ଝାଡଖଣ୍ଡ କ୍ରିକେଟ୍ ଆସୋସିଏସନର ପୂର୍ବତନ ସଭାପତି ଅମିତାଭ ଚୌଧୁରୀଙ୍କର ହୃଦଘାତରେ ମୃତ୍ୟୁ

ଝାଡଖଣ୍ଡ କ୍ରିକେଟ୍ ଆସୋସିଏସନର ପୂର୍ବତନ ସଭାପତି ଅମିତାଭ ଚୌଧୁରୀଙ୍କର ମଙ୍ଗଳବାର ସକାଳେ ହୃଦଘାତରେ ପରଲୋକ ହୋଇଛି । ସେ ବିସିସିଆଇରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ ।

ଝାଡଖଣ୍ଡ କ୍ରିକେଟ୍ ଆସୋସିଏସନର ପୂର୍ବତନ ସଭାପତି ଅମିତାଭ ଚୌଧୁରୀଙ୍କର ହୃଦଘାତରେ ମୃତ୍ୟୁ

ଝାଡଖଣ୍ଡ କ୍ରିକେଟ୍ ଆସୋସିଏସନର ପୂର୍ବତନ ସଭାପତି ଅମିତାଭ ଚୌଧୁରୀଙ୍କର ହୃଦଘାତରେ ମୃତ୍ୟୁ

  • Share this:
News 18 Odia Digital

ରାଞ୍ଚି; ଝାଡଖଣ୍ଡ କ୍ରିକେଟ୍ ଆସୋସିଏସନରୁ ବଡ ଖବର ସାମ୍ନାକୁ ଆସୁଛି । ପୂର୍ବତନ ସଭାପତି ଅମିତାଭ ଚୌଧୁରୀଙ୍କର ମଙ୍ଗଳବାର ସକାଳେ ହୃଦଘାତରେ ପରଲୋକ ହୋଇଛି । ସେ ବିସିସିଆଇରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ୨୦୦୫ ରେ ସେ ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ (ଜେପିଏସସି) ର ସଭାପତି ହୋଇଥିଲେ । ତା’ପରେ ସେ ୨୦୦୫ ରୁ ୨୦୦୯ ପର୍ଯ୍ୟନ୍ତ କ୍ରିକେଟ୍ ଟିମ୍ ଇଣ୍ଡିଆର ମ୍ୟାନେଜର ଥିଲେ । ୨୦୧୩ ରେ, ସେ ଆଇପିଏସ୍ ଚାକିରିରୁ VRS ନେଇ ରାଜନୀତିରେ ପ୍ରବେଶ କରିଥିଲେ । ଅମିତାଭ ଚୌଧୁରୀଙ୍କ ମୃତ୍ୟୁରେ ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ମଧ୍ୟ ସମବେଦନା ଜଣାଇଛନ୍ତି ।

୬୨ ବର୍ଷୀୟ ଅମିତାଭ ଚୌଧୁରୀ ଝାଡଖଣ୍ଡର ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ । ସେ ଶାସନ, ପ୍ରଶାସନ, କ୍ରିକେଟ୍ ଏବଂ ରାଜନୀତିରେ ଜଡିତ ଥିଲେ । ୧୯୮୫ ରେ ଆଇଆଇଟି ଖରାଗପୁରରୁ ଇଞ୍ଜିନିୟରିଂ କରିବା ପରେ ସେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ବିହାର କ୍ୟାଡରର ଆଇପିଏସ୍ ହୋଇଥିଲେ । ଅଲଗା ରାଜ୍ୟ ଗଠନ ପରେ ଝାଡଖଣ୍ଡ ହେଲା । ପରେ କ୍ରିକେଟରେ ମଧ୍ୟ ସେ ଯୋଗ ଦେଇଥିଲେ ।

ଦୁଃଖ ପ୍ରକାଶ କରି ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ପୂର୍ବତନ ଜେପିଏସସି ଅଧ୍ୟକ୍ଷ ଅମିତାଭ ଚୌଧୁରୀଙ୍କ ହଠାତ୍ ଦେହାନ୍ତ ହେବାର ଦୁଃଖଦ ଖବର ପାଇଛି । ରାଜ୍ୟରେ କ୍ରିକେଟ୍ ଖେଳକୁ ବୃଦ୍ଧି କରିବାରେ ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଜୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭଗବାନ ବିଦାୟୀ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ।
Published by:Soubhagya Mishra
First published: