News 18 Odia Digital
ନୂଆଦିଲ୍ଲୀ; ଶ୍ରୀ ଜଗନ୍ନାଥ ଟ୍ରେନର (Shree jagannath express) ଶୁଭାରମ୍ଭ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କ (Ashwin vaishnav) ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡୀ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra pradhan) ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଉତ୍ସବ ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଓଡ଼ିଆରେ ବକ୍ତବ୍ୟ ରଖି କହିଛନ୍ତି ଯେ, ଓଡ଼ିଆ ଭାଷା ସବୁଠୁ ମିଠା ଭାଷା । ବିଶ୍ୱର ସବୁ ଭାଷାକୁ ମଣିଷ ତିଆରି କରିଛି କିନ୍ତୁ ଗୋଟିଏ ଭାଷା ଓଡ଼ିଆ ଯାହାକୁ ମହାପ୍ରଭୁ ତିଆରି କରିଛନ୍ତି । ରେଳମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଶୁଣିବା ପରେ ଉପସ୍ଥିତ ଓଡ଼ିଆ ଦର୍ଶକ ତାଳି ମାରି ଜୟ ଜଗନ୍ନାଥ କହିଥିଲେ । ରେଲୱେ ବୋର୍ଡର ଚେୟାରମ୍ୟାନ, ପର୍ଯ୍ୟଟନ ବିଭାଗ ସେକ୍ରେଟେରି, ରେଲୱେ ଜିଏମ, ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ମଧ୍ୟ ମହାପ୍ରଭୁଙ୍କ ନାମ ଜୟ ଜଗନ୍ନାଥ ନେଇ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ଧର୍ମେନ୍ଦ୍ର କହିଥିଲେ ବାରଣାସୀ ପରେ ବୈଦ୍ୟନାଥ, ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ଆରମ୍ଭ ହେବ ଯାତ୍ରା । ଦେଶର ସାଧାରଣ ଲୋକ କମ ପଇସାରେ ଉଚ୍ଚକୋଟୀର ବ୍ୟବସ୍ଥା ସହ ଯାତ୍ରା କରିବେ । ରହିବା ବ୍ୟବସ୍ଥା, ଇନସୁରାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି ।ଓଡ଼ିଶାରେ ଆଇଆରସିଟିସି ପକ୍ଷରୁ ମହାପ୍ରସାଦର ବ୍ୟବସ୍ଥା କରାଯାଇଛି । ଏହା କେବଳ ଏକ ଦର୍ଶନ ନୁହେଁ । ଏହା ଏକ ରୋଜଗାର ମଧ୍ୟ । ଏହି ପ୍ରକଳ୍ପ ପାଇଁ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଏଥିସହ ପିଏମ ମୋଦିଙ୍କୁ ପ୍ରଶଂସା କରିଛନ୍ତି ।
ଆଜିଠାରୁ ଦିଲ୍ଲୀରୁ ଗଡିଛି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ । ପୂର୍ବରୁ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଜଗନ୍ନାଥ ଏକ୍ସପ୍ରେସ ସମ୍ପର୍କରେ କହିଥିଲେ । ସଫଦରଜଙ୍ଗ ରେଳ ଷ୍ଟେସନରୁ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଓ ପରେ ଓଡ଼ିଶାରେ ପହଁଞ୍ଚିବ । ଭାରତର କଳା, ଏତିହ୍ୟ, ଓଡ଼ିଆ ସଂସ୍କୃତିକୁ ଦେଶର ବିଭିନ୍ୟ ସ୍ଥାନରେ ପହଞ୍ଚାଇବାକୁ ସକ୍ଷମ ହେବ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ।
ଅଧିକ ପଢ଼ନ୍ତୁ -
http://କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ୨୧ହଜାର ଟଙ୍କାର ଫୋନ; ଜାଣନ୍ତୁ କଣ ରହିଛି ଫିଚରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।