ହେମନ୍ତ ସୋରେନ (ପ୍ରତୀକାତ୍ମକ ଛବି)
News18 Odia Digital
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ହୋଇପାରେ। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଏକ ଚିଠି ପଠାଇଛନ୍ତି। ଖଣି ମାଲିକାନା ପ୍ରସଙ୍ଗରେ ଆୟୋଗ ଏହି ସୁପାରିଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ନାମରେ ଏକ ପଥର ଖଣି ଲିଜ୍ ନେଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ହେମନ୍ତ ସୋରେନଙ୍କ ବିରୋଧରେ ଖଣି ମାମଲାରେ ତଦନ୍ତ ଚାଲିଛି। ତାଙ୍କ ନାମରେ ପଦର ଅପବ୍ୟବହାର ହେବାର ଅଭିଯୋଗ ରହିଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ରାଜ୍ୟପାଳ ଗ୍ରହଣ କରିବାକୁ ବାଧ୍ଯ । ବେଆଇନ ଆବଣ୍ଟନ ନେଇ ବିଜେପି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲା।
ଝାଡଖଣ୍ଡରେ ସରକାର ଚଳାଉଥିବା ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ବର୍ତ୍ତମାନ ହେମନ୍ତ ସୋରେନଙ୍କ ବିକଳ୍ପ ଉପରେ ମଧ୍ୟ ଆଲୋଚନା କରୁଛନ୍ତି। ସୋରେନ ପରିବାରରୁ ସିଏମ ପଦ ରହିବ ବୋଲି ଚର୍ଚ୍ଚା ହେଉଛି। ଏଥିସହ ହେମନ୍ତ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାମକୁ ବିକଳ୍ପ ଭାବରେ ପଠାଇ ପାରିବେ ବୋଲି କିଛି ଦିନ ପୂର୍ବରୁ ବିଜେପି ଦାବି କରିଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।