News18 Odia Digital
Doda Sinking: ଜମ୍ମୁ କାଶ୍ମୀର(Jammu Kashmir)ର ଡୋଡା ଜିଲ୍ଲାରେ ଯୋଶୀମଠ(JoshiMath) ଭଳି ସଙ୍କଟ ସାମ୍ନାକୁ ଆସିଛି। ଜିଲ୍ଲାର ଏକ ଗାଁର ଜମି ଭୁଶୁଡ଼ି ଯାଉଛି, ଯେଉଁ କାରଣରୁ ଘର ଗୁଡ଼ିକରେ କ୍ରମାଗତ ଭାବରେ ଫାଟ ସୃଷ୍ଟି ହେଉଛି। ପରିବାର ଲୋକଙ୍କୁ ଘରୁ ବାହାର କରି ନିରାପଦ ସ୍ଥାନକୁ ପଠାଯାଉଛି। ଏପର୍ଯ୍ୟନ୍ତ ୧୯ ଟି ଘର, ୧ ମସଜିଦ ଏବଂ ୧ ମଦ୍ରାସାକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।
କିଶତୱର-ବାଟୋଟେ ଜାତୀୟ ରାଜପଥରେ ଡୋଡା ସହରଠାରୁ ୩୫ କିଲୋମିଟର ଦୂରରେ ଥିବା ଠାଠରି ଅଞ୍ଚଳର ନାଇ ବସ୍ତି ଗ୍ରାମରେ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା ଓ କାଦୁଅ ଯୋଗୁଁ ଛାତ ଓ କାନ୍ଥ ଖସି ପଡିବା ଆରମ୍ଭ କରିଥିଲା। ପରେ ଭୂସ୍ଖଳନ ହେବାର କାରଣ ଅନୁସନ୍ଧାନ ପାଇଁ ଗାଁକୁ ବିଶେଷଜ୍ଞ ପଠାଯାଇଛି। ଡୋଡା ଡେପୁଟି କମିଶନର ବିଶେଷ ମହାଜନ କହିଛନ୍ତି ଯେ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ।
ସତ ହେଲା ସୁଷମା ସ୍ୱରାଜଙ୍କ କଥା! ପୋତି ହୋଇଯିବ ଯୋଶୀମଠଫାଟ ପରେ ଏପର୍ଯ୍ୟନ୍ତ ୧୯ ଟି ପରିବାରକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗାଁରେ ଏକ ମସଜିଦ ଏବଂ ମଦ୍ରାସା ମଧ୍ୟ ଅସୁରକ୍ଷିତ ଘୋଷିତ ହୋଇଛି। ଦୁଇମାସ ପୂର୍ବେ ଗାଁର କିଛି ଘରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା, କିନ୍ତୁ ଗୁରୁବାରର ଭୂସ୍ଖଳନ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି।
JOSHIMATH: କେବଳ ଜୋଶୀମଠ ନୁହେଁ, ଏହି ୭ଟି ଜାଗାରେ ଦବୁଛି ଘର ଜମିଡୋଡାର ଡିଏମ୍ ଅତହର ଅମିନ ଶୁକ୍ରବାର କହିଛନ୍ତି ଯେ ଡିସେମ୍ବରରେ ଏକ ଘରେ ଫାଟ ସୃଷ୍ଟି ହୋଇଥିଲା। ଗତକାଲି ପର୍ଯ୍ୟନ୍ତ ୬ ଟି ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହି ଖାଲଗୁଡ଼ିକ ବୃଦ୍ଧି ପାଉଛି, ଏହି ଅଞ୍ଚଳ ତଳକୁ ଯାଉଛି, ଏଥିରୁ ରକ୍ଷା ପାଇବା କଷ୍ଟକର। ସରକାର ଏହାକୁ ଠିକ୍ ଭାବରେ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।