News18 Odia Digital
ୱାଶିଂଟନ୍: ସୁପର୍ ପାୱାର ଆମେରିକାରେ ଆଜି ହେଉଛି କ୍ଷମତାର ପଟ୍ଟ ପରିବର୍ତ୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି ଜୋ ବାଇଡେନ୍ । ଏଥି ପାଇଁ କରୋନା କଟକଣା ମଧ୍ୟରେ ଏକ ସମାରୋହର ଆୟୋଜନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ନୂଆ ରାଷ୍ଟ୍ରପତି ଜୋ ବାଇଡେନ (Joe Biden inauguration) ଓ ଉପରାଷ୍ଟ୍ରପତି କମଳା ହାରିସଙ୍କ (Kamala Harris) ଶପଥ ଗ୍ରଙଣ ସମାରୋହ ପୂର୍ବରୁ ହ୍ବାଇଟ ହାଉସରେ ଆୟୋଜିତ ହୋଇଥିଲା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିଦାୟୀ ସମାରୋହ । ଡୋନାଲ୍ଡ ଟ୍ରମ୍ପ (Donald Trump) ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ସାମିଲ ହୋଇ ନ ଥିଲେ । ବହୁ ବର୍ଷ ପରେ କ୍ଷମତା ହସ୍ତାନ୍ତର ବେଳେ ଏଭଳି ସ୍ଥିତି ଉପୁଜିଥିଲା ଯେଉଁଠି ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଭାଗ ନେଇ ନ ଥିଲେ ବିଦାୟୀ ରାଷ୍ଟ୍ରପତି ।
ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ଦିନେ ନବୀନ ପଟ୍ଟନାୟକଙ୍କ ଭାରି ପ୍ରିୟ ଥିଲେଆମେରିକାର ଶାସନ ଭାର ନିଜ ହାତକୁ ନେବା ପରେ ଜୋ ବାଇଡେନ୍ କେଉଁ ସବୁ ପଦକ୍ଷେପ ନେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏଥି ମଧ୍ୟରେ ଭିସା ନିୟମ କୋହଳ ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଆମେରିକାର ଉପରାଷ୍ଟ୍ରପତି ଭାବେ ପ୍ରଥମ ମହିଳା ତଥା ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଶପଥ ନେଉଥିବାରୁ ତାଙ୍କ ପୈତୃକ ଗ୍ରାମ ତାମିଲ ନାଡୁର ଥୁଲାସେଣ୍ଡ୍ରାପୁରମ୍ ଆଜି ଉତ୍ସବମୁଖର ହୋଇଛି । ଖୁସିରେ ବିଭୋର ହୋଇଛନ୍ତି ଗାଁ ଲୋକେ । ପୂଜାର୍ଚ୍ଚନା କରିବା ସହିତ ରଙ୍ଗୋଲି ତିଆରି କରିଛନ୍ତି । ମିଷ୍ଠାନ୍ନ ବଣ୍ଟନ କରିବା ସାଙ୍ଗକୁ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି । କମଳା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଶୁଭକାମନା ଜଣାଇଛନ୍ତି ।
ଦେଖନ୍ତୁ ସିଧା ପ୍ରସାରଣ (Watch Live from Washington DC):
କମଳା ହ୍ୟାରିସ୍ଙ୍କ ଶପଥ ଗ୍ରହଣକୁ ନେଇ ଖୁସି ପ୍ରକାଶ କରିଛନ୍ତି ତାଙ୍କ ମାମୁଁ ବାଲଚନ୍ଦ୍ରନ ଗୋପାଳନ । କରୋନା ଭାଇରସ୍ ସଂକ୍ରମଣ ସମୟରେ ଏହି ଶପଥ ଗ୍ରହଣ ସମାରୋହ ହେଉଥିବାରୁ ସେ ଏଥିରେ ସାମିଲ ହୋଇପାରୁ ନାହାନ୍ତି । କିନ୍ତୁ ଟିକାକରଣ ପରେ ସେ ଆମେରିକା ଯିବେ ଓ କମଳା ହାରିସଙ୍କୁ ଭେଟିବେ ବୋଲି କହିଛନ୍ତି ।
ଦେଖନ୍ତୁ ସିଧା ପ୍ରସାରଣ (Watch Live from Washington DC):
ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ପଡ଼ୋଶୀ ଘର ବୋହୂ ହିଁ ୩ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଥିଲା; ମାନିଲା, ଗିରଫ ହେଲା‘‘କମଳା ଆଜି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି । ଆଗାମୀ ସମୟରେ ସେ ରାଷ୍ଟ୍ରପତି ବି ହୋଇପାରନ୍ତି । କମଳାଙ୍କ ଯୋଗୁଁ ଭାରତ-ଆମେରିକା ସମ୍ପର୍କ ଅଧିକ ମଜବୁତ୍ ହେବ,’’ କହିଛନ୍ତି ବାଲ୍ଚନ୍ଦ୍ରନ । ସେ କମଳାଙ୍କୁ ଏକ ସନ୍ଦେଶ ଦେଇ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଯେମିତି କମଳା ନିଜ ମା’ଙ୍କ ପଦାଙ୍କ ଅନୁସରଣ କରିଆସିଛନ୍ତି ଆଗକୁ ବି ସେ ସେହି ରାସ୍ତାରେ ହିଁ ଚାଲିବା ଉଚିତ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।