ମୋଦିଙ୍କ ଅଟୋଗ୍ରାଫ ମାଗିଲେ ବାଇଡେନ; କହିଲେ ଆମେରିକାରେ ଆପଣଙ୍କର ଜବରଦସ୍ତ କ୍ରେଜ

ପାଖକୁ ଆସିଲେ, ଆଲିଙ୍ଗନ କଲେ..ଅଟୋଗ୍ରାଫ ନେଲେ । ମୋଦିଙ୍କୁ ୱାଶିଂଟନ ଆସିବାକୁ ଅନୁରୋଧ କଲେ ବାଇଡେନ ।

ମୋଦିଙ୍କ ଅଟୋଗ୍ରାଫ ମାଗିଲେ ବାଇଡେନ

ମୋଦିଙ୍କ ଅଟୋଗ୍ରାଫ ମାଗିଲେ ବାଇଡେନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Quad Nation Summit: କ୍ୱାଡ ବୈଠକରେ ଚାଲିଥିବା ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଜେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆସିଥିଲେ । ୱାଶିଂଟନରେ ଆୟୋଜିତ ହେବାକୁ ଥିବା ଡିସି କାର୍ଯ୍ଯକ୍ରମରେ ସେ ମୋଦିଙ୍କୁ ଯୋଗ ଦେବାକୁ ଅନୁରୋଧ ମଧ୍ଯ କରିଥିଲେ । ଏହି ସମୟରେ ବାଇଡେନ ମୋଦିଙ୍କ ଅଟୋଗ୍ରାଫ ମଧ୍ଯ ନେଇଥିଲେ ।


ପ୍ରଧାନମନ୍ତ୍ରୀ ନିଜ ଆସନରେ ବସିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ତାଙ୍କ ନିକଟକୁ ଆସି ଆଲିଙ୍ଗନ କରିଥିଲେ । ଏହାସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଟୋଗ୍ରାଫ ମାଗିଥିଲେ । ବାଇଡେନ କହିଥିଲେ କି, ୱାସିଂଟନ ଡିସିରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମେରିକାର ଅନେକ ପ୍ରତିଷ୍ଠିତ ନାଗରିକ ତାଙ୍କୁ ଅନୁରୋଧ କରିଛନ୍ତି । ଏତେ ସଂଖ୍ୟାରେ ଲୋକ ଅନୁରୋଧ କରୁଛନ୍ତି , ଯାହା ଆମେରିକା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ବାଇଡେନ କହିଛନ୍ତି । ସୂଚନାଯୋଗ୍ଯ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ସପ୍ତାହରେ ୱାସିଂଟନ୍ ଡିସି ଗସ୍ତ କରିବେ ।

ସୂଚନା ଥାଉକି, ଜି-୭ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ତାରିଖରେ ହିରୋସୀମାରେ ପହଞ୍ଚିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଶନିବାର ଦିନ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବିଶ୍ୱ ବାଣିଜ୍ୟ, ଉଦ୍ଭାବନ ଏବଂ ଅଭିବୃଦ୍ଧିର ଇଞ୍ଜିନ ବୋଲି ବର୍ଣ୍ଣନା କରିବା ସହ ଏହାର ସଫଳତା ଓ ନିରାପତ୍ତା ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।

ଆପଣଙ୍କର କେବେ ହେବ ଛାଡ଼ପତ୍ର? ହାତର ଏହି ରେଖା କହିବ ସତ

କ୍ୱାଡ ଶିଖର ସମ୍ମିଳନୀ ହିରୋସୀମାରେ ଆୟୋଜିତ ହେଉଛି । ପ୍ରଥମେ ଏହା ୨୪ ମେରେ ଅଷ୍ଟ୍ରେଲିଆରେ କରାଯିବା ନେଇ ନିର୍ଦ୍ଧାରିତ ଥିଲା । ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟକୁ ଧ୍ଯାନରେ ରଖି ଅଷ୍ଟ୍ରେଲିଆ ଯାତ୍ରା ସ୍ଥଗିତ କରିଥିଲେ । କାରଣ ସିଡନୀରେ ପ୍ରସ୍ତାବିତ ନେତାଙ୍କ ବୈଠକ ରଦ୍ଦ କରିଦିଆଯାଇଥିଲା ।
Published by:Soumya Das
First published: