Jobs: ୨୦୨୫-୨୬ ସୁଦ୍ଧା ତିନୋଟି କ୍ଷେତ୍ର ଉପଲବ୍ଧ ହେବ ୧.୨ କୋଟି ଚାକିରୀ

୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା, ଇଞ୍ଜିନିୟରିଂ, ଟେଲି ଯୋଗାଯୋଗ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧.୨ କୋଟି ନିଯୁକ୍ତି ସୁଯୋଗ ଉପଲବ୍ଧ ହେବ। ମୋଟ ନିଯୁକ୍ତି ସୁଯୋଗର ୧୭ ପ୍ରତିଶତ ଉଚ୍ଚ କୁଶଳୀ ତଥା ବିଶେଷଜ୍ଞ କର୍ମଚାରୀ କିମ୍ବା ବୃତ୍ତିଗତ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ।

୨୦୨୫-୨୬ ସୁଦ୍ଧା ତିନୋଟି କ୍ଷେତ୍ର ଉପଲବ୍ଧ ହେବ ୧.୨କୋଟି ଚାକିରୀ (ପ୍ରତୀକାତ୍ମକ ଛବି)

୨୦୨୫-୨୬ ସୁଦ୍ଧା ତିନୋଟି କ୍ଷେତ୍ର ଉପଲବ୍ଧ ହେବ ୧.୨କୋଟି ଚାକିରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା, ଇଞ୍ଜିନିୟରିଂ, ଟେଲି ଯୋଗାଯୋଗ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧.୨ କୋଟି ନିଯୁକ୍ତି ସୁଯୋଗ ଉପଲବ୍ଧ ହେବ। ଏକ ରିପୋର୍ଟରେ ଏହା ଆକଳନ କରାଯାଇଛି।  ଟିମ୍ ଲିଜ୍ ସର୍ଭିସେସ୍ ର ଷ୍ଟାଫ୍ ଡିଭିଜନ୍ ଟିମ୍ ଲିଜ୍ ଡିଜିଟାଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପୁନର୍ଜୀବନ ସହିତ ଟେକ୍ନୋଲୋଜି ଓ ଡିଜିଟାଲର ଅନୁପ୍ରବେଶ ବୃଦ୍ଧି ଦ୍ୱାରା ଏହି କ୍ଷେତ୍ରଗୁଡ଼ିକରେ ରୋଜଗାରର ସୁଯୋଗ ବୃଦ୍ଧି ପାଇବ।

ବୃତ୍ତିଗତ ବିଶେଷଜ୍ଞଙ୍କ ଚାହିଦା ବୃଦ୍ଧି ପାଇବ 

ରିପୋର୍ଟରେ କୁହାଯାଇଛି ଯେ ମୋଟ ନିଯୁକ୍ତି ସୁଯୋଗର ୧୭ ପ୍ରତିଶତ ଉଚ୍ଚ କୁଶଳୀ ତଥା ବିଶେଷଜ୍ଞ କର୍ମଚାରୀ କିମ୍ବା ବୃତ୍ତିଗତ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ। 'ପ୍ରଫେସନାଲ୍ ଚାକିରି - ଡିଜିଟାଲ୍ ଏମ୍ପ୍ଲୟମେଣ୍ଟ୍-ରିପୋର୍ଟ' ଶୀର୍ଷକ ଏହି ରିପୋର୍ଟରେ ଇଞ୍ଜିନିୟରିଂ, ଟେଲିକମ୍ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୭୫୦ ରୁ ଅଧିକ ନିଯୁକ୍ତିଦାତା / କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମତାମତ ନିଆଯାଇଛି।

'ଇଞ୍ଜିନିୟରିଂ, ଟେଲିକମ୍ ଓ ସ୍ୱାସ୍ଥ୍ୟ କ୍ଷେତ୍ର ୪.୦ ଆଡକୁ ରୂପାନ୍ତର ହେଉଛି

ସୁନୀଲ ସି, ଟିମ୍ ଲିଜ୍ ଡିଜିଟାଲର ମୁଖ୍ୟ କହିଛନ୍ତି, “ଇଞ୍ଜିନିୟରିଂ, ଟେଲିକମ୍ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ର 4.0 ପରିବର୍ତ୍ତନ ହେବାକୁ ଯାଉଛି। ଏହା କେନ୍ଦ୍ରୀୟ ଶିଳ୍ପ ନିୟନ୍ତ୍ରଣ ସହିତ ଏକ ସିଷ୍ଟମରୁ ସ୍ମାର୍ଟ ଉତ୍ପାଦ ଏବଂ ପ୍ରକ୍ରିୟାକୁ ଗତି କରୁଛି। ଆଜି ଏହା ସେମାନଙ୍କ କାର୍ଯ୍ୟର କେନ୍ଦ୍ରରେ ଅଛି।

ପ୍ରଡକ୍ସନ୍ ଆଧାରିତ ଇନସେଣ୍ଟିଭ୍ ସ୍କିମ୍ (PLI) ଏବଂ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (ଏଫଡିଆଇ) ହେତୁ ଚାହିଦା ବହୁତ ଦ୍ରୁତ ଗତିରେ ବଢୁଛି ବୋଲି ସୁନୀଲ କହିଛନ୍ତି। “ବିଶେଷକରି ଏହି ତିନୋଟି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ୨୫ ରୁ ୨୭ ପ୍ରତିଶତ ବୃଦ୍ଧି ପାଇବ। ଏଥି ସହିତ, କୁଶଳୀ ଅର୍ଥାତ୍ ବୃତ୍ତିଗତ ବିଶେଷଜ୍ଞଙ୍କ ସହିତ ପ୍ରତିଭାର ଚାହିଦା ଆଜି ୪୫,୬୫,୦୦୦ ରୁ ୨୦୨୬ ସୁଦ୍ଧା ପ୍ରାୟ ୯୦,୦୦,୦୦୦ କୁ ବୃଦ୍ଧି ପାଇବ।
Published by:Soumya Das
First published: