CJI N.V Raman(ପ୍ରତୀକାତ୍ମକ ଛବି)
NEWS 18 Odia Digital
ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ଶନିବାର ଦିନ ରାଞ୍ଚିର ଜୁଡିସିଆଲ୍ ଏକାଡେମୀରେ ସତ୍ୟବ୍ରତ ସିହ୍ନା ମେମୋରିଆଲ୍ ଲେକ୍ଚର୍ ସିରିଜର ଉଦଘାଟନୀ ଉତ୍ସବରେ ଜଷ୍ଟିସ୍ ରମଣ କହିଛନ୍ତି ଯେ ଲୋକଙ୍କ ମନରେ ଏକ ଭମ୍ର ଧାରଣ ରହିଛି ଯେ କି ବିଚାରପତି ମାନଙ୍କ ଜୀବନ ଆରାମଦାୟକ କିନ୍ତୁ ଗୋଟେ ନିଷ୍ପତ୍ତି ନେବା ପାଇଁ ତାଙ୍କୁ ପୁରା ରାତି ଭାବିବାକୁ ପଡେ ଏହା ଆରାମଦାୟକ ନୁହେଁ। ଲୋକ ମାନେ ଭାବନ୍ତି ବିଚାରପତି ମାନଙ୍କ ଜୀବନ ଅତ୍ୟନ୍ତ ଆରାମଦାୟକ, ସେମାନେ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ। ଅଦାଲତରେ କାମ କରନ୍ତି ଏବଂ ଛୁଟିଦିନକୁ ଉପଭୋଗ କରନ୍ତି।
ସେ କହିଛନ୍ତି ଯେ ବିଚାରପତିଙ୍କ ଦାୟିତ୍ଵ ଅତ୍ୟନ୍ତ କଷ୍ଟସାଧ୍ୟ କାରଣ ସେମାନଙ୍କର ନିଷ୍ପତ୍ତି ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ସେ କହିଛନ୍ତି ଯେ ଜଣେ ଅଭିଯୁକ୍ତକୁ ଦଣ୍ଡିତ କରିବା, ଶିଶୁର ରକ୍ଷକ ଅଭିଭାବକ ସ୍ଥିର କରିବା, ଭିକାରୀ କିମ୍ବା ଜମିଦାରଙ୍କ ଅଧିକାରର ବିଚାର କରିବା, ଜୀବନ ବୀମା ମାମଲାରେ କୌଣସି ବ୍ୟକ୍ତି କିମ୍ବା ମାନବଙ୍କ ଜୀବନର ମୂଲ୍ୟ ନିଷ୍ପତି କରିବା ... ଏହି ସବୁ କଠିନ ନିଷ୍ପତ୍ତି ନବା, ଯାହା ବିଚାରପତିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | । ଜଷ୍ଟିସ ରମଣ କହିଛନ୍ତି, ବେଳେବେଳେ ଆମେ ପରିବାର ବଡ଼ କାର୍ଯ୍ୟରେ ମଧ୍ୟ ଯୋଗଦେବାକୁ ସକ୍ଷମ ହେଉନଥାଉ ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।