News18 Odia Digital
Jhansi Lesbian Couple: ଉତ୍ତରପ୍ରଦେଶର ଝାନସୀ(Uttarpradesh)ରୁ ଏକ ଅଜବ ପ୍ରେମର ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଛି। ପାଞ୍ଚ ବର୍ଷର ପ୍ରେମ ପାଇଁ, ସନା ନାମକ ଜଣେ ଝିଅ ୨୦୨୦ରେ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ଲିଙ୍ଗ ପରିବର୍ତ୍ତନ(Gender Change) କରିଥିଲେ। ଏହି ଅସ୍ତ୍ରୋପଚାରରେ ସେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଉଭୟ ଏକାଠି ରହିବାକୁ ଓ ବିବାହ କରିବାକୁ ଶପଥ ନେଇଥିଲେ କିନ୍ତୁ ବର୍ତ୍ତମାନ ଗର୍ଲଫ୍ରେଣ୍ଡ ବିବାହ କରିବାକୁ ମନା କରି ଦେଇଛନ୍ତି। ଏହା ପରେ, ବର୍ତ୍ତମାନ ସନାରୁ ସୁହେଲ ହୋଇଯାଇଥିବା ଏହି ଝିଅ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ସମଲିଙ୍ଗୀ ପ୍ରେମ(Lesbian Couple)ରେ ଦୁଇ ଝିଅଙ୍କ ମଧ୍ୟରେ ପ୍ରତାରଣା ମାମଲା କୋର୍ଟରେ ପହଞ୍ଚିଛି। ବବିନା ପୋଲିସ ଗର୍ଲଫ୍ରେଣ୍ଡକୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଯଦିଓ ଗର୍ଲଫ୍ରେଣ୍ଡ ଜାମିନ ପାଇଥିଲେ, ଏବେ ମାମଲାର ପରବର୍ତ୍ତୀ ଶୁଣାଣି ୨୩ ଫେବୃଆରୀରେ ହେବ। ସୋନଲ ଓ ସନା ମଧ୍ୟ ପୂର୍ବରୁ ଏକ ଲିଭ ଇନ ରିଲେସନସିପରେ ରହୁଥିଲେ। ଏହା ପରେ ସନା ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଜୁନ୍ ୨୦୨୦ରେ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଅପରେସନ୍ କରିବା ପରେ ସେ ଏକ ଝିଅରୁ ପୁଅ ହୋଇଥିଲେ।
Kangana Ranaut: ଡେଙ୍ଗୁରେ ପୀଡ଼ିତ ଥାଇ ମଧ୍ଯ ଏର୍ମଜେନ୍ସି ସୁଟିଂ କରୁଥିଲେ କଙ୍ଗନା; କହିଲେ ମନ କଥା
ବାସ୍ତବରେ, ୨୦୧୬ ରେ ସନା ପ୍ରେମ ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ସମୟ ସହିତ, ତାଙ୍କର ସୋନଲ ଶ୍ରୀବାସ୍ତବଙ୍କ ସହ ବନ୍ଧୁତା ହୋଇଥିଲା। ତାଙ୍କର ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ଉଭୟଙ୍କ ପରିବାର ପୂର୍ବରୁ ସେମାନଙ୍କ ପ୍ରେମ ବିଷୟରେ ଜାଣି ନଥିଲେ, କିନ୍ତୁ ୨୦୧୭ ମସିହାରେ, ଯେତେବେଳେ ଉଭୟ ଏହା ବିଷୟରେ ଜାଣିବାକୁ ପାଇଲେ, ବହୁତ ଗଣ୍ଡଗୋଳ ହୋଇଥିଲା ଓ ସନଙ୍କୁ ଘରୁ ବାହାର କରିଦିଆଯାଇଥିଲା।
କେବଳ ଏତିକି ନୁହେଁ ଦୁହେଁ ନିଜ ପ୍ରେମ ପାଇଁ ପରିବାର ବିରୋଧରେ ମଧ୍ୟ ଯାଇଥିଲେ। ପରିବାର ସହ ଝଗଡା କରିବା ପରେ ସୋନଲ ସନାଙ୍କ ସହ ରହିବାକୁ ଯାଇଥିଲେ। ୨୦୧୭ରେ ଉଭୟଙ୍କ ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲା।
PM Modi Gold Bust: ୧୫୬ ଗ୍ରାମ ସୁନାରେ ତିଆରି ହେଲା PM ମୋଦିଙ୍କ ମୂର୍ତ୍ତି
ଏହା ପରେ ସନା ଓରଫ ସୋହେଲଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା।।ତାଙ୍କ ଶରୀର ସୁସ୍ଥ ହେବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିଲା। ଏହି ସମୟରେ ସୋନଲ ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡି ସନାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। NBW ୱାରେଣ୍ଟ ଆଧାରରେ ସୋନଲଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ସେ ଜାମିନ ପାଇଥିଲେ। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୩ ରେ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।