ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»VIDEO – ଝାଡ଼ଖଣ୍ଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଜଜ୍‌ଙ୍କୁ ଅଟୋରେ ଧକ୍କା ମାରି ହତ୍ୟା କରାଗଲା

VIDEO – ଝାଡ଼ଖଣ୍ଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଜଜ୍‌ଙ୍କୁ ଅଟୋରେ ଧକ୍କା ମାରି ହତ୍ୟା କରାଗଲା

Jharkhand Dhanbad Judge Murder by Autorickshaw in CCTV video | ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ ସଡ଼କର ପୂରା ବାମ ପଟେ ଜଜ୍‌ ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ପଛରୁ ଖାଲି ଥିବା ରାସ୍ତାର ମଝିରେ ଆସୁଥିବା ଏକ ଅଟୋ ପୂରା ବାମ ପାଖକୁ ଆସି ତାଙ୍କୁ ଧକ୍କା ମାରୁଛି ଓ ଆଗକୁ ବଢ଼ିଯାଉଛି ।

VIDEO – ଝାଡ଼ଖଣ୍ଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଜଜ୍‌ଙ୍କୁ ଅଟୋରେ ଧକ୍କା ମାରି ହତ୍ୟା କରାଗଲା
ସିସିଟିଭିର ଏକ ଦୃଶ୍ୟ; (ଡାହାଣ) ଜଜ୍ ଉତ୍ତମ ଆନନ୍ଦ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଧାନବାଦ୍: ଭୋର୍‌ ସମୟରେ ନିଜ ଘର ବାହାରେ ଏକ ଖାଲି ରାସ୍ତା ଉପରେ ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଜଣେ ଜିଲ୍ଲା ଓ ସେସନ୍ସ ଜଜଙ୍କୁ ଗୋଟିଏ ଅଟୋରିକ୍ସାରେ ଧକ୍କା ମାରି ହତ୍ୟା କରାଯାଇଛି । ଏହି ଘଟଣାରେ ଜଜ୍‌ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟିଛି । ଘଟଣାର ୨୪ ଘଣ୍ଟା ପରେ ପୋଲିସ ହାତରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଅଟୋ ଚାଳକ ଉଦ୍ଦେଶ୍ୟମୂଳକ ଭାବେ ଓ ହତ୍ୟା ଉଦ୍ଦେଶ୍ୟରେ ଏହି ଦୁର୍ଘଟଣା ଘଟାଇଥିଲା ।

ବୁଧବାର ଭୋର୍‌ ପାଖାପାଖି ୫ଟା ବେଳେ ଝାଡ଼ଖଣ୍ଡର ଧାନବାଦ ସହରରେ ଘଟିଥିବା ଏହି ଜଘନ୍ୟ ହତ୍ୟାର ସିସିଟିଭି ଫୁଟେଜ୍‌ ସାମନାକୁ ଆସିବା ପରେ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟରେ ଏହି ମାମଲା ପହଞ୍ଚିଥିଲା । ମାମଲାର ସିବିଆଇ ତଦନ୍ତ କରିବାକୁ କୋର୍ଟଙ୍କ ନିକଟରେ ଦାବି କରିଥିଲା ସୁପ୍ରିମ୍‌ କୋର୍ଟ ବାର୍ ଆସୋସିଏସନ । ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସ୍ପଷ୍ଟ ଦିଶୁଛି ବୋଲି କହି ଏହାର ନିରପେକ୍ଷ ସିବିଆଇ ତଦନ୍ତ ଆବଶ୍ୟକ ବୋଲି ସଙ୍ଘ ଦାବି କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ବର: ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ; ଉଦ୍ଧାର କରାଗଲା

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା ଝାଡ଼ଖଣ୍ଡ ହାଇ କୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଏହି ମାମଲା ବିଷୟରେ ଆଲୋଚନା କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଝାଡ଼ଖଣ୍ଡ ହାଇ କୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୃତ୍ୟୁ ପୂର୍ବରୁ କହିଲେ ଗଞ୍ଜାମର ଯୁବତୀ: ‘‘ସେ ମୋତେ ଭଲ ପାଉଥିଲା, ଏଠିକି ଆଣି ନିଆଁ ଲଗେଇଦେଲା’’

ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ ସଡ଼କର ପୂରା ବାମ ପଟେ ଜଜ୍‌ ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ପଛରୁ ପୂରା ଖାଲି ରାସ୍ତାର ମଧିରେ ଆସୁଥିବା ଏକ ଅଟୋ ପୂରା ବାମ ପାଖକୁ ଆସି ତାଙ୍କୁ ଧକ୍କା ମାରୁଛି ଓ ଆଗକୁ ବଢ଼ିଯାଉଛି । ଜଜ୍‌ ଉତ୍ତମ ଆନନ୍ଦ ଏହି ଧକ୍କାରେ ସଡ଼କ ଉପରେ ଓଲଟି ପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ନିକଟସ୍ଥ ହସପିଟାଲକୁ ନେଇଯାଇଥିଲେ, ହେଲେ ସେଠାରେ ପହଞ୍ଚିବା ମାତ୍ରେ ସେ ମୃତ୍ୟୁ ବରଣ କରିଥିଲେ ।

ଏଇଠି ଦେଖନ୍ତୁ ସିସିଟିଭି ଭିଡିଓ:



‘‘ନ୍ୟାୟପାଳିକାର ସ୍ବାତନ୍ତ୍ର୍ୟ ଓ ନ୍ୟାୟିକ ଅଧିକାରୀମାନଙ୍କ ସୁରକ୍ଷା ବଜାୟ ରହିବା ଆବଶ୍ୟକ । ଜଜ୍ ଉତ୍ତମ ଆନନ୍ଦଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ସିସିଟିଭି ଫୁଟେଜ ଦେଖିଲେ ଏହା ସ୍ପଷ୍ଟ ଯେ ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି । ତେଣୁ ଏହାର ସିବିଆଇ ତଦନ୍ତ ଜରୁରୀ,’’ କହିଥଲେ ସୁପ୍ରିମ୍‌ କୋର୍ଟ ବାର୍ ଆସୋସିଏସନର ମୁଖ୍ୟ ବିକାଶ ସିଂହ ।

ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ: ଦିନ ପରେ ଗଜପତି SPଙ୍କ ଅବସର; ହାଇ କୋର୍ଟରେ CBI ତଦନ୍ତ ଦାବି ହେଲା

ଜଜ୍‌ ଉତ୍ତମ ଆନନ୍ଦ ହତ୍ୟା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିଲେ । ସେ କେତେକ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଖାରଜ କରି ଦେଇଥିବାରୁ ସେମାନେ ଯୋଜନା କରି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଜଜ୍‌ ବର୍ତ୍ତମାନ ଜେଲରେ ଥିବା ପୂର୍ବତନ ବିଧାୟକ ସଞ୍ଜୟ ସିଂଙ୍କ ଭାଇ ରଞ୍ଜୟ ସିଂଙ୍କ ହତ୍ୟାକାଣ୍ଡ ମାମଲାର ବି ଶୁଣାଣି କରୁଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗ୍ୟାଙ୍ଗଷ୍ଟର୍ ହାଇଦର୍କୁ କେମିତି ଗୁଳି ଲାଗିଲା? ପୂରା ଏନ୍କାଉଣ୍ଟର୍ ଘଟଣାର ତଦନ୍ତ କରିବ OHRC

ଏହି ମାମଲାରେ ତିନି ଦିନ ପୂର୍ବେ ଜଜ୍ ଆନନ୍ଦ ଉତ୍ତରାଖଣ୍ଡର ପୁରସ୍କାରପ୍ରାପ୍ତ ସୁଟର୍‌ ଅଭିନବ ସିଂ ଓ ରାଞ୍ଚିର ହୋଟୱାର୍‌ ଜେଲରେ ଥିବା ଅମନ୍ ସିଂଙ୍କ ସହ ସମ୍ପୃକ୍ତ ସୁଟର୍‌ ରବି ଠାକୁର ଓ ଆନନ୍ଦ ବର୍ମାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ସହିତ ଜଜ୍‌ ଆନନ୍ଦ କାଟ୍ରାସ ସ୍ଥିତ ରାଜେଶ ଗୁପ୍ତାଙ୍କ ଘରେ ବୋମା ବିସ୍ଫୋରଣ ଭଳି କେତେକ ସମ୍ବେଦନଶୀଳ ମାମଲାର ବି ଶୁଣାଣି କରୁଥିଲେ ।



ଏହି ମାମଲାର ତଦନ୍ତ ଆରମ୍ଭ କରି ଧାନବାଦ୍‌ ପୋଲିସ ଘଟଣାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ସମେତ ତିନି ଜଣଙ୍କୁ ଗିରିଡିହରୁ ଗିରଫ କରିଛି । ଧକ୍କା ଦେଇଥିବା ଚୋରି ଅଟୋକୁ ବି ପୋଲିସ ଜବତ କରିଛି । ଘଟଣାରେ ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଛି । ସିସିଟିଭ ଫୁଟେଜ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।
Published by: Anand ST Das
First published: July 29, 2021, 11:45 PM IST