ମୋରବି ବ୍ରିଜ ଦୁର୍ଘଟଣ ଉପରେ ଦୁଃଖ ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ କମଲା ହାରିସ୍

Morbi Tragedy: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୋରବି ଗସ୍ତ କରିବେ। ଏହି ଦୁର୍ଘଟଣା ପରେ ପରିସ୍ଥିତିର ସମୀକ୍ଷା ପାଇଁ ମଙ୍ଗଳବାର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ମୋରବି ବ୍ରିଜ ଦୁର୍ଘଟଣ ଉପରେ ଦୁଃଖ ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ କମଲା ହାରିସ୍

ମୋରବି ବ୍ରିଜ ଦୁର୍ଘଟଣ ଉପରେ ଦୁଃଖ ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ କମଲା ହାରିସ୍

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Morbi Tragedy: ଗୁଜୁରାଟର ମୋରବି ବ୍ରିଜ ଦୁର୍ଘଟଣାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ ଦୁଃଖ ପ୍ରକାଶ କରିଛନ୍ତି। ଆମେରିକାର ଉଭୟ ବରିଷ୍ଠ ନେତା କହିଛନ୍ତି ଯେ ଆମେ ଭାରତ ସହ ଛିଡ଼ା ହୋଇଛୁ।

ଗୁଜୁରାଟର ମୋରବି ବ୍ରିଜ ଭୁଷୁଡ଼ିବା ଘଟଣାରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସମବେଦନା ଜଣାଇଥିଲେ। ରାଷ୍ଟ୍ରପତି ଲେଖିଥିଲେ ଯେ ଏହି କଷ୍ଟ ସମୟରେ ଆମେ ଭାରତୀୟ ଲୋକଙ୍କୁ ସମର୍ଥନ କରିବୁ।

ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ମଧ୍ୟ ଏହି ଦୁଃଖଦ ଘଟଣାରେ ସମବେଦନା ଜଣାଇ କହିଛନ୍ତି ଯେ ଯେଉଁମାନେ ଆମର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହ ଆମର ହୃଦୟ ଅଛି।

ଏହାପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋରବି ଦୁର୍ଘଟଣାରେ ସମବେଦନା ଜଣାଇଥିଲେ। ଏକ ବିବୃତ୍ତିରେ ସେ କହିଥିଲେ, ‘‘ଗୁଜୁରାଟରେ ବ୍ରିଜ ଭୁଷୁଡ଼ିବା ଘଟଣାକୁ ନେଇ ମୁଁ ସମବେଦନା ଜଣାଉଛି। ମୋର ସହାନୁଭୂତି ପୀଡିତଙ୍କ ପରିବାର ସହିତ ଅଛି। ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।’’



ଗୁଜୁରାଟରେ ଘଟିଥିବା ଏହି ଦୁଃଖଦ ଘଟଣାକୁ ନେଇ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଦେଉବା ଟ୍ବିଟ କରି କହିଛନ୍ତି, ‘‘ଗୁଜୁରାଟର ମୋରବିରେ ବ୍ରିଜ୍ ଭୁଷୁଡ଼ିବା ଘଟଣାକୁ ନେଇ ମୁଁ ଗଭୀର ଦୁଃଖିତ। ବହୁମୂଲ୍ୟ ଜୀବନ ହରାଇବା ନେଇ ସରକାର ଏବଂ ଭାରତବାସୀଙ୍କୁ ଆମେ ହୃଦୟରୁ ସମବେଦନା ଜଣାଉଛୁ। ଶୋକସନ୍ତପ୍ତ ପରିବାରଙ୍କ ସହ ଆମର ସମବେଦନା ଓ ପ୍ରାର୍ଥନା ରହିଛି।"



ଭାରତର ବ୍ରିଟିଶ ହାଇ କମିଶନର ଆଲେକ୍ସ ଏଲିସ୍ ଏହି ଦୁଃଖଦ ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଟ୍ବିଟ କରି କହିଥିଲେ, ‘‘ଗୁଜୁରାଟରୁ ଭୟଙ୍କର, ଆଶ୍ଚର୍ଯ୍ୟଜନକ ଖବର।’’

ସଦ୍ୟତମ ରିପୋର୍ଟ ଅନୁଯାୟୀ, ସୋମବାର ସକାଳେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଥିଲା। ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘଭୀ କହିଥିଲେ ଯେ ଏହି ଘଟଣାରେ ଅପରାଧିକ ମାମଲା ରୁଜୁ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଆଜି ମୋରବି ଗସ୍ତ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୋରବି ଗସ୍ତ କରିବେ। ଏହି ଦୁର୍ଘଟଣା ପରେ ପରିସ୍ଥିତିର ସମୀକ୍ଷା ପାଇଁ ମଙ୍ଗଳବାର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହାପୂର୍ବରୁ କେଭଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପିଏମ ମୋଦି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ।
Published by:Lipina Das
First published: