କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର; ପଦୋନ୍ନତିକୁ ନେଇ ବଡ଼ ଘୋଷଣା କରିପାରନ୍ତି ସରକାର

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାର କର୍ମଚାରୀଙ୍କ ପଦୋନ୍ନତି ବିଷୟରେ ଆଲୋଚନା କରୁଛନ୍ତି।

ସପ୍ତମ ବେତନ କମିଶନ (ପ୍ରତୀକାତ୍ମକ ଛବି)

ସପ୍ତମ ବେତନ କମିଶନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ ହାଇକେ) ବୃଦ୍ଧି ପୂର୍ବରୁ ଏକ ଖୁସି ଖବର ଅଛି। ଲକ୍ଷ ଲକ୍ଷ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। ସେପ୍ଟେମ୍ବର ୨୮ରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ସରକାର ଏକ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଗତ ଦିନରେ ୮,୦୦୦ ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ବିଷୟରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଖୁବ ଶୀଘ୍ର କର୍ମଚାରୀ ଓ ତାଲିମ ବିଭାଗ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ଯାଉଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଗତ ଦିନ କେନ୍ଦ୍ରୀୟ ସଚିବାଳୟ ସରକାରୀ ଭାଷା ସେବା ଗୋଷ୍ଠୀର ଅଧିକାରୀଙ୍କ ଏକ ପ୍ରତିନିଧୀ ଦଳ ଭେଟିଥିଲେ। ଏହା ପରେ ପଦୋନ୍ନତି ସହ ଜଡିତ ଘୋଷଣା କରାଯାଇଥିଲା। ସେତେବେଳେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ନିୟମ ଅନୁଯାୟୀ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଶ୍ଚିତ କରିଥିଲେ। ଅଧିକାରୀଙ୍କ ପଦୋନ୍ନତି ପୂର୍ବରୁ ଅତିକମରେ ଏକ ବର୍ଷରୁ ୧୮ମାସ ତାଲିମ ଆବଶ୍ୟକ।

କେନ୍ଦ୍ର ମନ୍ତ୍ରୀ ମଧ୍ୟ ପ୍ରତିନିଧି ଦଳକୁ କହିଥିଲେ ଯେ ସେ ସେମାନଙ୍କର ଦାବିକୁ ବିଚାର କରିବେ ଓ ପଦୋନ୍ନତି ଜନିତ ସମସ୍ୟା ଦୂର କରିବେ। ଭବିଷ୍ୟତରେ ସରକାରୀ କର୍ମଚାରୀଙ୍କ ପାଇଁ ସମସ୍ତ ପଦୋନ୍ନତି ବ୍ୟବସ୍ଥାପିତ କରାଯିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଜୁଲାଇ ୧, ୨୦୨୨ ରେ ୮୦୮୯ କର୍ମଚାରୀ ପଦୋନ୍ନତି ପାଇଥିଲେ।
Published by:Soumya Das
First published: