ଝାରସୁଗୁଡା ଉପନିର୍ବାଚନ: ବାଜି ଜିତିବାକୁ ବିଜେଡିର ମାଇକ୍ରୋ ଷ୍ଟ୍ରାଟେଜି

ଝାରସୁଗୁଡାରେ ପରିବେଶ ଗରମ ସହ ରାଜନୀତି ବି ସରଗରମ । ମେ ୧୦ରେ ଝାରସୁଗୁଡା ଭୋଟ। ତେଣୁ ଦୀପାଳି ଦାସଙ୍କୁ ଜିତାଇବାକୁ ଗୋଟି ଚାଳନା ଆରମ୍ଭ କଲାଣି ବିଜେଡି ।

ଝାରସୁଗୁଡା ଉପନିର୍ବାଚନ: ବାଜି ଜିତିବାକୁ ବିଜେଡିର ମାଇକ୍ରୋ ଷ୍ଟ୍ରାଟେଜି

ଝାରସୁଗୁଡା ଉପନିର୍ବାଚନ: ବାଜି ଜିତିବାକୁ ବିଜେଡିର ମାଇକ୍ରୋ ଷ୍ଟ୍ରାଟେଜି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଝାରସୁଗୁଡା: ଉପନିର୍ବାଚନ (byelection) ଜିତିବାକୁ ବିଜେଡିର ମାଇକ୍ରୋ ଷ୍ଟ୍ରାଟେଜି (micro strategy) । ଦୀପାଳି ଦାସଙ୍କ ପାଇଁ ଗ୍ରାଉଣ୍ଡରେ ଭୋଟ ମାଗିବେ ସ୍ଥାନୀୟ ନେତା। ମନିଟର ପାଇଁ ଡେରା ପକାଇଲେଣି ହେଭିୱେଟ। ଭୋଟରଙ୍କୁ ବିକାଶ କଥା କହିବେ ନେତା ଏବଂ ସମସ୍ୟା ନୋଟ କରି ବିଜେଡି ସୁପ୍ରିମୋଙ୍କୁ ଜଣାଇବେ। ସେନେଇ ହୋଇଛି ଆକ୍ସନ ପ୍ଲାନ। ଆଉ ଐତିହାସିକ ବିଜୟ ପାଇଁ ପ୍ରସ୍ତୁତ ଥିବା କହିଲେଣି ନେତା ।

ଝାରସୁଗୁଡାରେ ପରିବେଶ ଗରମ ସହ ରାଜନୀତି ବି ସରଗରମ । ମେ ୧୦ରେ ଝାରସୁଗୁଡା ଭୋଟ। ତେଣୁ ଦୀପାଳି ଦାସଙ୍କୁ ଜିତାଇବାକୁ ଗୋଟି ଚାଳନା ଆରମ୍ଭ କଲାଣି ବିଜେଡି (bjd)। ତୃଣମୂଳସ୍ତରରେ ହୋଇଛି ରଣନୀତି। ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ରହିଛି ଗୋଟିଏ ପୌର ପରିଷଦ ଏବଂ ୪ଟି ବ୍ଲକ। ଝାରସୁଗୁଡା ସଦର ବ୍ଲକ, କିର୍ମିରା, ଲଇକେରା ଏବଂ କୋଲାବିରା ଭଳି ୪ଟି ବ୍ଲକରେ ରହିଛି ୪୦ଟି ପଞ୍ଚାୟତ। ଆଉ ଝାରସୁଗୁଡା ପୌର ପରିଷଦରେ ରହିଛି ୨୪ଟି ୱାର୍ଡ। ଉପନିର୍ବାଚନ ପାଇଁ ବିଜେଡି ୩ଜଣ ମୁଖ୍ୟ ପର୍ଯ୍ୟବେକ୍ଷକ ଥିବାବେଳେ ୪ଟି ବ୍ଲକ ଏବଂ ଗୋଟିଏ ପୌର ପରିଷଦ ପାଇଁ ବିଜୁ ଜନତା ଦଳର ୧୨ ଜଣ ଅଭିଜ୍ଞ ବିଧାୟକ ଏବଂ ମନ୍ତ୍ରୀଙ୍କୁ ଦାୟିତ୍ୱ ବାଣ୍ଟିଛି। ପ୍ରତ୍ୟେକ ପଞ୍ଚାୟତ ଏବଂ ୱାର୍ଡରେ ସ୍ଥାନୀୟ ନେତୃମଣ୍ଡଳୀଙ୍କୁ ମଧ୍ୟ ଦାୟିତ୍ବ ଦେଇସାରିଛି ଦଳ। ତୃଣମୂଳ ସ୍ତରରେ ପ୍ରତ୍ୟେକ ଲୋକଙ୍କ ପାଖକୁ ଯିବେ କର୍ମୀ ଏବଂ ନେତା। ପର୍ଯ୍ୟବେକ୍ଷକ ଶାରଦା ନାୟକଙ୍କ କହିଛନ୍ତି ନେତାମନେ ଅଞ୍ଚଳ ଗସ୍ତ କରି ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିଛି ଏବଂ ଆଉ କେଉଁଠି ସମସ୍ୟା ରହିଯାଇଛି ତାହା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ସେପଟେ କୋଲାବିରା ଦାୟିତ୍ୱରେ ଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଲୋକଙ୍କ ଜନ ସମର୍ଥନ ମିଳୁଛି। ତେଣୁ ବିଜେଡିର ବାଜିମାତ ହେବ ।

ଆଗୁଆ ପ୍ରାର୍ଥୀ ଘୋଷଣା କରି ଉପନିର୍ବାଚନରେ ପାଦେ ଆଗୁଆ ଅଛି ବିଜେଡି। ସେପଟେ କୋଲାବିରାରେ ଅନୁଷ୍ଠିତ ପ୍ରଥମ କର୍ମୀ ସମ୍ମିଳନୀରେ ସାମିଲ ହୋଇଥିଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଶାରଦା ନାୟକ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ସରୋଜ ମେହେର, ବିଧାୟିକା ଅଳକା ମହାନ୍ତି ଏବଂ ପ୍ରାର୍ଥୀ ଦୀପାଳି ଦାସଙ୍କ ସହିତ ଅନ୍ୟ ନେତୃବୃନ୍ଦ। ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଦଳର ଗୋଟିଏ ଷ୍ଟ୍ରାଟେଜି ରହିଛି ତାହା ହେଉଛି ବିକାଶ। ନେତା ଓ ମନ୍ତ୍ରୀମାନେ ବ୍ଲକ ପଞ୍ଚାୟତ ସ୍ତରରେ ପହଞ୍ଚି ସାରିଲେଣି । ଯାହାକୁ ଯାହା ଦାୟିତ୍ୱ ଦଳ ପକ୍ଷରୁ ଦିଆଯାଇଛି ତାହା ସେମାନେ ତୁଲେଇବେ।

ପାରଦ ଦିନକୁ ଦିନ ଯେତିକି ବଢ଼ିବଢି ଚାଲିଛି ସେମିତି ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଲାଣି। ଦଳ ବଡ଼ ବ୍ୟବଧାନରେ ବାଜିମାତ କରିବା ପାଇଁ ପୁରା ଦମରେ ଲାଗିପଡ଼ିଲାଣି। ଆଉ ବ୍ୟବଧାନ ଯେପରି ଐତିହାସିକ ବିଜୟ ହେବ ସେଥିପାଇଁ ବିଜେଡି କରିସାରିଛି ବ୍ଲୁ ପ୍ରିଣ୍ଟ।

ରିପୋର୍ଟ- ଜିତେନ୍ଦ୍ରୀୟ ଦେବତା

ଏହି ଖବର ପଢ଼ନ୍ତୁ -  ରାଜ୍ୟରେ ଅଗ୍ନିବର୍ଷା: ହିଟ୍‌ ୱେଭ୍‌ ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ
Published by:Soubhagya Mishra
First published: