US Elections: ଟ୍ରମ୍ପଙ୍କୁ ହରାଇ ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଟିତ

ଟ୍ରମ୍ପ ଏହି ନିର୍ବାଚନରେ ହାରିଯିବାର ଆଶଙ୍କା ବଢ଼ିବା ପରେ ରିପବ୍ଲିକାନ୍ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛନ୍ତି । ସମ୍ଭାବ୍ୟ ହିଂସାକାଣ୍ଡ ଆଶଙ୍କା କରି ଫେସବୁକ୍ ଟ୍ରମ୍ପଙ୍କ ଅନେକ ସମର୍ଥକଙ୍କୁ ବ୍ୟାନ୍ କରିଛି ।

ବାଇଡେନ୍ (ବାମ) ଓ ଟ୍ରମ୍ପଙ୍କ ମଧ୍ୟରେ ଜୋରଦାର୍ ନିର୍ବାଚନୀ ଟକ୍କର ହୋଇଥିଲା । (ଏ.ପି.)

ବାଇଡେନ୍ (ବାମ) ଓ ଟ୍ରମ୍ପଙ୍କ ମଧ୍ୟରେ ଜୋରଦାର୍ ନିର୍ବାଚନୀ ଟକ୍କର ହୋଇଥିଲା । (ଏ.ପି.)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ (US presidential elections) ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନଙ୍କ (Joe Biden) ବିଜୟ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଜିତିବା ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ୨୭୦ ପାଖାପାଖି ପହଞ୍ଚି ଗଲେଣି ବାଇଡେନ୍‌ ।

ବ୍ୟାଟଲଗ୍ରାଉଣ୍ଡ ରାଜ୍ୟଗୁଡ଼ିକ ମଧ୍ୟରୁ ରିପବ୍ଲିକାନ୍ ଷ୍ଟ୍ରଙ୍ଗହୋଲ୍ଡ ଜର୍ଜିଆ କମ୍ ବ୍ୟବଧାନରେ ଡେମୋକ୍ରାଟଙ୍କ କବଜାକୁ ଆସିଛି  । ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ ବାଇଡେନଙ୍କ ସପକ୍ଷରେ ୨୬୪ ଖଣ୍ଡ ଇଲେକ୍ଟୋରାଲ ଭୋଟ୍ ଯାଇଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୪ ଖଣ୍ଡ ଭୋଟ୍‌ ।

ବିଲ୍ କ୍ଲିଣ୍ଟନଙ୍କ (Bill Clinton) ଅମଳରୁ ୧୯୯୨ରୁ ରିପବ୍ଲିକାନ୍ ଷ୍ଟ୍ରଙ୍ଗ୍ ହୋଲ୍ଡ ଥିବା ଜର୍ଜିଆ ଡେମୋକ୍ରାଟଙ୍କ କବଜାକୁ ଆସିଛି  । ଗଣତି ଆରମ୍ଭରୁ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ନାଲି ଥିବା ଏହି ରାଜ୍ୟ ନେଳିରେ ରୂପାନ୍ତରିତ ହୋଇଛି । ଫଳରେ ମ୍ୟାଜିକ୍ ନମ୍ବର ପାଖାପାଖି ପହଞ୍ଚିଛନ୍ତି ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଡେନ୍ । ଜର୍ଜିଆରେ ମାତ୍ର ୯୧୭ ଖଣ୍ଡ ଭୋଟରେ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି ସେ । ଜର୍ଜିଆର ୧୬ ଖଣ୍ଡ ଇଲେକ୍ଟୋରାଲ୍ ଭୋଟ୍ ଘୋଷଣା ହେବା ପରେ ମ୍ୟାଜିକ୍ ନମ୍ବର ୨୭୦କୁ ବାଇଡେନ୍‌ ଖୁବ୍ ସହଜରେ ଅତିକ୍ରମ କରିଯିବେ ବୋଲି ଆଶା ବଢ଼ିଛି ।

ଏହା ବି ପଢ଼ନ୍ତୁ | News18 ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି; କରୋନା ସହ ଲଢ଼ି ହାରିଗଲେ ଯୋଦ୍ଧା

ଫିଲାଡେଲଫିଆରେ ଜଣେ ଟ୍ରମ୍ପ ସମର୍ଥକ ବାଇଡେନଙ୍କ ମଜାକ ଉଡ଼ାଉଛନ୍ତି । (ରୟଟର୍ସ)


ଯୁକ୍ତରାଷ୍ଟ୍ର ଆମେରିକାର ବିଭାଜିତ ଜନମତକୁ ନେଇ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ (Donald Trump) ଅନେକ ସନ୍ଦେହ କରିଛନ୍ତି । ଭୋଟିଂରେ ବ୍ୟାପକ ଜାଲିଆତି ହୋଇଛି କହି ଗଣତି ବନ୍ଦ କରିବାକୁ ସେ ପେନସିଲଭାନିଆ, ଜର୍ଜିଆ, ଆରିଜୋନା, ନେଭାଡା, ୱିସକନସିନ୍ ଓ ମିଚିଗାନ୍ କୋର୍ଟରେ ଆବେଦନ କରିଥିଲେ । ତେବେ ମିଚିଗାନ୍, ଜର୍ଜିଆ ଓ ୱିସକନସିନ୍ କୋର୍ଟ ସେହି ଆବେଦନକୁ ଖାରଜ କରି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ଆମିର୍ ଖାନଙ୍କ ଝିଅ ଇରା ଖାନ୍ କହିଲେ, ‘’୧୪ ବର୍ଷ ବୟସରେ ମୋ ଯୌନ ଶୋଷଣ ହୋଇଥିଲା’’

ୱିସକନସିନ୍‌ ଟାଜ୍ୟକୁ ବାଡେନ୍ କବଜାକୁ ନେଇଥିବା ବେଳେ ପୁନଃ ଗଣତି ଦାବି କରିଥିଲେ ଟ୍ରମ୍ପ । ସବୁ ଭୋଟ୍ ଗଣତି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପେନସିଲଭାନିଆର ଆଟର୍ଣ୍ଣି ଜେନେରାଲ୍ ଜର୍ଜ ସାପିରୋ । ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ତାଙ୍କ ଅଯାଥା ଟ୍ୱିଟ୍ ଓ ଧମକ ବନ୍ଦ କରନ୍ତୁ ବୋଲି ଆଟର୍ଣ୍ଣି ଜେନେରାଲ୍ ନିର୍ଦ୍ଦେଶ ଦେଇଛନ୍ତି  । ଆଇନ ବିଶାରଦମାନେ ମଧ୍ୟ ଟ୍ରମ୍ପଙ୍କ ଅଯଥା ହାଉ-ହାଉକୁ ନାପସନ୍ଦ କରିଛନ୍ତି  ।

ଏ ଭଳି ସ୍ଥିତିରେ ଟ୍ରମ୍ପ ନିଜ ସ୍ୱରକୁ ଆହୁରି ଜୋରଦାର୍ କରିଛନ୍ତି । ଜନମତ ବିରୋଧରେ ସ୍ବର ଉତ୍ତୋଳନ କରି ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସେ । ଟ୍ୱିଟରରେ ଏ ନେଇ ମନ୍ତବ୍ୟ ଦେବା ସହ ଖୋଲାଖୋଲି ମଧ୍ୟ କହୁଛନ୍ତି । ତେବେ ସବୁ ଠାରୁ ମଜା କଥା ହେଲା ଯେ ଲାଇଭ୍ କାର୍ଯ୍ୟକ୍ରମରେ ସେ ଭାଷଣ ଦେଉଥିବା ବେଳେ ଆମେରିକାର ଅନେକ ଟିଭି ଚ୍ୟାନେଲ୍ ତାହା ପ୍ରସାରିତ କରି ନ ଥିଲେ ।

ଏହା ବି ପଢ଼ନ୍ତୁ | Bihar Assembly Polls: ପ୍ରଚାର ବେଳେ ପପ୍ପୁ ଯାଦବଙ୍କ ମଞ୍ଚ ଭାଙ୍ଗିଗଲା, ଆହତ ହେଲେ; ଦେଖନ୍ତୁ VIDEO

ଟ୍ରମ୍ପ କହିଥିଲେ ଯେ ଭୋଟିଂରେ ବହୁତ ଜାଲିଆତି ହୋଇଛି ଓ ଡେମୋକ୍ରାଟ୍ ସମର୍ଥକମାନେ ହିଁ ସେଥିରେ ସଂପୃକ୍ତ । ଏସବୁ ଅମୂଳକ, ମନଗଢ଼ା ଓ ଅସତ୍ୟ ମନ୍ତବ୍ୟକୁ ଆମେରିକାର ଅଧିକାଂଶ ଟେଲିଭିଜନ୍ ଚ୍ୟାନେଲ୍ ପ୍ରସାରଣ କରି ନ ଥିଲେ । ଟ୍ରମ୍ପ ଭାଷଣ ଦେଉଥିବା ବେଳେ ହିଁ ସେମାନେ ପ୍ରସାରଣ ବନ୍ଦ କରିଦେଇଥିଲେ ।

ଆମେରିକାବାସୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି ଜୋ ବାଇଡେନ୍ । ଗଣତନ୍ତ୍ରରେ ବେଳେବେଳେ ଏଭଳି ପରିସ୍ଥିତି ଉପୁଜେ, ତେଣୁ ଏ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ସେ।

ଆମେରିକା ନିର୍ବାଚନରେ ଏଭଳି ପରିସ୍ଥିତି ଆଗରୁ କେବେ ଦେଖିବାକୁ ମିଳି ନ ଥିଲା । ରିପବ୍ଲିକାନ୍ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ସମ୍ଭାବ୍ୟ ହିଂସାକାଣ୍ଡ ଆଶଙ୍କା କରିଛି ଫେସବୁକ୍ । ଫେସବୁକରେ ଟ୍ରମ୍ପ ସମର୍ଥକଙ୍କୁ ବ୍ୟାନ୍ କରାଯାଇଛି । ଟ୍ରମ୍ପଙ୍କ ସମର୍ଥନରେ କୌଣସି ପ୍ରକାର ମନ୍ତବ୍ୟକୁ ଭାଇରାଲ୍ ହେବାକୁ ଦିଆଯାଉନି ।

ଏହା ବି ପଢ଼ନ୍ତୁ ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ

ଟ୍ବିଟର ମଧ୍ୟ ନେଇଛି ଆକ୍ସନ୍ । ଟ୍ରମ୍ପଙ୍କ ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ତଥା ଷ୍ଟ୍ରାଟେଜିଷ୍ଟ ବା ରଣକୌଶଳ ନିର୍ଦ୍ଧାରକ ଷ୍ଟିଭ୍ ବାନନଙ୍କୁ ସବୁ ଦିନ ପାଇଁ ବ୍ୟାନ୍ କରିଛି ଟ୍ବିଟର୍ । କରୋନା ଭାଇରସ୍‌ ହିଁ ଟ୍ରମ୍ପଙ୍କ ହାରିବାର ମୁଖ୍ୟ କାରଣ ବୋଲି କହି ଟ୍ରମ୍ପ ପ୍ରଶାସନର କରୋନା ମୁକାବିଲାକୁ ତୀବ୍ର ସମାଲୋଚାନ କରିଥିଲେ ଆମେରିକାର ମହାମାରୀ ବିଶେଷଜ୍ଞ ମୁଖ୍ୟ ଡକ୍ଟର ଆନ୍ଥୋନି ଫାଉସି  । ନିର୍ବାଚନ ପରେ କ୍ଷମତାକୁ ଫେରିଲେ ଫାଉସିଙ୍କୁ ତାଙ୍କ ପଦରୁ ହଟାଇ ଦେବାକୁ ଧମକ ଦେଇ ଚାଲିଥିଲେ ଟ୍ରମ୍ପ । ଏବେ ନିର୍ବାଚନ ଫଳାଫଳା ଟ୍ରମ୍ପଙ୍କ ବିପକ୍ଷରେ ଯାଉଥିବା ବେଳେ ଫାଉସିଙ୍କ ମୁଣ୍ଡ କାଟି ଦେବାକୁ ଟ୍ବିଟରରେ ଧମକ ଦେଇଥିଲେ ଷ୍ଟିଭ୍ ବାନନ୍ । ଫାଉସିଙ୍କ ସହ FBI ମୁଖ୍ୟ କ୍ରିଷ୍ଟୋଫର୍ ୱାରିଙ୍କ ମୁଣ୍ଡ କାଟି ଦେବାକୁ ମଧ୍ୟ ସେ ଧମକ ଦେଇଥିଲେ । ସେଇଥି ପାଇଁ ତାଙ୍କୁ ସବୁ ଦିନ ପାଇଁ ବ୍ୟାନ୍ କରିଛି ଟ୍ବିଟର ।

ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ହେବା ଜଳଜଳ ଦିଶିଲାଣି । କିନ୍ତୁ ନିର୍ବାଚନ ଫଳାଫଳକୁ ନେଇ ୟୁନାଇଟେଡ୍ ଷ୍ଟେଟସ୍ ଅଫ୍ ଆମେରିକା ଏବେ ଡିଭାଇଡେଡ୍ ଷ୍ଟେଟସ୍ ଅଫ୍ ଆମେରିକା ପାଲଟିଛି । ଦେଶରେ ଏକ ରକମ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏଭଳି ସ୍ଥିତିରେ ଭାବି ରାଷ୍ଟ୍ରପତି ବାଇଡେନଙ୍କ ସୁରକ୍ଷା କଡ଼ାକଡ଼ି କରିଛି ଆମେରିକାର ସିକ୍ରେଟ୍ ସର୍ଭିସ୍ । ୱେଲିଙ୍ଗଟନ୍ ଯାଇ ବାଇଡେନଙ୍କ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ  ।



୧୯୯୨ର ନିର୍ବାଚନ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବ୍ୟତିକ୍ରମ ସୃଷ୍ଟି ହେବାକୁ ଯାଉଛି । ଆମେରିକାରେ ଜଣେ ପ୍ରାର୍ଥୀ ଅତି ବେଶୀରେ ଦୁଇ ଥର ରାଷ୍ଟ୍ରପତି ହୋଇପାରିବେ । ତେବେ ୧୯୯୨ରୁ ସିଟିଂ ରାଷ୍ଟ୍ରପତି ପୁନର୍ବାର ନିର୍ବାଚିତ ହୋଇ ଆସୁଥିବା ବେଳେ ଏଥର କିନ୍ତୁ ଗାଦିଚ୍ୟୁତ ହେବାକୁ ଯାଉଛନ୍ତି ଟ୍ରମ୍ପ ।
Published by:Anand ST Das
First published: