Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ

How 11 ministers in Modi cabinet resigned after a phone call | ଯେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାର୍ଯ୍ୟକାଳରେ ତାଙ୍କର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ କରିବାକୁ ପ୍ରସ୍ତୁତ ହେଲେ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା (BJP president JP Nadda) ବି ହାତରେ ଫୋନ୍ ଧରି ବସିପଡ଼ିଲେ ।

Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ
ରାଷ୍ଟ୍ରପତି ଭବନର ଦରବାର ହଲରେ ରାଷ୍ଟ୍ରପତିଙ୍କ ସହ ସବୁ ୪୩ ଜଣ ମନ୍ତ୍ରୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (PM Narendra Modi) ମନ୍ତ୍ରିମଣ୍ଡଳର ଚାରି ଜଣ ବରିଷ୍ଠ ମନ୍ତ୍ରୀ – ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ହର୍ଷ ବର୍ଦ୍ଦନ ଓ ରମେଶ ପୋଖରିଆଲ 'ନିଶଙ୍କ' – ସନ୍ଧ୍ୟାରେ ମୋଦୀ କ୍ୟାବିନେଟର ସମ୍ପ୍ରସାରଣ (Modi cabinet expansion) ପୂର୍ବରୁ ବୁଧବାର ଦିନ ଇସ୍ତଫା ଦେଇଥିବା ୧୧ ଜଣ ମନ୍ତ୍ରୀଙ୍କ ମଧ୍ୟରେ ସାମିଲ ଥିଲେ । ଏହି ସବୁ ମନ୍ତ୍ରୀମାନଙ୍କ ଇସ୍ତଫା ପୂର୍ବରୁ କିମ୍ବା ପରେ କୌଣସି ପ୍ରକାର ତୀବ୍ର ପ୍ରତିକ୍ରିୟା ନ ଥିଲା । ଯଦି ସରକାରୀ ସୂତ୍ରଙ୍କୁ ବିଶ୍ୱାସ କରାଯାଏ, ତେବେ ଏହି ମନ୍ତ୍ରୀମାନଙ୍କ ଇସ୍ତଫା ପାଇଁ କେବଳ ଏକ ଫୋନ୍ କଲ୍ ଆବଶ୍ୟକ ପଡ଼ିଥିଲା ।

କେବଳ ଗୋଟିଏ ଫୋନ୍‌ କଲ ଆସିଲା, ଆଉ ବରିଷ୍ଠ ମନ୍ତ୍ରୀ ପଦରେ ଥିବା ଏହି ଅବିଜ୍ଞ ରାଜନୈତିକ ନେତାମାନେ ଇସ୍ତଫା ଦେଇଥିଲେ । ଦଳର ଅନୁଶାସନ ଓ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ତାଙ୍କ ପାଇଁ ଯଥେଷ୍ଟ ଥିଲା ।ଭାରତୀୟ ରାଜନୀତିରେ ଏହା ପୂର୍ବରୁ ଏମିତି ଉଦାହରଣ କ୍ୱଚିତ୍ ଦେଖାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

ସି.ଏନ୍.ଏନ୍.-ନ୍ୟୁଜ୍୧୮କୁ ସରକାରୀ ସୂତ୍ରମାନେ କହିଛନ୍ତି ଯେ ଯେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାର୍ଯ୍ୟକାଳରେ ତାଙ୍କର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ କରିବାକୁ ପ୍ରସ୍ତୁତ ହେଲେ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା (BJP president JP Nadda) ବି ହାତରେ ଫୋନ୍‌ ଧରି ବସିପଡ଼ିଲେ । ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା କରିବାର ସମୟ ଯେତେବେଳେ ପାଖେଇ ଆସିଲା ନଡ୍ଡା ସେହି ୧୧ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ଫୋନ୍‌ କରି ଇସ୍ତଫା ଦେବାକୁ କହିଥିଲେ । ପ୍ରଧାନ ମନ୍ତ୍ରୀ ମୋଦିଙ୍କ ନୂଆ କ୍ୟାବିନେଟରେ କିଛି ନୂଆ ଚେହେରାଙ୍କୁ ସାମିଲ୍‌ କରି ଏହାକୁ ବଡ ଓ ବୋଲ୍ଡ କରିବର ଯୋଜନା କରିଥିଲା ଦଳ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆକାଶବାଣୀ... ଖବର ପଢ଼ୁଛନ୍ତି... ନା, ଆଉ ଖବର ପଢ଼ିବେନି ଉପେନ୍ଦ୍ର କୁମାର ପାହାଡ଼ ସିଂ

ତା’ ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (President Ram Nath Kovind) ଜଣେ ପରେ ଜଣେ କରି ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ହର୍ଷ ବର୍ଦ୍ଧନ, ରମେଶ ପୋଖ୍ରିଆଲ 'ନିଶଙ୍କ', ଡି.ଭି. ସଦାନନ୍ଦ ଗୌଡ, ସନ୍ତୋଷ ଗଙ୍ଗୱାର, ସଞ୍ଜୟ ଧୋଟ୍ରେ, ଦେବଶ୍ରୀ ଚୌଧୁରୀ, ରତନ ଲାଲ କଟାରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବାବୁଲ ସୁପ୍ରିଓଙ୍କ ଇସ୍ତଫା ପତ୍ର ପାଇଥିଲେ ଓ ତାକୁ ତୁରନ୍ତ ଗ୍ରହଣ କରିଥିଲେ ।

ଏହା ବି ପଢ଼ନ୍ତୁ | ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଗଲା; ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କା ଦେଲା

ନୂଆ କ୍ୟାବିନେଟରେ ସାମିଲ୍‌ ହୋଇଥିବା ୩୬ଟି ନୂଆ ଚେହେରାଙ୍କ ମଧ୍ୟରୁ ଆଠ ଜଣ ଆଇନଜୀବୀ, ଚାରି ଜଣ ଡାକ୍ତର, ଦୁଇ ଜଣ ପୂର୍ବତନ ଆଇ.ଏ.ଏସ୍. ଅଧିକାରୀ ଓ ଚାରି ଜଣ ଏମ୍‌.ବି.ଏ. ଡିଗ୍ରୀଧାରୀ ଅଛନ୍ତି । କେତେକ ରାଜ୍ୟରେ ହେବାକୁ ଥିବା ବିଧାନ ସଭା ନିର୍ବାଚନ ଓ ୨୦୨୪ର ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମ୍ପ୍ରସାରଣ କରାଯାଇଛି ।



ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସମାରୋହରେ ୧୫ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ୨୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଉଭୟ ନୂଆ ଚେହେରା ଓ ବରିଷ୍ଠ ନେତା ସାମିଲ ଥିଲେ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମସ୍ତ COVID ପ୍ରୋଟୋକଲ୍‌ ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ପାଇଥିବା ସାତ ଜଣ ମନ୍ତ୍ରୀଙ୍କ ସମେତ ମୋ’ଟ ୪୩ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ ।
Published by: Anand ST Das
First published: July 8, 2021, 11:23 PM IST