ଜିଓର ସବୁଠୁ ଶସ୍ତା ପ୍ଲାନ! ମାତ୍ର ୩.୫ ଟଙ୍କାରେ ୧ ଜିବି ଡାଟା ଓ ଆହୁରି ଅନେକ ସୁବିଧା; ଜଣାନ୍ତୁ ଡ଼ିଟେଲ୍ସ...

Cheapest Recharge Plan: ଟେଲିକମ୍ ଇଣ୍ଡଷ୍ଟ୍ରିରେ (Telecom Industry) ପ୍ରତିଯୋଗିତା ବୃଦ୍ଧି ପାଇବାରେ ଲାଗିଛି । ନିଜ ଆଡକୁ ଅଧିକରୁ ଅଧିକ ମୋବାଇଲ୍ ୟୁଜରଙ୍କୁ ଆକର୍ଷିତ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡିକ ଅନେକ ସୁଲଭ ପ୍ଲାନ ଲଞ୍ଚ କରୁଛନ୍ତି ।

ଜିଓର ସବୁଠୁ ଶସ୍ତା ପ୍ଲାନ! ମାତ୍ର ୩.୫ ଟଙ୍କାରେ ୧ ଜିବି ଡାଟା ଓ ଆହୁରି ଅନେକ ସୁବିଧା; ଜଣାନ୍ତୁ ଡ଼ିଟେଲ୍ସ...
ଜିଓର ସବୁଠୁ ଶସ୍ତା ପ୍ଲାନ!
  • News18 Odia
  • Last Updated: March 18, 2021, 12:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
Cheapest Recharge Plan: ଟେଲିକମ୍ ଇଣ୍ଡଷ୍ଟ୍ରିରେ (Telecom Industry) ପ୍ରତିଯୋଗିତା ବୃଦ୍ଧି ପାଇବାରେ ଲାଗିଛି । ନିଜ ଆଡକୁ ଅଧିକରୁ ଅଧିକ ମୋବାଇଲ୍ ୟୁଜରଙ୍କୁ ଆକର୍ଷିତ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡିକ ଅନେକ ସୁଲଭ ପ୍ଲାନ ଲଞ୍ଚ କରୁଛନ୍ତି । ଯେତେବେଳେ ଆପଣ ଶସ୍ତା ପ୍ଲାନ ବିଷୟରେ ଚିନ୍ତା କରନ୍ତି ସେତବେଳେ ପ୍ରଥମ ନାମ ଜିଓର ଆସିଥାଏ । ଏହା କିଛି ଦିନ ପୂର୍ବରୁ ଶସ୍ତା ମୋବାଇଲ୍ ଡାଟା ପ୍ଲାନ ଆରମ୍ଭ କରି ଟେଲିକମ୍ ଇଣ୍ଡଷ୍ଟ୍ରିରେ ଆତଙ୍କ ଖେଳାଇ ଦେଇଥିଲା । Jioର ଏପରି ଏକ ରିଚାର୍ଜ ପ୍ୟାକ୍ ମଧ୍ୟ ରହିଛି ଯେଉଁଥିରେ ୧ ଜିବି ଡାଟା ପାଇଁ ମାତ୍ର ୩.୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ି଼ଥାଏ । ଜାଣନ୍ତୁ ଜିଓର ୫୯୯ ଟଙ୍କା ରିଚାର୍ଜ ପ୍ଲାନ ବିଷୟରେ ...

୫୯୯ ଟଙ୍କା ରିଚାର୍ଜ ପ୍ଲାନ
ରିଲାଏନ୍ସ ଜିଓର ଏହି ପ୍ଲାନର ବୈଧତା ୮୪ ଦିନ ଅଟେ । ୫୯୯ ଟଙ୍କାର ଏହି ପ୍ଲାନ ଏବେ ଚର୍ଚ୍ଚାରେ ରହିଛି । ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ପ୍ରଦାନ କରାଯାଏ । ମୋଟ ଉପରେ ଉପଭୋକ୍ତାମାନେ ଏହି ପ୍ଲାନରେ ୮୪ ଦିନରେ ୧୬୮ ଜିବି ଡାଟା ପାଇଥାନ୍ତି । ଅର୍ଥାତ ୟୁଜର୍ସଙ୍କୁ ୧ ଜିବି ଡାଟା ପାଇଁ ୫୯୯ ଟଙ୍କା ଯୋଜନାରେ କେବଳ ୩.୫୭ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।

ଅନ୍ୟ ପ୍ଲାନ ଅପେକ୍ଷା ବହୁତ ଶସ୍ତା
ଡାଟା ପ୍ଲାନ ଅନୁଯାୟୀ ଏହି ୫୯୯ ଟଙ୍କା ପ୍ଲାନ ୨୪୯ ଟଙ୍କା ଓ ୪୪୪ ଟଙ୍କା ଯୋଜନା ଠାରୁ ଶସ୍ତା ଅଟେ । ୪୪୪ ଟଙ୍କା ଯୋଜନାର ବୈଧତା ୫୬ ଦିନ ଅଟେ । ଏଥିରେ ସମୁଦାୟ ୧୧୨ ଜିବି ଡାଟା ଉପଲବ୍ଧ । ଏହି ପରିପ୍ରେକ୍ଷୀରେ ୧ ଜିବି ଡାଟା ମୂଲ୍ୟ ପ୍ରାୟ 4 ଟଙ୍କା ଅଟେ ।

ଜଣାନ୍ତୁ ଏହାର ଉପକାରିତା
୫୯୯ ଟଙ୍କା ଏହି ପ୍ଲାନରେ ଅସୀମିତ କଲିଂ ସୁବିଧା ଉପଲବ୍ଧ ରହିଛି । ଏହା ସହିତ ଉପଭୋକ୍ତାମାନେ ମାଗଣାରେ ଲାଇଭ୍ ଆପ୍ ମଧ୍ୟ ପାଇପାରିବେ । ତାହା ହେଉଛି ଆପଣ JioTV, Jio Cinema, JioSaavn, JioNews ଓ JioCloud ପରି ଆପ୍ସର ମାଗଣା ସବସ୍କ୍ରିପସନର ଲାଭ ଉଠାଇ ପାରିବେ ।

(ପ୍ରତ୍ୟାଖ୍ୟାନ: - ନ୍ୟୁଜ୍ ୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକାନା ଅଟେ ।)
Published by: Jagdish Barik
First published: March 18, 2021, 12:05 PM IST