News 18 Odia Digital
ଭୁବନେଶ୍ୱର: ଦୂରସଞ୍ଚାର କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ରିଲାଏନ୍ସ ଜିଓ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଏହାର ବ୍ୟାବସାୟିକ ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ୬ବର୍ଷ ମଧ୍ୟରେ ଦୂରସଂଚାର ଶିଳ୍ପ ପ୍ରତିବ୍ୟକ୍ତି ହାରାହାରି ପ୍ରତି ମାସରେ ଡାଟା ବ୍ୟବହାର କ୍ଷେତ୍ରରେ ୧୦୦ ଗୁଣରୁ ଅଧିକ ବୃଦ୍ଧି ହାସଲ କରିଛି । ଟ୍ରାଇ ତଥ୍ୟ ଅନୁଯାୟୀ ଜିଓ ସେବା ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଭାରତୀୟ ଗ୍ରାହକ ଗୋଟିଏ ମାସରେ ହାରାହାରି ମାତ୍ର ୧୫୪ ଏମ୍ବି ଡାଟା ବ୍ୟବହାର କରୁଥିଲେ । ସମ୍ପ୍ରତି ଡାଟା ବ୍ୟବହାର ପରିମାଣ ୧୦୦ ଗୁଣ ବୃଦ୍ଧିପାଇ ପ୍ରତି ମାସରେ ପ୍ରତ୍ୟେକ ଗ୍ରାହକଙ୍କ ପିଛା ହାରାହାରି ୧୫.୮ ଜିବି ସ୍ତରରେ ପହଚିଂଛି । ସେହି ସମୟରେ ଜିଓ ବ୍ୟବହାରକାରୀ ପ୍ରତି ମାସରେ ହାରାହାରି ପ୍ରାୟ ୨୦ ଜିବି ଡାଟା ବ୍ୟବହାର କରୁଛନ୍ତି, ଯାହା ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଅଧିକ ରହିଛି ।

ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ଦିପାବଳୀ ସୁଦ୍ଧା ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିସାରିଛନ୍ତି । ୫ଜି ପ୍ରଚଳନ ପରେ ଡାଟା ବ୍ୟବହାରରେ ଆଶାତୀତ ବୃଦ୍ଧି ଘଟିବା ସମ୍ଭାବନା ରହିଛି । ସମ୍ପ୍ରତି ପ୍ରକାଶିତ ଏରିକ୍ସନ ମୋବିଲିଟି ରିପୋର୍ଟରେ ଅନୁମାନ କରାଯାଇଛି ଯେ ୫ଜି ପ୍ରଚଳନ ପରେ ଡାଟା ବ୍ୟବହାର ଆଗାମୀ ତିନିବର୍ଷ ମଧ୍ୟରେ ୨ଗୁଣରୁ ଅଧିକ ବୃଦ୍ଧିପାଇବ । ଟେଲିକମ୍ ଶିଳ୍ପ ସମ୍ପର୍କରେ ଅବଗତ ବ୍ୟକ୍ତିବିଶେଷଙ୍କ କହିବା କଥା ଯେ ୫ଜି ପ୍ରଯୁକ୍ତିର ଉଚ୍ଚତମ ପ୍ରଦର୍ଶନ ଏବଂ ହାଇ ସ୍ପିଡ କାରଣରୁ ଅଧିକ ସଂଖ୍ୟାରେ ବ୍ୟବହାରକାରୀଙ୍କୁ ଏହା ଆକୃଷ୍ଟ କରିବ । ଏଥିସହିତ ଭିଡିଓ ଚାହିଦାରେ ମଧ୍ୟ କ୍ଷିପ୍ର ବୃଦ୍ଧି ସମ୍ଭବ ହେବ । ଯଦ୍ୱାରା ଡାଟା ଚାହିଦାରେ ଆହୁରି ବୃଦ୍ଧି ଘଟିବ ।
୪ଜି ପ୍ରଯୁକ୍ତି ଏବଂ ସ୍ପିଡ୍ରେ ରିଲାଏନ୍ସ ଜିଓର ରେକର୍ଡ ବେଶ ଦମ୍ଦାର ରହିଛି । ଏବେ ୫ଜିକୁ ନେଇ ମଧ୍ୟ କମ୍ପାନୀର ବୃହତ ଯୋଜନା ଆସିବାକୁ ଯାଉଛି । କନେକ୍ଟେଡ ଡ୍ରୋନ, କନେକ୍ଟେଡ ଆମ୍ବୁଲାନ୍ସ- ହସ୍ପିଟାଲ୍, କନେକ୍ଟେଡ କ୍ଷେତ- ଗୋଦାମ, କନେକ୍ଟେଡ ସ୍କୁଲ-କଲେଜ, ଇକମର୍ସ ଇଜ୍, ଅବିଶ୍ୱସନୀୟ ସ୍ପିଡ ସହିତ- ମନୋରଞ୍ଜନ, ରୋବୋଟିକ୍ସ, କ୍ଲାଉଡ ପିସି, ଇମର୍ସିଭ ଟେକ୍ନୋଲୋଜି ସହିତ ଭର୍ଚୁଆଲ ଥିଙ୍ଗସ୍ ଆଦି ପ୍ରଯୁକ୍ତିକୌଶଳରେ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି ୬ ବର୍ଷ ପୂର୍ବରୁ ଯେତେବେଳ ଜିଓର ଶୁଭାରମ୍ଭ କରିଥିଲେ, ସେତେବେଳେ କାହା ମନ ଭିତରେ ନଥିଲା ଯେ ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓ କେବଳ ଦେଶର ନୁହେଁ, ଦୁନିଆର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀରେ ପରିଗଣିତ ହେବ । ସମ୍ପ୍ରତି ଜିଓ ଭାରତରେ ୪୧ କୋଟି ୩୦ ଲକ୍ଷ ମୋବାଇଲ ଏବଂ ପ୍ରାୟ ୭୦ ଲକ୍ଷ ଜିଓଫାଇବର ଗ୍ରାହକ ସହିତ ୩୬% ବଜାର ଅଂଶ ହାସଲ କରିଛି । ରାଜସ୍ୱ ଦୃଷ୍ଟିରୁ ଏହାର ବଜାର ଅଂଶ ୪୦.୩% ରହିଛି । ଜିଓର ସ୍ୱଦେଶୀ ୫ଜି ପ୍ରଯୁକ୍ତି ବଳରେ ଆଗାମୀ ଦିନ ଗୁଡିକରେ କିଭଳି ପରିବର୍ତ୍ତନ ଆସିବ ଅଥବା ଅଣାଯାଇପାରିବ, ତାହା କମ୍ପାନୀର ବିଗତ ୬ବର୍ଷର ସଫଳତାରେ ପ୍ରତିପାଦିତ ହୋଇସାରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।