‘‘ବାପା ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ମୁହଁ ଟିକେ ଦେଖିଦେବ’’ ଏମିତି କହି ଛାତରୁ ଡେଇଁ ପଡ଼ିଲେ ମଡେଲ

ପୋଲିସ କହିଛି ଯେ ଗୁନଗୁନ ଶନିବାର ଉଦୟପୁରରୁ ଯୋଧପୁରକୁ ଆସିଥିଲେ। ସେ ଏଠାରେ ରତନଡା ହୋଟେଲରେ ରହିଥିଲେ। ରବିବାର ଦିନ ସେ ତାଙ୍କ ପିତାଙ୍କୁ ଫୋନ କରି ଆତ୍ମହତ୍ୟା ବିଷୟରେ ଜଣାଇଥିଲେ।

୬ତମ ମହଲାରୁ ଡେଇଁ ପଡ଼ିଲେ ମଡେଲ

୬ତମ ମହଲାରୁ ଡେଇଁ ପଡ଼ିଲେ ମଡେଲ

  • Share this:
News18 Odia Digital

ରାଜସ୍ଥାନ: ମଡେଲ ଗୁନଗୁନ ଉପାଧ୍ୟାୟ ରାଜସ୍ଥାନର ଯୋଧପୁରର ରତନଡା ହୋଟେଲର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କ ପିତାଙ୍କୁ ଫୋନ କରି ଏ ବିଷୟରେ ଜଣାଇଥିଲେ। ତେବେ ଗୁନଗୁନ ତଳେ ପଡ଼ିଯିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଡାକ୍ତରମାନେ କହିଛନ୍ତି ଯେ ଉଚ୍ଚତାରୁ ଖସିଯିବା କାରଣରୁ ଗୁନଗୁନଙ୍କର ଗୋଡ ଭାଙ୍ଗି ଯାଇଛି। ତେବେ ତାଙ୍କ ଅବସ୍ଥା ସ୍ଥିର ଅଛି।

ପୋଲିସ କହିଛି ଯେ ଗୁନଗୁନ ଶନିବାର ଉଦୟପୁରରୁ ଯୋଧପୁରକୁ ଆସିଥିଲେ। ସେ ଏଠାରେ ରତନଡା ହୋଟେଲରେ ରହିଥିଲେ। ରବିବାର ଦିନ ସେ ତାଙ୍କ ପିତାଙ୍କୁ ଫୋନ କରିଥିଲେ। ଆଉ କହିଥିଲେ, ‘‘ପାପା, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, କେବଳ ମୋ ମୁହଁକୁ ଟିକେ ଦେଖି ଦେବ।’’ ଏହା ପରେ ପିତା ଗଣେଶ ଉପାଧ୍ୟାୟ ପୋଲିସ ସହ ଯୋଗାଯୋଗ କରିଥିଲେ।

ଏସିପି ଦେରାୱର ସିଂ ଫୋନ ନମ୍ବର ଆଧାରରେ ଗୁନଗୁନଙ୍କ ସ୍ଥାନ ଅନୁସନ୍ଧାନ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳକୁ ଗୁନଗୁନ ଷଷ୍ଠ ମହଲାରୁ ଡେଇଁପଡ଼ିଥିଲେ।

ପୋଲିସ କହିଛି ଯେ ଏହି ମଡେଲକୁ ମଥୁରଦାସ ମଥୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ ଗୁନଗୁନଙ୍କ ବହୁତ ରକ୍ତସ୍ରାବ ହେଉଛି । ତେଣୁ ସେ ବର୍ତ୍ତମାନ କଥା ହେବା ସ୍ଥିତିରେ ନାହାଁନ୍ତି। ସେ ଚେତନା ପାଇବା ମାତ୍ରେ ପଚରାଉଚରା କରାଯିବ। ତେବେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ପୋଲିସ କହିଛି ଯେ ଗୁନଗୁନଙ୍କ ପିତା ଗଣେଶ ଉପାଧ୍ୟାୟ ନିଜେ ଯୋଧପୁରର ଜଣେ ମାର୍କେଟ ବ୍ୟବସାୟୀ। ବର୍ତ୍ତମାନ ତାଙ୍କୁ ଗୁନଗୁନଙ୍କ ବିଷୟରେ ପଚରାଉଚରା କରିଛି ପୋଲିସ।
Published by:Lipina Das
First published: