ପ୍ରଥମ ରାଜ୍ଯ ଭାବେ ଗୁଜରାଟର ୧୦୦% ଜିଲ୍ଲା ମୁଖ୍ୟାଳୟରେ ମିଳିବ ଜିଓ ଟ୍ରୁ-୫ଜି ସେବା

“ଟ୍ରୁ-୫ଜି ଫର ଅଲ୍’ ଅଭିଯାନରେ ଗୁଜରାଟର ୩୩ ଜିଲ୍ଲା ମୁଖ୍ୟାଳୟରେ ଟ୍ରୁ-୫ଜି ସେବା ମିଳିବ। ଗ୍ରାହକମାନଙ୍କୁ ମିଳିବ ୧ ଜିବିପିଏସ୍ରୁ ଅଧିକ ପର୍ଯ୍ୟନ୍ତ ସ୍ପିଡ୍ରେ ଅସୀମିତ ୫ଜି ଡାଟା।

ମିଳିବ ଜିଓ ଟ୍ରୁ-୫ଜି ସେବା

ମିଳିବ ଜିଓ ଟ୍ରୁ-୫ଜି ସେବା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି। ଗୁଜରାଟର ୩୩ ଜିଲ୍ଲା ମୁଖ୍ୟ କର୍ଯ୍ୟାଳୟରେ ଜିଓ ପକ୍ଷରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ଗୁଜରାଟ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟରେ ଜିଓ ଟ୍ରୁ-୫ଜି କଭରେଜ୍ ମିଳିବ।

ରିଲାଏନ୍ସର ଜନ୍ମଭୂମି ହୋଇଥିବାରୁ କମ୍ପାନୀ ପାଇଁ ଗୁଜରାଟ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି। ସେଠାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଗୁଜରାଟ ଓ ଏହାର ବାସିନ୍ଦାଙ୍କ ପ୍ରତି ଏକ ସମର୍ପଣ ସଦୃଶ। ଏକ ମଡେଲ୍ ରାଜ୍ୟ ଭାବେ ଜିଓ ପକ୍ଷରୁ ଗୁଜରାଟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶିଳ୍ପ ୪.୦ ଓ ଆଇଓଟି ଆଦି କ୍ଷେତ୍ରରେ ଟ୍ରୁ-୫ଜି ପାୱାରଡ୍ ଅଭିଯାନର ଶୁଭାରମ୍ଭ କରାଯିବ ଓ ଏହା ପରେ ତାହାକୁ ସାରା ଦେଶରେ ସମ୍ପ୍ରସାରଣ କରାଯିବ।

“ଏଜୁକେସନ ଫର ଅଲ୍‌’ ନାମକ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ପାୱାରଡ୍ ଅଭିଯାନ ଜରିଆରେ ଗୁଜରାଟରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି । ଏହି ଅଭିଯାନରେ ରାଜ୍ୟର ୧୦୦ ସ୍କୁଲକୁ ଡିଜିଟାଇଜ୍ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ଓ ଜିଓ ପରସ୍ପର ସହ ହାତ ମିଳାଇଛନ୍ତି। ଏହି ଅଭିଯାନରେ ସ୍କୁଲ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସଂଯୋଗ, ଉନ୍ନତ କଣ୍ଟେଣ୍ଟ ପ୍ଲାଟଫର୍ମ, ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗିତା ପ୍ଲାଟଫର୍ମ ଏବଂ ସ୍କୁଲ ପରିଚାଳନା ପ୍ଲାଟଫର୍ମ ଆଦି ସୁବିଧା ମିଳିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ଆମେ ଗର୍ବର ସହିତ ଏହା ଘୋଷଣା କରୁଛୁ ଯେ ଗୁଜରାଟ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ି ହୋଇଛନ୍ତି । ଏହି ପ୍ରଯୁକ୍ତିର ବାସ୍ତବ ଶକ୍ତି ଏବଂ ଏହା କିଭଳି କୋଟି କୋଟି ଜୀବନକୁ ପ୍ରଭାବିତ କରୁଛି ତାହା ଆମେ ପ୍ରଦର୍ଶିତ କରିବାକୁ ଚାହିଁଛୁ।

ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶିକ୍ଷା ହେଉଛି ଏକ ଗୁରୁତ୍ୱର କ୍ଷେତ୍ର । ଆସନ୍ତା ୧୦-୧୫ ବର୍ଷରେ ୩୦-୪୦ କୋଟି କୁଶଳୀ ଭାରତୀୟ ଶ୍ରମ ଶକ୍ତିରେ ଯୋଗ ଦେବାର ଶକ୍ତି ବିଷୟରେ କଳ୍ପନା କରନ୍ତୁ । ଏହା କେବଳ ପ୍ରତି ଭାରତୀୟଙ୍କୁ ଉତମ ଜୀବନ ଧାରଣ ମାନ ପ୍ରଦାନ କରିବ ନାହିଁ, ବରଂ ୨୦୪୭ ସୁଦ୍ଧା ଏକ ବିକାଶଶୀଳ ଦେଶରେ ପରିଣତ ହେବା ଲାଗି ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ରହିଥିବା ଲକ୍ଷ୍ୟକୁ ଏହା ପୂରଣ କରିବ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ଏଜୁକେସନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଇଏସଏ)କାର୍ଯ୍ୟକ୍ରମ ଜାରି ରହିଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ାରେ ସୁଯୋଗ ଜରିଆରେ ତୃଣମୂଳ ସ୍ତରରେ ଯୁବବର୍ଗଙ୍କୁ ସଶକ୍ତ ଓ ସକ୍ଷମ କରାଯାଉଛି । ଜିଓର ଟ୍ରୁ-୫ଜିକୁ ବ୍ୟବହାର କରି ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ “ଏଜୁକେସନ ଫର ଅଲ୍‌’ ଅଭିଯାନକୁ ସମ୍ପୂର୍ଣ୍ଣ ଏକ ନୂଆ ସ୍ତରକୁ ନେବେ ଯାହା ସ୍କୁଲଗୁଡ଼ିକୁ ଡିଜିଟାଇଜ୍ କରିବ ଏବଂ ସେଗୁଡ଼ିକୁ ଭାରତ ଏବଂ ଦୁନିଆର ଶ୍ରେଷ୍ଠ ସ୍ତରକୁ ଆଣିବ ।

ଆମ ବଡ଼ ସହରଗୁଡ଼ିକରେ ବାସ କରୁଥିବା ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନି ୫ଜି । ଏହା ନିଶ୍ଚିତ ରୂପେ ଭାରତର ପ୍ରତି ନାଗରିକ, ପ୍ରତି ଗୃହ ଏବଂ ପ୍ରତି ବ୍ୟବସାୟ ପାଖରେ ପହଞ୍ଚିବା ଦରକାର ।
Published by:Soumya Das
First published: