News18 Odia Digital
ଦେଓଘର: ଝାଡଖଣ୍ଡର ଦେଓଘରରେ ରୋପୱେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ନିରନ୍ତର ଜାରି ରହିଛି। ୧୧ ଜଣ ଆକାଶ ଓ ଭୂମି ମଧ୍ୟରେ ଜୀବନ ପାଇଁ ପ୍ରାର୍ଥନା କରୁଥିବାବେଳେ ଏପର୍ଯ୍ୟନ୍ତ ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଜି ୪ ଜଣ ବୟସ୍କଙ୍କ ସହ ଏକ ଶିଶୁକୁ ଉଦ୍ଧାର କରାଯାଇଛି।
ସକାଳ ୬ଟାରୁ ଲୋକଙ୍କୁ ସେଠାରୁ ବାହାର କରିବା ପାଇଁ ନିରନ୍ତର ସଂଘର୍ଷ ଚାଲିଛି, କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଏତେ ବଡ ଦୁର୍ଘଟଣା କିପରି ଘଟିଲା। ଯେଉଁ ଟ୍ରଲି ଉପରେ ଏହି ଦୁର୍ଘଟଣା ଘଟିଥିଲା, ଏହି ଟ୍ରଲି ମାଧ୍ୟମରେ ଶହ ଶହ ଭକ୍ତ ଝାଡଖଣ୍ଡର ଧାର୍ମିକ ସହର ଦେଘରର ପାହାଡ ଉପରେ ନିର୍ମିତ ମନ୍ଦିରରେ ପହଞ୍ଚିଥିଲେ।
ରବିବାର ଦିନ ଭକ୍ତଙ୍କ ସହ ଏକାଧିକ ଟ୍ରଲି ପଠାଯାଇଥିଲା। ହଠାତ୍ ରୋପୱେ କେବୁଲ ଉପରେ ଭାର ବଢ଼ିବାରୁ ଗୋଟିଏ ରୋଲର୍ ଭାଙ୍ଗିଗଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ରୋଲର ଭାଙ୍ଗିବା ମାତ୍ରେ ତିନୋଟି ଟ୍ରଲି ପର୍ବତକୁ ଧକ୍କା ଦେଇଥିଲା ଓ ସେଥିରୁ ଦୁଇଟି ତଳକୁ ଖସି ପଡ଼ିଥିଲା। ଏସବୁ ଏତେ ଦ୍ରୁତ ଗତିରେ ଘଟିଲା ଯେ, ହଠାତ୍ କେହି କିଛି ବୁଝି ପାରିନଥିଲେ। ହେଲେ ଅନେକ ଭକ୍ତ ଟ୍ରଲିରୁ ଭୂମି ଉପରେ ପଡ଼ିଯାଇଥିଲେ।
ଦୁଇ ଦିନରୁ ଉଦ୍ଧାର କାର୍ଯ୍ୟରୋପୱେର ଟ୍ରଲି ଦୁଇଟି ପର୍ବତ ମଧ୍ୟରେ ଅଟକି ରହିଛି। ଚାରିଆଡେ ପାହାଡ ଅଛି ଓ ତଳେ ଏକ ଖାଲ ସ୍ଥାନ ଅଛି। ମଝିରେ ସେହି ଲୋକ ଅଛନ୍ତି ଯେଉଁମାନେ ରବିବାର ଦିନ ଟ୍ରଲିରେ ଚଢ଼ିଥିଲେ। ରୋପୱେର ଟ୍ରଲିଗୁଡିକ ଭୂମିରୁ ପ୍ରାୟ ୨୫୦୦ ଫୁଟ ଉଚ୍ଚରେ ଅଛି ଓ ଅନେକ ଲୋକ ଏହି ଉଚ୍ଚତାରେ ଫସି ରହିଛନ୍ତି।
ରବିବାର ଅନ୍ଧକାର ହେତୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। କିନ୍ତୁ ସୋମବାର ସେନା, ବାୟୁସେନା ଓ ଏନଡିଆରଏଫ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନେତୃତ୍ୱ ନେଇଥିଲେ ଓ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଉଦ୍ଧାରକାରୀ ଦଳର ଅଧିକାରୀମାନେ ବିସ୍କୁଟ ଓ ଫଳ ଦେଇ ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭୟ ସେମାନଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ବ୍ୟକ୍ତି ହେଲିକପ୍ଟରରୁ ଖସିଯିବା ପରେ ପ୍ରାଣ ହରାଇଥିଲେ।
ରୋପୱେ ଦୁର୍ଘଟଣାକୁ ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନରୋପୱେ ଦୁର୍ଘଟଣା ପରେ ଝାଡଖଣ୍ଡ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ ରୋପୱେ ଚଳାଉଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ। ଏହା ସହିତ ଏହି ଦୁର୍ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯିବ ଓ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ। ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଡେପୁଟି କମିଶନର ଦେଓଘର ମଞ୍ଜୁନାଥ ଭଜନ୍ତ୍ରି ସୋମବାର କହିଥିଲେ ଯେ ମଙ୍ଗଳବାର ଠାରୁ ପ୍ରାୟ ୧୫ ଜଣଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।
ସେ ଆହୁରି କହିଥିଲେ ଯେ ମୋହନପୁର ଟ୍ରିକଟ ପର୍ବତ ଉପରେ ରୋପୱେ ଯାତ୍ରା ସମୟରେ ଫସି ରହିଥିବା ଲୋକଙ୍କୁ ଭାରତୀୟ ବାୟୁସେନା, ଭାରତୀୟ ସେନା, ଏନଡିଆରଏଫ, ଆଇଟିବିପି ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କରୁଛନ୍ତି। ଆଜି ସମୁଦାୟ ୩୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।