ମୁସ୍କିଲ ଦରିଆରେ ହେମନ୍ତଙ୍କ ନୌକା; ବିଧାୟକଙ୍କ ସହ ବୋଟ୍ ରାଇଡ଼ିଂ କରୁଛନ୍ତି ମୁଖ୍ଯମନ୍ତ୍ରୀ

ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାୟକଙ୍କ ସହ ଲତରାତୁ ଡ୍ୟାମରେ ନୌକା ବିହାର କରୁଥିବାର ନଜର ଆସିଛନ୍ତି।

ବୋଟ ରାଇଡ଼ିଂ କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଧାୟକ (ପ୍ରତୀକାତ୍ମକ ଛବି)

ବୋଟ ରାଇଡ଼ିଂ କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଧାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଇଟା ନଗର: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଜେଏମଏମ ଓ କଂଗ୍ରେସ ବିଧାୟକଙ୍କ ସହ ଖୁଣ୍ଟି ଜିଲ୍ଲାର ଲତରାତୁ ଡ୍ୟାମରେ ନୌକା ବିହାର କରୁଥିବାର ନଜର ଆସିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ୩୯ ଜଣ ୩ଟି ବସ୍‌ରେ ବସି ପରେ ବିଦାୟ ନେଇଛନ୍ତି। ହେମନ୍ତ ସୋରେନଙ୍କୁ ନିର୍ବାଚନ ଆୟୋଗ ଅଯୋଗ୍ୟ ଘୋଷଣା କରିଛନ୍ତି। ପଦ ଯିବା ନେଇ ଚିନ୍ତା ବଢିଛି। ରାଜ୍ୟପାଳ ରମେଶ ବୈସ ଅଯୋଗ୍ୟତା ଆଦେଶରେ ଦସ୍ତଖତ କରିବା ପରେ ଏହାକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ।

ସମସ୍ତ ସମ୍ଭାବନା ବିଷୟରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। କାରଣ ଯଦି ଏପରି କୌଣସି ପରିସ୍ଥିତି ଉପୁଜେ ଓ ପରେ ସେମାନଙ୍କୁ ଫ୍ଲୋର୍ ଟେଷ୍ଟ କରିବାକୁ ପଡେ, ତେବେ ତା ପୂର୍ବରୁ ବିଧାୟକମାନଙ୍କୁ ହ୍ବିପ ଜାରି କରାଯାଇ ପାରେ ଓ ସେମାନଙ୍କୁ ପୁନର୍ବାର ରାଞ୍ଚିକୁ ଅଣାଯାଇପାରିବ।
Published by:Soumya Das
First published: