JEE Main April Session Postponed: JEE ମେନ୍ ୨୦୨୧ ଏପ୍ରିଲ୍ ସେସନ ସ୍ଥଗିତ ହେଲା; ଜଲ୍ଦି ହେବ ନୂଆ ତାରିଖର ଘୋଷଣା

JEE Main April Session Postponed: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ରବିବାର କହିଛନ୍ତି ଯେ ୨୭ ରୁ ୩୦ ଏପ୍ରିଲ ମଧ୍ୟରେ ହେବାକୁ ଥିବା ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Mains କୁ ସ୍ଥଗିତ ରଖାଯାଇଛି ।

JEE Main April Session Postponed: JEE ମେନ୍ ୨୦୨୧ ଏପ୍ରିଲ୍ ସେସନ ସ୍ଥଗିତ ହେଲା; ଜଲ୍ଦି ହେବ ନୂଆ ତାରିଖର ଘୋଷଣା
JEE ମେନ୍ ୨୦୨୧ ଏପ୍ରିଲ୍ ସେସନ ସ୍ଥଗିତ ହେଲା
  • News18 Odia
  • Last Updated: April 18, 2021, 12:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
JEE Main April Session Postponed: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ 'ନିଶଙ୍କ' ରବିବାର କହିଛନ୍ତି ଯେ ୨୭ ରୁ ୩୦ ଏପ୍ରିଲ ମଧ୍ୟରେ ହେବାକୁ ଥିବା ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Mains କୁ ସ୍ଥଗିତ ରଖାଯାଇଛି ।

ଏହା ଥିଲା ପରୀକ୍ଷା ତାରିଖ-
JEE ପରୀକ୍ଷା ୨୦୨୧ ଏପ୍ରିଲ୍ ସେସନ ପରୀକ୍ଷା ତାରିଖ: ୨୭,୨୮,୨୯,୩୦ ଏପ୍ରିଲ୍ ୨୦୨୧ ।

ଏହି ସ୍ଥଗିତାଦେଶ ଘୋଷଣା କରି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମର ଛାତ୍ର ତଥା ସେମାନଙ୍କ ଏକାଡେମିକ ବୃତ୍ତିର ସୁରକ୍ଷା ହେଉଛି ଶିକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଚିନ୍ତା । ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ । ଶିକ୍ଷା ମନ୍ତ୍ରଣାଳୟ କହିଛି, ଛାତ୍ରଛାତ୍ରୀମାନେ ତାରିଖ ଓ ପରୀକ୍ଷା ଘୋଷଣା ମଧ୍ୟରେ ୧୫ ଦିନ ସମୟ ପାଇବା ଉଚିତ୍ । JEE ମୁଖ୍ୟ ଏପ୍ରିଲ ସେସନ ପାଇଁ ସଂଶୋଧିତ ତାରିଖ ପରୀକ୍ଷାର ଅତିକମରେ ୧୫ ଦିନ ପୂର୍ବରୁ ଘୋଷଣା କରାଯିବ ।

ଏଠାରେ ଶିକ୍ଷା ମନ୍ତ୍ରୀଙ୍କ ଟୁଇଟ୍ ଦେଖନ୍ତୁ ଓ ସମ୍ପୂର୍ଣ୍ଣ ନୋଟିସ୍ ପଢନ୍ତୁ-



ଏପ୍ରିଲ୍ ସେସନରେ କେବଳ ପେପେର-୧ ର ପରୀକ୍ଷା ହେବାର ଥିଲା
ଏପ୍ରିଲ୍ ସେସନରେ କେବଳ ପେପେର-୧ ର ପରୀକ୍ଷା ହେବାର ଥିଲା । ପେପର -୧ ପରୀକ୍ଷା କେବଳ ଇଞ୍ଜିନିୟରିଂ କଲେଜଗୁଡ଼ିକରେ BE ଓ B.Tech ରେ ଆଡମିଶନ ପାଇଁ ହୋଇଥାଏ ।



ଛାତ୍ରମାନେ ଟ୍ୱିଟରରେ #postponejee ସହିତ JEE Main 2021 ଏପ୍ରିଲର ପରୀକ୍ଷାକୁ ସ୍ଥଗିତ ରଖିବାକୁ ଜିଦ୍ ଧରିଥିଲେ ।

JEE ପରୀକ୍ଷା 2021 ମେ' ସେସନପରୀକ୍ଷା ତାରିଖ: ୨୪,୨୫,୨୬, ୨୭,୨୮ ମେ ୨୦୨୧ । ମେ' ସେସନରେ JEE ମେନ୍ ପେପର ୨ଏ(B.Arch) ଓ ୨ବି (ପ୍ଲାନିଂ) ପରୀକ୍ଷା ଅନୁଷ୍ଠିତ ହେବାର ଥିଲା ।

ଦୁଇଟି ସେସନ ପରୀକ୍ଷା ସମାପ୍ତ ହୋଇଛି
ଏଥର ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ଚାରିଟି ପର୍ଯ୍ୟାୟରେ JEE ମୁଖ୍ୟ ପରୀକ୍ଷା ୨୦୨୧ କରାଯାଇଛି । ଏଥିମଧ୍ୟରୁ ଫେବୃଆରୀ ଓ ମାର୍ଚ୍ଚ ପର୍ଯ୍ୟାୟର ପରୀକ୍ଷା କରାଯାଇଛି । ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ପରୀକ୍ଷା ଅଛି । ଏପ୍ରିଲ ସେସନ ପରୀକ୍ଷା ୨୭ ଏପ୍ରିଲ ୨୦୨୧ ରୁ ୩୦ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା । ଯାହାକୁ ସ୍ଥଗିତ ରଖାଯାଇଛି । ମେ' ସେସନରେ ପରୀକ୍ଷା ୨୪ ମେ' ୨୦୨୧ ରୁ ୨୮ ମେ' ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହବାର ଅଛି । ଯାହା ସ୍ଥଗିତ ହେବାର ସମ୍ଭାବନା ଅଧିକ ।

CISCE ବୋର୍ଡ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛି
ସିବିଏସ୍ଇ ପରେ, କରୋନା ମାମଲା ବୃଦ୍ଧି ଯୋଗୁଁ CISCE ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛି । ଏଥି ସହିତ ଅନେକ ରାଜ୍ୟ କରୋନା କାରଣରୁ ବୋର୍ଡ ପରୀକ୍ଷା ସମେତ ସ୍କୁଲ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଅନେକ ରାଜ୍ୟରେ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Published by: Jagdish Barik
First published: April 18, 2021, 12:19 PM IST