News18 Odia Digital
ଭୁବନେଶ୍ୱର: ସାରା ଦେଶର ଦୁର୍ଗମ ଅଞ୍ଚଳରେ ୪ଜି ଡିଜିଟାଲ୍ ସଂଯୋଗ ପ୍ରଦାନ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଇଛି ରିଲାଏନ୍ସ ଜିଓ। ଜିଓ ପକ୍ଷରୁ ଓଡ଼ିଶାର ମାଲକାନାଗିରି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ମାଥିଲି ବ୍ଲକ୍ର ୧୮ରୁ ଉର୍ଦ୍ଧ୍ୱ ଦୁର୍ଗମ ଗ୍ରାମ ଓ ପଲ୍ଲୀରେ ଡିଜିଟାଲ୍ ରୂପାନ୍ତରଣର ଶୁଭାରମ୍ଭ କରାଯାଇଛି।
ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ୪ଜି ନେଟ୍ୱର୍କ ଟାୱାର କାର୍ଯ୍ୟକ୍ଷମ ହେବା ସହ ଜିଓ ଆଖପାଖ ଗ୍ରାମ ଓ ପଲ୍ଲୀଗୁଡିକରେ ବାସକରୁଥିବା ୧୨,୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ଯେଉଁମାନେ ଏବେ ପ୍ରଥମ ଥର ପାଇଁ ୪ଜି ଇଣ୍ଟରନେଟ୍ ସୁବିଧା ପାଇପାରୁଛନ୍ତି।
ଜିଓ ପକ୍ଷରୁ ଏହି ତିନୋଟି ୪ଜି ନେଟ୍ୱର୍କ ଟାୱାର ସ୍ଥାପନ କରାଯିବା କାର୍ଯ୍ୟ ହାତକୁ ନିଆଯିବା ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ସୀମା ନିକଟବର୍ତ୍ତୀ ତଥା ମାଲକାନଗିରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୮୦ କିମି ଦୂର ଓ ମାଥିଲି ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୩୫ କିମି ଦୂରରେ ଥିବା ଏହି ତିନି ଗ୍ରାମ ପଞ୍ଚାୟତ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ଉପଯୁକ୍ତ ମୋବାଇଲ୍ ତଥା ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ ନଥିଲା।
ମୋବାଇଲ୍ ନେଟ୍ୱର୍କ ଓ ୪ଜି ଇଣ୍ଟରନେଟ୍ ସଂଯୋଗର ଅଭାବରୁ ଏହି ଅଞ୍ଚଳର ବାସିନ୍ଦା ତଥା ଏଠାରେ କାମ କରୁଥିବା ପ୍ରଶାସନିକ ଅଧିକାରୀମାନେ ବାହ୍ୟ ଦୁନିଆ ସହ ଯୋଗଯୋଗ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଯୋଗଯୋଗ କଷ୍ଟକର ହୋଇପଡୁଥିଲା। ଗତ ଦୁଇ ବର୍ଷର କୋଭିଡ୍୧୯ ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍ରେ ଯୋଡ଼ି ହେବା ଲାଗି ଏହି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ନେଟ୍ୱର୍କ ଓ ଇଣ୍ଟରନେଟ୍ ସଂଯୋଗ ହାସଲ କରିବା ଲାଗି ମାଇଲ ମାଇଲ ଦୂର ଯାତ୍ରା କରିବାକୁ ପଡୁଥିଲା।
ତେବେ ନିକଟରେ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ଜିଓ ୪ଜି ନେଟ୍ୱର୍କ ଟାୱାର କାର୍ଯ୍ୟକ୍ଷମ ହେବାପରେ ଏହି ସମସ୍ୟା ଏବେ ଦୂର ହେବ। ଏହା ସହିତ ମହୁପଦର, କୁରୁମପାଲ୍ଲୀ, ମୁଣ୍ଡାଗୁଡ଼ା, କମରପାଲ୍ଲୀ, ଗାଲିଆଗୁଡ଼ା, ଧକଡରାସି, ତେମୁରୁପାଲ୍ଲୀ, କୁକୁରକୁ୍ଣ୍ଡ, ତୁଳସୀ, କାଟିଗୁଡ଼ା, ସାରିଗୁଡ଼ା, କୁଟୁନିପାଲ୍ଲୀ, କଡ଼ାପଦର, ନେତଲଗାନ୍ଧି ସମେତ ୧୮ରୁ ଉର୍ଦ୍ଧ୍ୱ ଗ୍ରାମ, ପଲ୍ଲୀ ଓ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ପାଖରେ ୪ଜି ଡିଜିଟାଲ ରୁପାନ୍ତରଣର ଲାଭ ପହଞ୍ଚିପାରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ୍ ସଂଯୋଗ କ୍ଷେତ୍ରରେ ରହିଥିବା ଅନ୍ତରକୂ ଦୂର କରିବା ଲକ୍ଷ୍ୟରେ ରିଲାଏନ୍ସ ଜିଓ ସାରା ଦେଶର ଦୁର୍ଗମ ଓ ଗ୍ରାମୀଣ ଅଞ୍ଚଳରେ ୪ଜି ଡିଜିଟାଲ୍ ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରିବା ସହ ଡିଜିଟାଲ ସଂଯୋଗ ବାହାରେ ରହିଥିବା ଏହିସବୁ ଅଞ୍ଚଳର ନିୟୁତାଧିକ ନାଗରିକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ନିକଟରେ, ଜିଓ ପକ୍ଷରୁ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ସହର ଓ ଏହାର ଆଖପାଖ ପାହାଡ଼ିଆ ଗ୍ରାମଗୁଡିକରେ ଏହାର ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ ସ୍ଥାପନ କରାଯାଇଥିଲା ଯାହା ହଜାର ହଜାର ବାସିନ୍ଦାଙ୍କ ପାଇଁ ଡିଜିଟାଲ୍ ବିପ୍ଳବର ଶୁଭାରମ୍ଭ କରିଥିଲା ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଜୀବନରେ ପ୍ରଥମ ଥର ପାଇଁ ୪ଜି ଇଣ୍ଟରନେଟ୍ ଲାଭର ଅନୁଭୂତି ହାସଲ କରିଥିଲେ।
ଏଥିସହିତ, ଗୁଗଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ଅତ୍ୟନ୍ତ ସୁଲଭ, ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ ସ୍ମାର୍ଟଫୋନ୍, ଜିଓଫୋନ୍ ନେକ୍ସଟ୍ ହଜାର ହଜାର ମୋବାଇଲ୍ ବ୍ୟବହାରକାରୀ, ବିଶେଷ କରି ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ସବୁ ବୟସ ବର୍ଗର ପ୍ରଥମ ଥର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ସ୍ମାର୍ଟଫୋନ୍ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛି।
ମାତ୍ର ୪୪୯୯ ଟଙ୍କାର ପ୍ରଭାବୀ ମୂଲ୍ୟରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍ରେ ହାଇ-ଏଣ୍ଡ ସ୍ମାର୍ଟଫୋନ୍ ଭଳି ସଦ୍ୟତମ ବୈଷିଷ୍ଟ୍ୟ ସହ ସମସ୍ତ ଗୁଗଲ୍ ଆପ୍ ପରିବ୍ୟବସ୍ଥା, ଜିଓର ପ୍ରିମିୟମ୍ ଆପ୍ଲିକେସନ ସମୂହ, ଶ୍ରେଷ୍ଠ ପ୍ରଦର୍ଶନ ଦେଉଥିବା ବ୍ୟାକ୍ ଓ ଫ୍ରଣ୍ଟ ସେଲ୍ଫି କ୍ୟାମେରା ରହିଥିବା ବେଳେ ଏହା ଫିଚର ଫୋନ୍ରୁ ସ୍ମାର୍ଟଫୋନକୁ ଉନ୍ନୀତ ହେଉଥିବା ବ୍ୟବହାରକାରୀମାନଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।