ଆମେରିକା ନିର୍ବାଚନ ଭୋଟ୍ ଗଣତି: ଟ୍ରମ୍ପଙ୍କୁ ପଛରେ ପକାଇ ଆଗକୁ ବଢ଼ୁଛନ୍ତି ଜୋ ବାଇଡେନ୍

ଏହି ମହାନିର୍ବାଚନରେ ଜିତିବା ପାଇଁ ମ୍ୟାଜିକ୍ ନମ୍ବର ୨୭୦ ହୋଇଥିବା ବେଳେ ୨୫୩ ଇଲେକ୍ଟୋରାଲ୍ ଭୋଟ୍ ଛୁଇଁ ସାରିଲେଣି ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍ । ଟ୍ରମ୍ପଙ୍କ ସପକ୍ଷରେ ୨୧୩ ଖଣ୍ଡ ଇଲେକ୍ଟୋରାଲ୍ ଭୋଟ୍ ଯାଇଛି ।

ଜୋ ବାଇଡେନ୍ ଓ (ଡାହାଣ) ଡୋନାଲ୍ଡ ଟ୍ରମ୍ପ୍

ଜୋ ବାଇଡେନ୍ ଓ (ଡାହାଣ) ଡୋନାଲ୍ଡ ଟ୍ରମ୍ପ୍

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ (America Presidential Elections 2020) ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ଡୋନାଲ୍ଡ ଟ୍ରମ୍ପଙ୍କୁ (Donald Trump) ପଛରେ ପକାଇ ମ୍ୟାଜିକ୍ ନମ୍ବର ୭୦ ଛୁଇଁବା ପାଖାପାଖି ହୋଇଛନ୍ତି ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍ (Joe Biden)। ଫଳାଫଳକୁ ଚ୍ୟାଲେଞ୍ଜ କରି ତିନୋଟି କୋର୍ଟରେ କେସ୍‌ କରିଛନ୍ତି ରିପବ୍ଲିକାନ୍ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଭଳି ସ୍ଥିତିରେ ବ୍ୟାଟଲ୍ ଗ୍ରାଉଣ୍ଡ୍ ଷ୍ଟେଟ୍ ଆରିଜୋନା, ଜର୍ଜିଆ ଓ ପେନସିଲଭାନିଆ ଉପରେ ରହିଛି ସାରା ବିଶ୍ବର ନଜର  ।

ଟ୍ରମ୍ପ ଯାହା କହିଥିଲେ ତାହା ହିଁ କଲେ । ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି କୋର୍ଟରେ କେସ୍ କରିଛନ୍ତି ଟ୍ରମ୍ପ । ମିଚିଗାନ୍, ୱିସକନସିନ୍ ଓ ପେନସିଲଭାନିଆ କୋର୍ଟରେ ସେ କେସ୍ କରିଛନ୍ତି । କିଛି ପ୍ରମୁଖ ରାଜ୍ୟରେ ଗଣତି ଚାଲିଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଟ୍ରମ୍ପଙ୍କ ସମର୍ଥକମାନେ । ମିଚିଗାନ୍ ଓ ପେନସିଲଭାନିଆରେ ଭୋଟ୍ ଗଣତି ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । କିଛି ବିକ୍ଷୋଭକାରୀଙ୍କୁ ପୋଲିସ୍ ଗିରଫ କରିଛି ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଲିଗାଲ୍ ବ୍ୟାଟଲକୁ ସାମ୍ନା କରିବାକୁ ଡେମୋକ୍ରାଟ୍ କ୍ୟାମ୍ପ ପ୍ରସ୍ତୁତ ଥିବା ବେଳେ ନିଶ୍ଚିତ ବିଜୟର ଅଭୟବାଣୀ ଶୁଣାଇଛନ୍ତି ଜୋ ବାଇଡେନ୍ । ତାଙ୍କ ବିଜୟ ଆମେରିକାବାସୀଙ୍କ ବିଜୟ ବୋଲି କହିଛନ୍ତି ସେ ।

ବାଇଡେନ୍ ଓ ଟ୍ରମ୍ପଙ୍କ ମଧ୍ୟରେ ଜୋରଦାର୍ ନିର୍ବାଚନୀ ଟକ୍କର ହୋଇଥିଲା ।


ଏହି ମହାନିର୍ବାଚନରେ ଜିତିବା ପାଇଁ ମ୍ୟାଜିକ୍ ନମ୍ବର ୨୭୦ ହୋଇଥିବା ବେଳେ ୨୫୩ ଇଲେକ୍ଟୋରାଲ୍ ଭୋଟ୍ ଛୁଇଁ ସାରିଲେଣି ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍ । ଟ୍ରମ୍ପଙ୍କ ସପକ୍ଷରେ ୨୧୩ ଖଣ୍ଡ ଇଲେକ୍ଟୋରାଲ୍ ଭୋଟ୍ ଯାଇଛି । ତେବେ କିଛି ବ୍ୟାଟଲଗ୍ରାଉଣ୍ଡ ରାଜ୍ୟର ଫଳାଫଳକୁ ଅପେକ୍ଷା କରାଯାଇଛି । ଏହା ଶେଷ ମୁହୁର୍ତ୍ତରେ ମଧ୍ୟ ଫଳାଫଳକୁ ଓଲଟ ପାଲଟ୍ କରିଦେବାର ସମ୍ଭାବନା ରହୁଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ Winner takes it all ଫ୍ୟାକ୍ଟରର ଯଥେଷ୍ଟ ଗୁରୁତ୍ବ ରହୁଛି ।

ଏହା ବି ପଢ଼ନ୍ତୁ | ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

ଆରିଜୋନାର ୧୧, ମିଚିଗାନର ୧୬, ମିନେସୋଟାର ୧୦, ନ୍ୟୁ ହାମ୍ସପିଅର୍ ୪, ୱିସକନସିନ୍ ୧୦, କାଲିଫର୍ଣ୍ଣିଆ ୫୫,ଫ୍ଲୋରିଡା ୯, କନେକ୍ଟିକଟ୍ ୭,ଡିସି ୩, ଡେଲୱାର୍ ୩,ହାୱାଇ ୪, ଇଲିଓନିସ୍ ୨୦, ମାଇନେ ୪,ମେରିଲାଣ୍ଡ ୧୦, ମାସାଚୁସେଟସ୍ ୧୧, ନ୍ୟୁ ଜର୍ସି ୧୪, ନ୍ୟୁ ମେକ୍ସିକୋ ୫, ନ୍ୟୁଯର୍କ ୨୯,ଓରେଗାନ୍ ୭, ରୋଢେ ଆଇଲାଣ୍ଡ ୪, ଭେରମଣ୍ଟ ୩, ଭର୍ଜିନିଆ ୧୩ ଏବଂ ୱାଶିଂଟନର ୧୨ ଇଲେକ୍ଟୋରାଲ୍ ଭୋଟ୍ ବାଇଡେନଙ୍କ ସପକ୍ଷରେ ଯାଇଛି ।



ସେହି ଭଳି ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ଫ୍ଲୋରିଡ଼ାର ୨୯, ଆଇଓୱାର ୬, ଓହିଓର ୧୮, ଆଲବାମା ୯, ଆରକାନସାସ୍ ୬, ଇଡାହୋ ୪, ଇଣ୍ଡିଆନା ୧୧, କାନସାସ୍ ୬, କେଣ୍ଟୁକି ୮, ଲୁଇସିଆନା ୮, ମିସିସିପି ୬, ମିଶୌରୀ ୧୦, ମୋଣ୍ଟାନା ୩, ନାବ୍ରାସ୍କା ୫, ନର୍ଥ ଡାକୋଟା ୩, ଓକଲାହୋମା ୭, ସାଉଥ୍ କାରୋଲିନା ୯,ସାଉଥ୍ ଡାକୋଟା ୩, ଟେନସି ୧୧, ଟେକ୍ସାସ୍ ୩୮, ଉଟାହ ୬, ୱେଷ୍ଟ ଭର୍ଜିନିଆ ୫ ଏବଂ ୟୋମିଙ୍ଗର ୩ ଇଲୋକ୍ଟୋରାଲ୍ ଭୋଟ୍ ଯାଇଛି ।
Published by:Anand ST Das
First published: