କୌଣସି ଭଗବାନ ବ୍ରାହ୍ମଣ ନୁହଁନ୍ତି; ସବୁ ମହିଳା ହେଉଛନ୍ତି ଶୁଦ୍ର: JNU କୁଳପତି

ଦେବତା ଓ ଦେବୀମାନେ ଉଚ୍ଚ ଜାତିର ନୁହଁନ୍ତି। ଭଗବାନ ଶିବ ଏସସି କିମ୍ବା ଏସଟି ହୋଇଥାଇପାରନ୍ତି ବୋଲି କହିଛନ୍ତି କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ।

ଶାନ୍ତିଶ୍ରୀ ଧୁଲିପୁଡି (ପ୍ରତୀକାତ୍ମକ ଛବି)

ଶାନ୍ତିଶ୍ରୀ ଧୁଲିପୁଡି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ମନୁଷ୍ୟର ଜାତି ପ୍ରସଙ୍ଗ ବିତର୍କ ହୋଇଆସୁଛି। ବର୍ତ୍ତମାନ ଦେବତା ଓ ଦେବୀଙ୍କ ଜାତି ବିଷୟରେ ଅନେକ ମତ ମଧ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଜବାହର ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ଦେବତାଙ୍କ ଜାତି ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଦେବତା ଓ ଦେବୀମାନେ ଉଚ୍ଚ ଜାତିର ନୁହଁନ୍ତି। ଏପରିକି ସେ କହିଛନ୍ତି ଯେ ଭଗବାନ ଶିବ ଏସସି କିମ୍ବା ଏସଟି ହୋଇଥିବେ।

ବାସ୍ତବରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ଆମ୍ବେଦକରଙ୍କ ବିଚାର 'ଜେଣ୍ଡର ଜଷ୍ଟିସ: ଡ଼ି କୋଡ଼ିଂ ଦ ୟୁନିଫର୍ମ ସିଭିଲ କୋଡ଼'ର ବାଖ୍ୟା କରୁଥିବା ବେଳେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ମାନବଜାତିର ବିଜ୍ଞାନ ଅନୁଯାୟୀ ଦେବତା ଓ ଦେବୀମାନେ ଏକ ଉଚ୍ଚ ଜାତିର ନୁହଁନ୍ତି।  ସୋମବାର ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସେ କହିଛନ୍ତି ଯେ,  ମନୁସ୍ମୃତିରେ ମହିଳାଙ୍କୁ ଶୁଦ୍ର ମାନ୍ୟତା ଦିଆଯାଇଛି।

ସେ କହିଛନ୍ତି ଯେ ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ ଏହା ଏକ ଜୀବନଶୈଳୀ ତେଣୁ ଆମେ ସମାଲୋଚନାକୁ କାହିଁକି ଭୟ କରୁଛୁ? ମାନବ ଶାସ୍ତ୍ର ଅନୁସାରେ ଦେବତାମାନେ ଏକ ଉଚ୍ଚ ଜାତିର ନୁହଁନ୍ତି।  ଭଗବାନ ଶିବ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ହୋଇପାରନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ମହିଳା ବ୍ରାହ୍ମଣ କିମ୍ବା ଅନ୍ୟ କିଛି ବୋଲି ଦାବି କରିପାରିବେ ନାହିଁ। ମହିଳାମାନଙ୍କ ଜାତି ସେମାନଙ୍କ ପିତା କିମ୍ବା ସ୍ୱାମୀଙ୍କଠାରୁ ମିଳିଥାଏ।

ଶାନ୍ତିଶ୍ରୀ ଧୁଲିପୁଡି କହିଛନ୍ତି ଯେ ଦେବତାମାନଙ୍କର ଉତ୍ପତ୍ତିକୁ ମାନବ ଶାସ୍ତ୍ରୀୟ ରୂପରେ ଜାଣିବା ଉଚିତ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ବାବାସାହେବଙ୍କ ମତ ଉପରେ ପୁନର୍ବିଚାର କରୁଛୁ। କୁଳପତି ଆହୁରି ମଧ୍ୟ କହିଛନ୍ତି ଯେ ଲକ୍ଷ୍ମୀ, ଶକ୍ତି ଏପରିକି ଭଗବାନ ଜଗନ୍ନାଥ ମାନବଜାତିର ଶାସ୍ତ୍ର ଅନୁଯାୟୀ ଉଚ୍ଚ ଜାତିର ନୁହଁନ୍ତି। ପ୍ରଭୁ ଜଗନ୍ନାଥ ପ୍ରକୃତରେ ଆଦିବାସୀ ଅଟନ୍ତି। ତେବେ ଆମେ କାହିଁକି ଏହି ଭେଦଭାବ ଜାରି ରଖିଛୁ ଯାହା ଅତ୍ୟନ୍ତ ଅମାନବୀୟ।

ସେ କହିଛନ୍ତି ଯେ ଆଧୁନିକ ଭାରତର କୌଣସି ନେତା ନାହାଁନ୍ତି ଯିଏ ଏତେ ମହାନ ଚିନ୍ତକ ଥିଲେ। ଆମ ସମାଜରେ ଅନ୍ତର୍ନିହିତ, ଗଠନମୂଳକ ଭେଦଭାବ ଉପରେ ଆମକୁ ଜାଗ୍ରତ କରିବାରେ ଗୌତମ ବୁଦ୍ଧ ପ୍ରଥମ ଥିଲେ। ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ, ଏହା ଏକ ଜୀବନଶୈଳୀ। ଯଦି ଏହା ଏକ ଜୀବନଶୈଳୀ ଆମେ କାହିଁକି ସମାଲୋଚନାରୁ ଭୟଭୀତ ହେଉଛେ।
Published by:Soumya Das
First published: