ଘୋଷଣା ହେଲା ଜେଇଇ ମେନ୍ ରେଜଲ୍ଟ; ୧୦୦ ରୁ ୧୦୦ ମାର୍କ ରଖିଛନ୍ତି ୨୪ ଜଣ ପ୍ରାର୍ଥୀ

JEE Main Results 2022: ଜାତୀୟ ପରୀକ୍ଷା ଏଜେନ୍ସି ଜେଇଇ ମେନ୍ ରେଜଲ୍ଟ ଘୋଷଣା କରିଛି। ୨୪ ପ୍ରାର୍ଥୀ ପରୀକ୍ଷାରେ ପୂର୍ଣ୍ଣ ୧୦୦ ମାର୍କ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି।

ଘୋଷଣା ହେଲା ଜେଇଇ ମେନ୍ ରେଜଲ୍ଟ

ଘୋଷଣା ହେଲା ଜେଇଇ ମେନ୍ ରେଜଲ୍ଟ

  • News18 Odia
  • Last Updated :
  • Markapur
  • Share this:
News18 Odia Digital

JEE Main Result: ଆଜି ଜେଇଇ ମେନ୍ ରେଜଲ୍ଟ ଫଳାଫଳ ଘୋଷଣା କରାଯାଇଛି। ୨୪ ପ୍ରାର୍ଥୀ ଜେଇଇ ମେନ୍ ରେଜଲ୍ଟ ପରୀକ୍ଷାରେ ପୂର୍ଣ୍ଣ ୧୦୦ ମାର୍କ ପାଇଛନ୍ତି। ପ୍ରାର୍ଥୀମାନେ ସେମାନଙ୍କର ଫଳାଫଳକୁ ଜେଇଇ ମେନ୍‌ର ଅଫିସିଆଲ୍ ୱେବସାଇଟ୍ jeemain.nta.nic.inରେ ଯାଞ୍ଚ କରିପାରିବେ। ଜାତୀୟ ପରୀକ୍ଷା ଏଜେନ୍ସି ଜେଇଇ ମେନ୍ ରେଜଲ୍ଟ ପ୍ରକାଶ କରିଛି।

୨୪ ପ୍ରାର୍ଥୀ ପରୀକ୍ଷାରେ ପୂର୍ଣ୍ଣ ୧୦୦ ମାର୍କ ପାଇଛନ୍ତି

ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ଜେଇଇ ମେନ୍ ପରୀକ୍ଷାରେ ୨୪ ଜଣ ପ୍ରାର୍ଥୀ ପୂର୍ଣ୍ଣ ୧୦୦ ମାର୍କ ହାସଲ କରିଛନ୍ତି। ଏହା ବ୍ୟତୀତ ଭୁଲ ପଦ୍ଧତି ବ୍ୟବହାର ହେତୁ 5 ଜଣ ପ୍ରାର୍ଥୀଙ୍କ ଫଳାଫଳକୁ ଅଟକାଇ ଦିଆଯାଇଛି।

ଏହି ରାଜ୍ୟଗୁଡ଼ିକର ପ୍ରାର୍ଥୀମାନେ କରିଛନ୍ତି କମାଲ

ସୂଚନାଯୋଗ୍ୟ ଯେ JEE Main 2022ର ଦୁଇଟି ଅଧିବେଶନର ମିଳିତ ଫଳାଫଳ ଆଜି ଘୋଷିତ ହୋଇଛି। ଏନଟିଏ ଅନୁଯାୟୀ, ପରୀକ୍ଷାରେ ପୂର୍ଣ୍ଣ ୧୦୦ ମାର୍କ ହାସଲ କରିଥିବା ସର୍ବାଧିକ ପ୍ରାର୍ଥୀ ହେଉଛନ୍ତି ଆନ୍ଧ୍ର ପ୍ରଦେଶ (୫) ଓ ତେଲେଙ୍ଗାନା (୫)। ଆନ୍ଧ୍ରପ୍ର ଦେଶ ଓ ତେଲେଙ୍ଗାନାର ୫ ଜଣ ଲେଖାଏଁ ପ୍ରାର୍ଥୀ ଏହି ପରୀକ୍ଷାରେ ପୂର୍ଣ୍ଣ ୧୦୦ ମାର୍କ ହାସଲ କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନର ୪ ଜଣ ପ୍ରାର୍ଥୀ ପୂର୍ଣ୍ଣ ୧୦୦ ମାର୍କ ହାସଲ କରିଛନ୍ତି।

ଏନଟିଆର ଅନୁଯାୟୀ ହରିୟାଣା, ମହାରାଷ୍ଟ୍ର, ଆସାମ, ବିହାର, ପଞ୍ଜାବ, କେରଳ, କର୍ଣ୍ଣାଟକ ଓ ଝାଡଖଣ୍ଡର ପ୍ରତ୍ୟେକ ପ୍ରାର୍ଥୀ ଏହି ପରୀକ୍ଷାରେ ପୂର୍ଣ୍ଣ ୧୦୦ ମାର୍କ ପାଇଛନ୍ତି।

JEE Main 2022 ଫଳାଫଳ କିପରି ଯାଞ୍ଚ କରିବେ?

ଜେଇଇ ମେନ୍ ଫଳାଫଳ ଯାଞ୍ଚ କରିବାକୁ, ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.inକୁ ଯାଆନ୍ତୁ।

ୱେବସାଇଟର ମୂଳପୃଷ୍ଠାରେ ଆପଣ ଜେଇଇ ମେନ୍ ରେଜଲ୍ଟ ଅଧିବେଶନ 2ର ଲିଙ୍କ୍ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ।

ତା’ପରେ ଆପଣଙ୍କର ଲଗଇନ୍ ବିବରଣୀ ପୂରଣ କର ଓ ଏହାକୁ ଦାଖଲ କର।

ଏହା ପରେ ଆପଣଙ୍କ ଫଳାଫଳ ପରଦାରେ ଦେଖାଯିବ। ଆପଣ ଏହାକୁ ଉଭୟ ଡାଉନଲୋଡ୍ କରିପାରିବେ।
Published by:Lipina Das
First published: