News18 Odia Digital
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜୋଶୀମଠ(Joshi Math)ରେ ହୋଇଥିବା ଭୂସ୍ଖଳନ ସଙ୍କଟକୁ ଦୃଷ୍ଟିରେ ରଖି ଅଧିକାରୀମାନେ ନରସିଂହ ମନ୍ଦିର ପରିସରରେ ଅବସ୍ଥିତ ଭଗବାନ ବଦ୍ରି(Badrinath)ଙ୍କ ବିଶାଳ ଭଣ୍ଡାରକୁ ନେଇ ଚିନ୍ତିତ ଅଛନ୍ତି। ପ୍ରଭୁ ବଦ୍ରିନାଥଙ୍କ ଭଣ୍ଡାରରେ ୪୦-୪୫ କିଲୋଗ୍ରାମ ସୁନା ଓ ୩୦-୩୫ କିଲୋଗ୍ରାମ ରୂପା ବ୍ୟତୀତ, ଅନ୍ୟାନ୍ୟ ଜିନିଷ ମଧ୍ୟ ଦାନ ଭାବରେ ମିଳିଛି। ତେବେ ମନ୍ଦିର ଅଧିକାରୀମାନେ ଦାବି କରିଛନ୍ତି ଯେ ମନ୍ଦିର ବର୍ତ୍ତମାନ ଭୂସ୍ଖଳନରୁ ସୁରକ୍ଷିତ ଅଛି।
ବଦ୍ରିନାଥ ମନ୍ଦିରର ଭଣ୍ଡାର କେଉଁଠାରେ ରଖାଯିବ?ମନ୍ଦିରର ଅଧିକାରୀମାନେ ସହରରେ ବୃଦ୍ଧି ପାଉଥିବା ସଙ୍କଟ ପରିସ୍ଥିତିରେ ଦାନ ମିଲଥିବା ବହୁ ପରିମାଣର ସୁନା, ରୂପା ଏବଂ ଅନ୍ୟାନ୍ୟ ଜିନିଷ କେଉଁଠାରେ ରଖାଯାଇପାରିବ ସେନେଇ ଆଲୋଚନା ଆରମ୍ଭ କରିଛନ୍ତି। ସର୍ବାଧିକ ପ୍ରଭାବିତ ସିଂଧର ୱାର୍ଡ ଓ ଜେପି କଲୋନୀର ନରସିଂହ ମନ୍ଦିର (Narasingh Temple)ମାତ୍ର ଅଧା କିଲୋମିଟର ଦୂରରେ ଅବସ୍ଥିତ। ଏହି ସମସ୍ୟା ଅଧିକାରୀଙ୍କ ଚିନ୍ତା ବଢ଼ାଇ ଆହୁରି ଦେଇଛି।
Joshimath: କେବଳ ଜୋଶୀମଠ ନୁହେଁ, ଏହି ୭ଟି ଜାଗାରେ ଦବୁଛି ଘର ଜମି
ଶୀତଦିନେ ବଦ୍ରିନାଥ ମନ୍ଦିରର କବାଟ ବନ୍ଦ ହେବା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ମୁଖ୍ୟ କାର୍ଯ୍ୟାଳୟ ନରସିଂହ ମନ୍ଦିର ପରିସରକୁ ଆସିଯାଇଥାଏ। ଏହା ସହିତ ପ୍ରଭୁ ବଦ୍ରିନାଥଙ୍କ ଭଣ୍ଡାର ମଧ୍ୟ ପ୍ରତିବର୍ଷ ଏହି ମନ୍ଦିରକୁ ଆସିଥାଏ। ମନ୍ଦିର କମିଟି ଗଠନ ହେବା ଦିନଠାରୁ ଏହି ପରମ୍ପରା ରହିଆସିଛି।
ନରସିଂହ ମନ୍ଦିର ପରିସରରେ ଏପର୍ଯ୍ୟନ୍ତ କୌଣସି ଫାଟ ଦେଖା ଯାଇ ନାହିଁମନ୍ଦିର କମିଟିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, 'ବର୍ତ୍ତମାନ ପର୍ଯ୍ୟନ୍ତ ନରସିଂହ ମନ୍ଦିର ଓ ଏହାର ପରିସରରେ କୌଣସି ଫାଟ ଦେଖା ଯାଇ ନାହିଁ। ଯଦି ଆବଶ୍ୟକ ହୁଏ ତେବେ ଧନକୁ କେଉଁଠିକୁ ନେଇଯିବା ପାଇଁ ଆମେ ଏକ ବିକଳ୍ପ ଯୋଜନା ପ୍ରସ୍ତୁତ କରୁଛୁ।
LIVE ଫୁଟବଲ ମ୍ୟାଚ ବେଳେ ଚାଲିଲା ଅଶ୍ଳୀଳ ଅଡିଓ; BBC ନେଲା ବଡ଼ ନିଷ୍ପତ୍ତି
ମୁଖ୍ୟତ ଜୋଶୀମଠ ନିକଟସ୍ଥ ପିପାଲକୋଟି ଓ ପାଣ୍ଡୁକେଶ୍ୱର ଭଳି ସ୍ଥାନରେ ଆଲୋଚନା ଚାଲିଛି ଯେଉଁଠାରେ ଗେଷ୍ଟ ହାଉସ୍ ଏବଂ ମନ୍ଦିର କମିଟିର ରହଣି ପୂର୍ବରୁ ରହିଛି।
ଅଜୟ କହିଛନ୍ତି, 'ଆମେ ଭଗବାନ ବିଷ୍ଣୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ଧନକୁ ଅନ୍ୟତ୍ର ନେଇଯିବାର ପରିସ୍ଥିତି ନ ଆସୁ ଓ ବିପର୍ଯ୍ୟୟ ଟଳି ଯାଉ" ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।