CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା
ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ ପାଞ୍ଚ-ଛଅ ଜଣ ଦୁର୍ବୃତ୍ତ ସାମ୍ବାଦିକ ବିକ୍ରମ ଯୋଶୀଙ୍କୁ ମାରପିଟ୍ କରିବା ପରେ ଗୁଳି ଚଳାଇ ପଳାଇ ଯାଇଥିଲେ । ବାପା ଆହତ ହୋଇଥିବା ଦେଖି ଦୁଇ ଝିଅ ସାହାଯ୍ୟ ମାଗିଥିଲେ, ହେଲେ କେହି ଆସି ନ ଥିଲେ ।

ସାମ୍ବାଦିକ ବିକ୍ରମ ଯୋଶୀ; (ଡାହାଣ) ଗୁଳି ମାଡ଼ର ସିସିଟିଭି ଫୁଟେଜରୁ ଏକ ଦୃଶ୍ୟ
- News18 Odia
- Last Updated: July 23, 2020, 12:00 AM IST
ଗାଜିଆବାଦ: ସାମ୍ବାଦିକ ବିକ୍ରମ ଯୋଶୀ (Journalist Vikram Joshi) ନିଜ ଦୁଇ ଝିଅଙ୍କ ସହ ଏକ ମୋଟର ସାଇକେଲରେ ଆସୁଥିବା ବେଳେ ଦୁର୍ବୃତ୍ତମାନେ ଏକ ସର୍ବସାଧାରଣ ସ୍ଥାନରେ ତାଙ୍କୁ ଅଟକାଇ ତାଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ । ଏହି ଘଟଣା ସୋମବାର ସନ୍ଧ୍ୟାରେ ଘଟିଥିଲା । ବୁଧବାର ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୋଶୀଙ୍କର ମୃତ୍ୟୁ ହୋଇଛି।
ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ଯୋଶୀଙ୍କୁ (Journalist Vikram Joshi) ଯଶୋଦା ହସପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା । ଏହି ମାମଲାରେ ପୋଲିସ ନଅ ଜଣଙ୍କୁ ଗିରଫ କରିଛି । ଏଥି ସହିତ ଏକ ଆଉଟପୋଷ୍ଟର ଇନଚାର୍ଜକୁ ନିଲମ୍ବିତ କରାଯାଇଛି । ଏହି ଆକ୍ରମଣ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ବିଜୟାନଗର ଅଞ୍ଚଳରେ ଘଟିଥିଲା ।
ଏବେ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ସିସିଟିଭି ଫୁଟେଜରେ ବିକ୍ରମ ଯୋଶୀ ତାଙ୍କ ଦୁଇ ଝିଅଙ୍କ ସହ ଏକ ମୋଟର ସାଇକେଲରେ ଯାଉଥିବାର ଦେଖାଯାଇଥିଲେ। ଏହି ସମୟରେ ଦୃର୍ବୃତ୍ତମାନେ ତାଙ୍କୁ ଘେରି ଯାଇ ଗୁଳି ଚଳାଇଥିଲେ।
ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ପ୍ରାୟ ପାଞ୍ଚ-ଛଅ ଜଣ ଦୁର୍ବୃତ୍ତ ପ୍ରଥମେ ବିକ୍ରମ ଯୋଶୀଙ୍କୁ ଘେରିଯିବା ପରେ ତାଙ୍କ ସହ ମାରପିଟ୍ କରିଥିଲେ । ପରେ ବିକ୍ରମ ଯୋଶୀଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ । ବାପା ଆହତ ହୋଇଥିବା ଦେଖି ଦୁଇ ଝିଅ ସାହାଯ୍ୟ ମାଗିଥିଲେ, କିନ୍ତୁ କେହି ସାହାଯ୍ୟ କରିବାକୁ ଆସି ନ ଥିଲେ । ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ବର୍ତ୍ତମାନ ଏହି ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି।
କିଛି ଦିନ ପୂର୍ବରୁ ବିକ୍ରମ ଯୋଶୀ ବିଜୟ ନଗର ଥାନାରେ ଏକ ଅଭିଯୋଗ କରିଥିଲେ ଯେ ତାଙ୍କ ଭାଣିଜିଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିଥିଲେ। ଫଳସ୍ୱରୂପ ସୋମବାର ସନ୍ଧ୍ୟାରେ ବିକ୍ରମ ଯୋଶୀ କୌଣସି ସ୍ଥାନକୁ ଯାଉଥିବା ବେଳେ ଏହି ଯୁବକମାନେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ସାମ୍ବାଦିକ ବିକ୍ରମ ଯୋଶୀ (ଫାଇଲ୍ ଫଟୋ)
ଯୋଶୀଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଯଦି ବିକ୍ରମଙ୍କ ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ତେବେ ଏହି ଘଟଣା ହୋଇ ନ ଥାନ୍ତା। ଦୁର୍ବବ୍ୟହାର ସୂଚନା ପାଇବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ସାମ୍ବାଦିକ ବିକ୍ରମ ଯୋଶୀଙ୍କ ପରିବାର ସଦସ୍ୟ ପ୍ରତାପ ବିହାର ଆଉଟପୋଷ୍ଟର ଇନ୍ଚାର୍ଯ୍ୟ ରାଘବେନ୍ଦ୍ର ମାମଲାକୁ ଗୁରୁତ୍ବ ଦେଇ ନ ଥିବା ଅଭିଯୋଗ କରିଛନ୍ତି। ଏହା ପରେ ଏସ୍.ଏସ୍.ପି. କଳାନିଧି ନୈଥାନି ଆଉଟପୋଷ୍ଟ ଇନଚାର୍ଜ ରାଘବେନ୍ଦ୍ରଙ୍କୁ ନିଲମ୍ବନ କରିଥିଲେ । ଏଥି ସହ ସମଗ୍ର ମାମଲାର ତଦନ୍ତ ଭାର ଉପରିସ୍ଥ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା।
ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପତ୍ନୀ ଜଣେ ସ୍ପୋର୍ଟ୍ସ ମ୍ୟାନେଜର, ସ୍ୱାମୀଙ୍କ ଟୁର୍ ବି ମ୍ୟାନେଜ୍ କରନ୍ତି
ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ
ଏସ୍.ଏସ୍.ପି. କଳାନିଧି ନୈଥାନି କହିଛନ୍ତି ଯେ ଏହି ମାମଲାରେ ପୋଲିସ ଆଇପିସିର ଧାରା ୩୦୭, ୩୪ ଓ ୫୦୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ତିନି ଜଣଙ୍କ ମଧ୍ୟରୂ ରବି ଓ ଛୋଟୁ ନାମକ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ବ୍ୟତୀତ ଏହି ଦୁଇ ଜଣଙ୍କର ସାତ ଜଣ ସାଥୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗାଜିଆବାଦ ପୋଲିସ ରବି, ଛୋଟୁ, ମୋହିତ, ଦଲବୀର, ଆକାଶ, ଯୋଗେନ୍ଦ୍ର, ଅଭିଷେକ ହାଲକା, ଅଭିଷେକ ମୋଟା ଏବଂ ଶାକିରଙ୍କୁ ଗିରଫ କରିଛି। ଏହା ବ୍ୟତୀତ ଅବଶିଷ୍ଟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ୬ଟି ଟିମ୍ ଗଠନ କରାଯାଇଛି।