ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ରାଜ୍ୟର ମ୍ୟାଟ୍ରିକ ଓ Plus 2 ଟପ୍ପରମାନଙ୍କୁ କାର୍ ଉପହାର ଦେବେ
ଶିକ୍ଷା ମନ୍ତ୍ରୀ ଜଗରନ୍ନାଥ ମହତୋ ନିଜ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଏହି ଦୁଇ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରମାନଙ୍କୁ ମୋଟର ସାଇକେଲ୍ ଓ ୭୫%ରୁ ଅଧିକ ମାର୍କ ରଖିଥିବା ବାଳିକାମାନଙ୍କୁ ସାଇକେଲ ବି ଦେବେ ବୋଲି କହିଛନ୍ତି ।

ଦୁଇଟି ନୂଆ କାର୍ ସହ ମନ୍ତ୍ରୀ ଜଗରନାଥ ମହତୋ
- News18 Odia
- Last Updated: September 22, 2020, 10:07 PM IST
ରାଞ୍ଚି: ଝାଡ଼ଖଣ୍ଡର (Jharkhand) ଶିକ୍ଷା ମନ୍ତ୍ରୀ ଜଗରନ୍ନାଥ ମହତୋ (Jagarnath Mahto) ରାଜ୍ୟର ମାଟ୍ରିକ୍ ଓ ପ୍ଲସ୍ ୨ ପରୀକ୍ଷାର ଟପ୍ପରମାନଙ୍କୁ ପୁରସ୍କୃତ କରିବା ପାଇଁ ଏକ ନୂଆ ପ୍ଲାନ୍ ଭାବିଛନ୍ତି ଓ ତା’ ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି । ଟପରମାନଙ୍କୁ ପୁରସ୍କାର ସ୍ୱରୂପ ସେ ମାରୁତି ଆଲ୍ଟୋ କାର୍ (Maruti Alto car) ଦେବେ ।
ଏହି ଦୁଇଟି ପରୀକ୍ଷାର ଟପ୍ପରମାନଙ୍କ ପାଇଁ ଶିକ୍ଷା ମନ୍ତ୍ରୀ ଦୁଇଟି କାର୍ କିଣି ସାରିଛନ୍ତି । ରବିବାର ଦିନ ସେ ନିଜ ଫେସବୁକ ଆକାଉଣ୍ଟରେ ଦୁଇଟି ନୂଆ ମାରୁତି ଆଲ୍ଟୋ କାର୍ ସହିତ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘‘ଏହା ସେହି ପ୍ରତିଭାବାନ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଯେଉଁମାନେ ଚଳିତ ବର୍ଷ ମାଟ୍ରିକ୍ ଓ ଇଣ୍ଟର ପରୀକ୍ଷାରେ ସର୍ବାଧିକ ମାର୍କ ପାଇଛନ୍ତି ।’’
ସେପ୍ଟେମ୍ବର ୨୩ରେ ସ୍ୱର୍ଗତ ବିନୋଦ ବିହାରୀ ମହତୋଙ୍କ ଜନ୍ମ ବାର୍ଷିକୀ ଅବସରରେ ରାଜ୍ୟର ଟପ୍ପରମାନଙ୍କୁ ପୁରସ୍କୃତ କରାଯିବ । ବିଧାନ ସଭା ପରିସରରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ।

ଶିକ୍ଷା ମନ୍ତ୍ରୀ ଜଗରନ୍ନାଥ ମହତୋ
ପ୍ରଥମ ଥର ପାଇଁ ଝାଡ଼ଖଣ୍ଡ ରାଜ୍ୟରେ ଟପରମାନଙ୍କୁ ଏଭଳି ପୁରସ୍କାର ମିଳିବାକୁ ଯାଉଛି । ଏହା ପୂର୍ବରୁ କେହି କେବେ ସେମାନଙ୍କୁ ଚାରିଚକିଆ ଗାଡ଼ି ଉପହାର ଦେଇ ନ ଥିଲେ । ଏହି ପ୍ରୟାସକୁ ଏକ ଉତ୍ତମ ପଦକ୍ଷେପ ବୋଲି କହି ରାଜ୍ୟ ସାରା ପ୍ରଶଂସା କରାଯାଉଛି ।
ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା
ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ
ମାଟ୍ରିକ ପରୀକ୍ଷାରେ ନେତରହାଟ ଆବାସିକ ବିଦ୍ୟାଳୟର ଛାତ୍ର ମନୀଷ କୁମାର କଟିୟାର ଓ ଇଣ୍ଟରରେ ଗିରିଡିହର ଛାତ୍ର ଅମିତ କୁମାରଙ୍କୁ ରାଜ୍ୟ ଟପ୍ପର ଭାବେ ଘୋଷଣା କରାଯାଇଛି । ଶିକ୍ଷା ମନ୍ତ୍ରୀ ଉଭୟ ଛାତ୍ରଙ୍କୁ ନିଜ ତରଫରୁ ଏହି ପୁରସ୍କାର ପ୍ରଦାନ କରିବେ ।
ମାଟ୍ରିକ୍ ଓ ଇଣ୍ଟର ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ମନ୍ତ୍ରୀ ଏହା ଘୋଷଣା କରିଥିଲେ । ଏହା ବ୍ୟତୀତ ଶିକ୍ଷା ମନ୍ତ୍ରୀ ମଧ୍ୟ ନିଜ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଏହି ଦୁଇ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରମାନଙ୍କୁ ମୋଟର ସାଇକେଲ୍ ଓ ୭୫ ପ୍ରତିଶତରୁ ଅଧିକ ମାର୍କ ହାସଲ କରିଥିବା ବାଳିକାମାନଙ୍କୁ ସାଇକେଲ ଦେବେ ବୋଲି କହିଛନ୍ତି ।