବିଚାରପତି ଭାବରେ ପହଞ୍ଚିଥିଲେ । ସୁପ୍ରିମ କୋର୍ଟର ୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରାମଣା ୧୫୬ ଟି ରାୟ ଶୁଣାଇଛନ୍ତି ।
Published by: Jagdish Barik
First published: April 24, 2021, 1:41 PM IST