USAର ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ଥାନାନ୍ତର ଟିମରେ ଭାରତବଂଶୀୟମାନେ ଭରା ହୋଇଛନ୍ତି

ଜୋ ବାଇଡେନଙ୍କ ସ୍ଥାନାନ୍ତର ଟିମର ସଦସ୍ୟମାନଙ୍କ ମଧ୍ୟରେ ଏମିତି ୪୦ ପ୍ରତିଶତ ଅଛନ୍ତି ଯେଉଁମାନଙ୍କ ସମ୍ପ୍ରଦାୟ ଐତିହାସିକ ଭାବରେ ଆମେରିକାର କେନ୍ଦ୍ରୀୟ ସରକାରରେ ବହୁତ କମ୍ ପ୍ରତିନିଧିତ୍ୱ ପାଇଛି । ଏରେ ଅଶ୍ୱେତ, LGBT ଓ ବିକଳାଙ୍ଗ ବି ଅଛନ୍ତି ।

ନିଜ ସ୍ଥାନାନ୍ତର ଟିମରେ ଥିବା ଭାରତୀୟବଂଶଜମାନଙ୍କୁ ସ୍ୱାଗତ କରୁଛନ୍ତି ଜୋ ବାଇଡେନ୍ ।

ନିଜ ସ୍ଥାନାନ୍ତର ଟିମରେ ଥିବା ଭାରତୀୟବଂଶଜମାନଙ୍କୁ ସ୍ୱାଗତ କରୁଛନ୍ତି ଜୋ ବାଇଡେନ୍ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ବିଜେତା ଜୋ ବାଇଡେନ (Joe Biden) ନିଜ 'ଏଜେନ୍ସି ରିଭ୍ୟୁ ଟିମ୍' (ଆର୍ଟ)ରେ ୨୦ ଜଣରୁ ଅଧିକ ଭାରତୀୟବଂଶଜଙ୍କୁ ସାମିଲ୍‌ କରିଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଏହି ଦଳର ନେତୃତ୍ୱ ନେବେ ।

ରାଷ୍ଟ୍ରପତି ନ୍ରିବାଚନ ପରେ ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ସ୍ଥାନରେ ଜୋ ବାଇଡେନଙ୍କ ପ୍ରଶାସନ ଆସିବାକୁ ଥିବାରୁ କ୍ଷମତାର ସୁଗମ ସ୍ଥାନାନ୍ତର ନିଶ୍ଚିତ କରିବାକୁ ଏହି ଦଳ ବର୍ତ୍ତମାନର ପ୍ରଶାସନର ପ୍ରମୁଖ ଫେଡେରାଲ୍ ଏଜେନ୍ସିଗୁଡ଼ିକର କାର୍ଯ୍ୟକାରିତାକୁ ସମୀକ୍ଷା କରିବ ।

ଜୋ ବାଇଡେନଙ୍କ (Joe Biden) ସ୍ଥାନାନ୍ତର ଦଳ କହିଛି ଯେ ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତି ସ୍ଥାନାନ୍ତର ପାଇଁ ଯେତେ ଦଳ ଗଢ଼ା ହୋଇଛି ସେଥି ମଧ୍ୟରୁ ଏହି ଦଳ ସର୍ବାଧିକ ବିବିଧ ହୋଇଛି । ଯୁକ୍ତରାଷ୍ଟ୍ରରେ (United States of America) ଶକ୍ତି ହସ୍ତାନ୍ତର ପାଇଁ ସୃଷ୍ଟି ହୋଇଥିବା ଦଳରେ ଶହ ଶହ ସଦସ୍ୟ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ମହିଳା ।

ଏହା ବି ପଢ଼ନ୍ତୁ ଭୁବନେଶ୍ବର Blast: ଆସିଲା ମାଂସ ଖଣ୍ଡର DNA ରିପୋର୍ଟ; ୨୧ ଦିନ ପରେ ଜଣାପଡ଼ିଲା ଯେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଛି

ଏହି ଟିମର ସଦସ୍ୟମାନଙ୍କ ମଧ୍ୟରେ ଏମିତି ୪୦ ପ୍ରତିଶତ ଅଛନ୍ତି ଯେଉଁମାନଙ୍କ ସମ୍ପ୍ରଦାୟ ଐତିହାସିକ ଭାବରେ ଆମେରିକାର କେନ୍ଦ୍ରୀୟ ସରକାରରେ ବହୁତ କମ୍‌ ପ୍ରତିନିଧିତ୍ୱ ପାଇଛି । ବାଇଡେନଙ୍କ ଏହି ଟିମରେ ଅଶ୍ୱେତ (ଅର୍ଥାତ କଳା), ଏଲ୍‌.ଜି.ବି.ଟି. (LGBT) ଓ ବିକଳାଙ୍ଗ ମଧ୍ୟ ସାମିଲ ହୋଇଛନ୍ତି ।

ଜୋ ବାଇଡେନଙ୍କ ଭାରତୀୟ ସଂଯୋଗ

ଷ୍ଟାନଫୋର୍ଡ ୟୁନିଭରସିଟିର ଅରୁଣ ମଜୁମଦାର (Arun Majumdar) ଶକ୍ତି ବିଭାଗକୁ ଶକ୍ତି ହସ୍ତାନ୍ତର ପାଇଁ ସୃଷ୍ଟି ହୋଇଥିବା ଦଳର ନେତୃତ୍ୱ କରୁଛନ୍ତି । ରାହୁଳ ଗୁପ୍ତା (Rahul Gupta) ଜାତୀୟ ଡ୍ରଗ୍ ନିୟନ୍ତ୍ରଣ ନୀତିର ନେତୃତ୍ୱ ନେବେ । କର୍ମଚାରୀ ପରିଚାଳନା ପାଇଁ କିରଣ ଅହୁଜାଙ୍କୁ (Kiran Ahuja) ଦଳର ନେତୃତ୍ୱ ଦିଆଯାଇଛି । ସ୍ୱରାଷ୍ଟ୍ର ବିଭାଗ ସହିତ ସଂଯୁକ୍ତ ଦଳରେ ପୁନୀତ ତଲୱାରଙ୍କୁ (Puneet Talwar) ଅନ୍ତର୍ଭୁକ୍ତ କରାଯାଇଛି । ଜାତୀୟ ସୁରକ୍ଷା ପରିଷଦ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦଳ ପାଇଁ ପାଓ ସିଂଙ୍କୁ (Pav Singh) ମନୋନୀତ କରାଯାଇଛି।

ଏହା ବି ପଢ଼ନ୍ତୁ ବାଲେଶ୍ୱରରେ ନିଶାସକ୍ତ ଅବସ୍ଥାରେ ମାସର ଶିଶୁ କନ୍ୟାର ହାତକୁ ହାଣି ଦୁଇ ଖଣ୍ଡ କରିଦେଲା ପଡ଼ୋଶୀ

ଅରୁଣ ଭେଙ୍କଟରମଣଙ୍କୁ (Arun Venkataraman) ବାଣିଜ୍ୟ ଓ USTR ବ୍ୟାପାରର ଦୁଇଟି ଦଳରେ ସାମିଲ କରାଯାଇଛି । ଜୋ ବାଇଡେନଙ୍କ (Joe Biden) ଟିମରେ ଅନ୍ତର୍ଭୁକ୍ତ ହୋଇଥିବା ଅନ୍ୟ ବିଶିଷ୍ଟ ଭାରତୀୟମାନଙ୍କ ମଧ୍ୟରେ ଅଛନ୍ତି ବାଣିଜ୍ୟ ବିଭାଗର ପ୍ରବୀଣ ରାଘବନ୍ (Praveen Raghavan) ଓ ଆତ୍ମନ ତ୍ରିବେଦୀ (Atman Trivedi) ।

ଶିକ୍ଷା ବିଭାଗରେ ଶୀତଲ୍ ଶାହ, ଶକ୍ତି ବିଭାଗରେ ଆର୍‌. ରମେଶ (R. Ramesh) ଓ ରମା ଜାକିର୍‌; ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗରେ ଶୁଭଶ୍ରୀ ରାମନାଥନ; ନ୍ୟାୟ ବିଭାଗ ପାଇଁ ରାଜ ଦେ (Raj dey); ଶ୍ରମ ବିଭାଗ ପାଇଁ ସୀମା ନନ୍ଦା (Seema Nanda); ଏବଂ ରାଜନାୟକ, ଫେଡେରାଲ ରିଜର୍ଭ ଏବଂ ବ୍ୟାଙ୍କିଙ୍ଗ ଏବଂ ସିକ୍ୟୁରିଟି ନିୟାମକ ବ୍ୟାପାର ପାଇଁ ରୀନା ଅଗ୍ରୱାଲ (Reena Agrawal) ଓ ସତ୍ୟମ୍ ଖାନ୍ନା (Satyam Khanna) ଅଛନ୍ତି ।



ନାସା (NASA) ପାଇଁ ଭବ୍ୟା ଲାଲ (Bhavya Lal); ଜାତୀୟ ସୁରକ୍ଷା ପରିଷଦ ପାଇଁ ଦିଲପ୍ରୀତ ସିଦ୍ଧୁ (Dilpreet Siddhu); ପ୍ରବନ୍ଧନ ଓ ବଜେଟ୍ କାର୍ଯ୍ୟାଳୟ ପାଇଁ ଦିବ୍ୟା କୁମାରିୟାହ (Divya Kumariah); କୃଷି ବିଭାଗ ପାଇଁ କୁମାର ଚନ୍ଦ୍ରନ୍ (Kumar Chandran) ଏବଂ ଡାକ ସେବା ପାଇଁ ଅନିଶ ଚୋପ୍ରା (Anish Chopra) ଅଛନ୍ତି । ଏହି ଟିମଗୁଡ଼ିକର ସବୁ ସଦସ୍ୟଙ୍କୁ ସ୍ୱେଚ୍ଛାସେବୀ ଭାବେ ସାମିଲ୍‌ କରାଯାଇଛି ।
Published by:Anand ST Das
First published: