ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IPL 2021 ଆରମ୍ଭ ହେବା ପୂର୍ବରୁ CSK କୁ ଝଟକା; ଜୋସ୍ ହାଜଲେଉଡ୍ ନିଜ ନାମ ପ୍ରତ୍ୟାହାର କଲେ

IPL 2021 ଆରମ୍ଭ ହେବା ପୂର୍ବରୁ CSK କୁ ଝଟକା; ଜୋସ୍ ହାଜଲେଉଡ୍ ନିଜ ନାମ ପ୍ରତ୍ୟାହାର କଲେ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ (IPL 2021) ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ବଡ଼ ଝଟକା ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ଆଇପିଏଲର ୧୪ ତମ ସିଜିନରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି ।

IPL 2021 ଆରମ୍ଭ ହେବା ପୂର୍ବରୁ CSK କୁ ଝଟକା; ଜୋସ୍ ହାଜଲେଉଡ୍ ନିଜ ନାମ ପ୍ରତ୍ୟାହାର କଲେ
IPL 2021 ଆରମ୍ଭ ହେବା ପୂର୍ବରୁ CSK କୁ ଝଟକା
  • News18 Odia
  • Last Updated: April 1, 2021, 10:38 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବାୟୋ ବବଲର ପରିବେଶ କ୍ରିକେଟରଙ୍କ ପାଇଁ ସହଜ ନୁହେଁ । ଖେଳାଳିମାନେ ଗୋଟିଏ ସିରିଜରୁ ଅନ୍ୟ ସିରିଜକୁ ବିନା ବିରତିରେ ଯାଉଛନ୍ତି । ଏପରି ପରିସ୍ଥିତିରେ ସେମାନଙ୍କର ମାନସିକ ଓ ଶାରୀରିକ ଅବସ୍ଥା ବହୁତ ପ୍ରଭାବିତ ହେଉଛି । ବାୟୋ ବବଲ ଭୟ ଯୋଗୁଁ ଅନେକ ଖେଳାଳି ଆଇପିଏଲ୍ ଟୁର୍ନାମେଣ୍ଟରୁ ନିଜ ନାମ ପ୍ରତ୍ୟାହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ (IPL 2021) ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ବଡ ଝଟକା ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ଆଇପିଏଲର ୧୪ ତମ ସିଜିନରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି । ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ଟୁର୍ନାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ଜୋଶ ହାଜଲେଉଡ୍ ଟି -୨୦ ଟୁର୍ନାମେଣ୍ଟରୁ ପ୍ରତ୍ୟାହାର କରିଥିବା ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ନୁହଁନ୍ତି । ମିଚେଲ ମାର୍ଶ ମଧ୍ୟ ବୁଧବାର ହାଜେଲଉଡ୍ ପୂର୍ବରୁ ନିଜ ନାମ ପ୍ରତ୍ୟାହାର କରିଛନ୍ତି । ମାର୍ଶ ସନରାଇଜର୍ସ ହାଇଦ୍ରାବାଦ ଦଳର ଏକ ଅଂଶ ଥିଲେ । ବଡ କ୍ରିକେଟ୍ କ୍ୟାଲେଣ୍ଡର ପୂର୍ବରୁ, ହାଜେଲଉଡ୍ ଓ ମାର୍ଶଙ୍କ ପରି ଖେଳାଳିମାନେ ଏହି ଦୁଇ ମାସର ଏହି ଟୁର୍ନାମେଣ୍ଟରେ ବାୟୋ ବବଲରେ ରହିବା ପରିବର୍ତ୍ତେ ନିଜ ଘରେ ରହିବାକୁ ଓ ଆରାମ କରିବାକୁ ଚାହାଁନ୍ତି ।

ହାଜଲେଉଡ୍ କ୍ରିକେଟ୍ ଡଟ୍ କମ୍ ଏୟୁକୁ କହିଛନ୍ତି, " ଭିନ୍ନ ଭିନ୍ନ ସମୟରେ ଆମେ ପ୍ରାୟ ୧୦ ମାସ ଧରି ବାୟୋ ବବଲ୍ ଓ କ୍ଵାରା଼ଣ୍ଟିନ ରେ ରହୁଛୁ । ତେଣୁ ମୁଁ କ୍ରିକେଟରୁ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛି । ମୁଁ ଆଗାମୀ କିଛି ଦିନ ପରିବାର ସହିତ ମୋ ଘରେ ବିତାଇବାକୁ ଚାହୁଁଛି । ମୁଁ ଆଗାମୀ ଦୁଇ ମାସ ପାଇଁ ଅଷ୍ଟ୍ରେଲିଆରେ ରହିବାକୁ ଚାହୁଁଛି । ''
ସେ ଆହୁରି ମଧ୍ୟ କହିଛନ୍ତି, "ଆଇସିସି ଟି-୨୦ ବିଶ୍ୱକପ, ଏସେଜ ... ୧୨ ମାସ ବହୁତ ଲମ୍ବା ହେବାକୁ ଯାଉଛି । ଅଷ୍ଟ୍ରେଲିଆ ସହିତ ଏହା ସର୍ବଦା ଘଟେ । ନିଜକୁ ମାନସିକ ଓ ଶାରୀରିକ ଭାବେ ଫିଟ୍ ରଖିବା ପାଇଁ ମୁଁ ନିଜକୁ କିଛି ସମୟ ଦେବାକୁ ଚାହେଁ । ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି ଓ ମୁଁ ଏଥିରେ ଖୁସି। ” ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ନିଲାମ ୨୦୨୦ ରେ ଜୋସ୍ ହାଜଲେଉଡକୁ ୨ କୋଟି ଟଙ୍କାରେ କିଣିଥିଲା । ଅବଶ୍ୟ ସେ ଆଇପିଏଲର ଶେଷ ସିଜନରେ ଖେଳୁଥିବା ଏକାଦଶରେ କ୍ରମାଗତ ଭାବରେ ଦେଖା ଦେଇନଥିଲେ ।

ଆଇପିଏଲ ୨୦୨୧ ର ନିଲାମ ପୂର୍ବରୁ, ମହେନ୍ଦ୍ର ସିଂ ଧୋନି ଅଧିନାୟକ କରୁଥିବା CSK ଜୋଶ ହାଜଲେଉଡକୁ ରିଟେନ କରିଥିଲା । ଏହି ଦ୍ରୁତ ବୋଲରଙ୍କ ରାତି ୧୧ ଟାରେ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମଧ୍ୟ ଆଶ୍ଚର୍ଯ୍ୟଜନକ କରିଦେଇଛି । ଯଦିଓ ଏହି ଅଷ୍ଟ୍ରେଲିୟ ପେସରକୁ ବଦଳାଇବା ପାଇଁ ଦଳ ପାଖରେ ସମୟ ଅଛି । ହାଜେଲଉଡ୍ ପ୍ରତ୍ୟାହାର ପରେ ଇଂଲଣ୍ଡର ମାର୍କ ଉଡ଼ ସୋସିଆଲ ମିଡିଆରେ ତାଙ୍କ ରିପ୍ଲେସ ଖେଳାଳି ଭାବେ ଟ୍ରେଣ୍ଡ କରୁଛନ୍ତି । ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ ହାଜେଲଉଡ୍ ବଦଳରେ CSK କେଉଁ ଖେଳାଳୀ ଚୟନ କରୁଛି ।

ଆଇପିଏଲ୍ ୧୪ ରୁ ନିଜ ନାମ ପ୍ରତ୍ୟାହାର କରିଥିବା ଅଷ୍ଟ୍ରେଲୀୟ ଖେଳାଳିମାନେ ହେଲେ: ଜୋସ୍ ହାଜଲେଉଡ୍, ମିଚେଲ ମାର୍ଶ, ଜୋଶ ଫିଲ୍ଲୀପ ।
Published by: Jagdish Barik
First published: April 1, 2021, 10:30 AM IST