News18 Odia Digital
ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାୟପୁର ଯାଉଥିବା ବିଧାୟକଙ୍କ ଏକ ବସ୍ ରାଞ୍ଚି ବିମାନବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ବସର ଝରକା ଭାଙ୍ଗି ଯାଇଛି। ଏଥିରେ ବସ୍ରେ ଥିବା ଜଣେ ବିଧାୟକ ସାମାନ୍ୟ ଆହତ ହୋଇଛନ୍ତି।
ଝାଡଖଣ୍ଡର ଗ୍ରାଣ୍ଡ ଆଲାଇନ୍ସର ବିଧାୟକମାନେ ରାଞ୍ଚି ବିମାନବନ୍ଦରରୁ ଛତିଶଗଡର ରାୟପୁର ଅଭିମୁଖେ ଯାତ୍ରା କରୁଛନ୍ତି। ବିଧାୟକମାନଙ୍କୁ ଦୁଇଟି ବସ୍ ଯୋଗେ ରାଞ୍ଚି ବିମାନବନ୍ଦରକୁ ଅଣାଯାଇଥିଲା। ଗୋଟିଏ ବସ୍ ଆଗେ ବାହାରି ଆସିଥିବା ବେଳେ ପଛରେ ଆସୁଥିବା ଅନ୍ୟ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କେଉଁ ବିଧାୟକ ଆହତ ହୋଇଛନ୍ତି ତାହା ଜଣା ପଡିନାହିଁ।
ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭା ସଦସ୍ୟତାକୁ ରଦ୍ଦ ଆଶଙ୍କାରେ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ବିଶୃଙ୍ଖଳା ନେଇକୁ ଭୟ କରୁଛନ୍ତି। ତେଣୁ ବିଧାୟକମାନଙ୍କୁ ଝାଡ଼ଖଣ୍ଡରୁ ଛତିଶଗଡକୁ ସ୍ଥାନାନ୍ତର କରାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।