ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»JEE Advancedରେ ୯୬.୬୬% ସ୍କୋର୍ କରି ଇତିହାସ କଲେ ମୃଦୁଲ ଅଗ୍ରୱାଲ; କହିଲେ ସଫଳତାର ମନ୍ତ୍ର

JEE Advancedରେ ୯୬.୬୬% ସ୍କୋର୍ କରି ଇତିହାସ କଲେ ମୃଦୁଲ ଅଗ୍ରୱାଲ; କହିଲେ ସଫଳତାର ମନ୍ତ୍ର

JEE Advanced topper Mridul Agrawal talks of his success mantra | ଅଲ୍-ଇଣ୍ଡିଆ ରାଙ୍କ୍-୧ ହାସଲ କରିଥିବା ମୃଦୁଲ ଅଗ୍ରୱାଲ ଏବେ ଆଇ.ଆଇ.ଟି. ମୁମ୍ବାଇରେ କମ୍ପ୍ୟୁଟର୍ ସାଇନ୍ସ ପଢ଼ିବାକୁ ଚାହୁଁଛନ୍ତି । ଆଗକୁ ନିଜର ଷ୍ଟାର୍ଟଅପ୍ କମ୍ପାନୀ ଆରମ୍ଭ କରିବା ତାଙ୍କର ଇଚ୍ଛା ।

JEE Advancedରେ ୯୬.୬୬% ସ୍କୋର୍ କରି ଇତିହାସ କଲେ ମୃଦୁଲ ଅଗ୍ରୱାଲ; କହିଲେ ସଫଳତାର ମନ୍ତ୍ର
ମୃଦୁଲ ଅଗ୍ରୱାଲ୍
  • News18 Odia
  • Last Updated: October 15, 2021, 10:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଟା: ଦେଶର ସବୁଠାରୁ ପ୍ରତିଷ୍ଠିତ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE- ଆଡଭାନ୍ସଡର (JEE Advanced) ଇତିହାସରେ ସର୍ବାଧିକ ୩୪୮ ମାର୍କ୍‌ ହାସଲ କରି ନିଜ ପାଇଁ ଅଲ୍‌-ଇଣ୍ଡିଆ ରାଙ୍କ୍‌-୧କୁ ସୁରକ୍ଷିତ କରିଥିବା ମୃଦୁଲ ଅଗ୍ରୱାଲ୍‌ (Mridul Agarwal) ନିଜ ମନୋବଳକୁ ସର୍ବଦା ଦୃଢ଼ ରଖନ୍ତି । କୋଚିଂ ସିଟି କୋଟାରେ ଅଧ୍ୟୟନ କରି ଏହି ସଫଳତା ହାସଲ କରିଥିବା ମୃଦୁଲ୍‌ ନିଜ ସୃଜନଶୀଳତା ଆଧାରରେ ଏକ ଷ୍ଟାର୍ଟଅପ୍ କମ୍ପାନୀ ଆରମ୍ଭ କରିବାକୁ ଚାହୁଁଛନ୍ତି ।

ଜେଇଇ ମେନରେ ଅଲ୍‌-ଇଣ୍ଡିଆ ରାଙ୍କ୍‌-୧ ପାଇଥିବା ମୃଦୁଲ ଅଗ୍ରୱାଲ କହିଛନ୍ତି ଯେ ସେ ବ୍ୟବସ୍ଥିତ ଭାବରେ ଅଧ୍ୟୟନ କରିବାକୁ ପସନ୍ଦ କରନ୍ତି । ସେ ପ୍ରତି ଦିନ ଛଅରୁ ଆଠ ଘଣ୍ଟା ଆତ୍ମ-ଅଧ୍ୟୟନ (self-study) କରନ୍ତି । ଫେବୃଆରୀରେ JEE- ମେନ୍ ପରେ ମାର୍ଚ୍ଚରେ ବି ମୃଦୁଲ ଶତ-ପ୍ରତିଶତ ମାର୍କ ସ୍କୋର କରିଛନ୍ତି । ମାର୍ଚ୍ଚ JEE-Mainରେ ମୃଦୁଲ୍‌ ୩୦୦ରୁ ୩୦୦ ମାର୍କ ସ୍କୋର୍‌ କରିଥିଲେ ।

ଏହା ବି ପଢ଼ନ୍ତୁ | PM ମୋଦିଙ୍କ ପରାମର୍ଶଦାତା ହେଲେବକବାସ୍-ନାହିଁଖ୍ୟାତିର IAS ଅଫିସର୍; ଚାରା ଘୋଟାଲା ଘାଣ୍ଟିଥିଲେ

JEE-Advancedରେ ୩୬୦ରୁ ୩୪୮ ମାର୍କ୍‌ ସ୍କୋର କରିଥିବା ମୃଦୁଲ ଅଗ୍ରୱାଲ କୋଟା ଆଲେନ୍ ଇନଷ୍ଟିଚ୍ୟୁଟର ଛାତ୍ର । ସେ ସବୁବେଳେ ନିଜ ସମୟର ସୁବ୍ୟବହାର କରିବାକୁ ଚେଷ୍ଟା କରନ୍ତି । ସେ କହିଛନ୍ତି, ‘‘ମୁଁ ଗତ ଚାରି ବର୍ଷ ଧରି ଆଲେନରେ ଅଧ୍ୟୟନ କରୁଛି । ୧୦୦ ପ୍ରତିଶତ ପାଇବାକୁ ମୁଁ ଚେଷ୍ଟା କରିଥିଲି, ସେଥିରେ ସଫଳ ହେଲି । JEE-Advancedରେ ଭଲ ଫଳାଫଳ ଆଶା କକୁଥିଲି । ଫଳ ବି ମୋ’ ଆଶା ଅନୁରୂପ ହୋଇଛି ।’’

ଏହା ବି ପଢ଼ନ୍ତୁ | ଏହି BJP ନେତାଙ୍କ ଘରେ ଜଣ ଅଛନ୍ତି, ହେଲେ ସେ ନିର୍ବାଚନ ଲଢ଼ି ମାତ୍ର ଗୋଟିଏ ଭୋଟ୍ ପାଇଲେ!

‘‘ମୁଁ ପ୍ରତି ଦିନ ଏକ ଟାର୍ଗେଟ୍‌ ରଖି ଅଧ୍ୟୟନ କରେ । ସେହି ଦିନ ସେହି ବିଷୟ ଶେଷ କରିବା ପରେ ହିଁ ମୁଁ ଶୋଇବାକୁ ଯାଏ । ପର ଦିନ କ’ଣ ଅଧ୍ୟୟନ କରିବି ତା’ ପାଇଁ ବି, ମାନେ ସକାଳ ପାଇଁ, ପ୍ରସ୍ତୁତି କରିନିଏ । ମୁଁ ସବୁବେଳେ ନିଜ ଉପରେ ବିଶ୍ୱାସ କରେ ଓ ନିଜକୁ ମୂଲ୍ୟାଙ୍କନ କରେ,’’ କହିଛନ୍ତି ମୃଦୁଲ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା

କରୋନା ଲକଡାଉନ୍ (Corona lockdown) କାରଣରୁ ସେ ସମୟର ଭଲ ଉପଯୋଗ କରିପାରିଥିଲେ ବୋଲି କହିଛନ୍ତି ମୃଦୁଲ । ଘରେ ବସି ଶିକ୍ଷକମାନେ ତାଙ୍କୁ ମାର୍ଗଦର୍ଶନ କରିବା ଜାରି ରଖିଥିଲେ। ‘‘ମୁଁ ଘରେ ରହି ଅଧ୍ୟୟନ କରିଥିଲି । ଅନଲାଇନ୍ ଦ୍ୱାରା ବହୁତ ଲାଭ ମିଳିଥିଲା । ତା’ ସହିତ ଯେତେବେଳେ ପରେ ଅନ୍ୟ ଛାତ୍ରଛାତ୍ରୀମାନେ ଦେଖାହେଲେ, ଆମେ ପରସ୍ପର ସହ ପାଠ ବିଷୟର ସନ୍ଦେହକୁ ନେଇ ଆଲୋଚନା କରିଥିଲୁ,’’ କହିଛନ୍ତି ମୃଦୁଲ ।

ଏହା ବି ପଢ଼ନ୍ତୁ | PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବରଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ,୦୦୦ ଟଙ୍କା

ସେ ଏବେ ଆଇ.ଆଇ.ଟି. ମୁମ୍ବାଇରେ (IIT Mumbai) କମ୍ପ୍ୟୁଟର ସାଇନ୍ସ ଅଧ୍ୟୟନ କରିବାକୁ ଚାହୁଁଛନ୍ତି । ମୃଦୁଲ୍ ଆଗକୁ ନିଜର ଷ୍ଟାର୍ଟଅପ୍ କମ୍ପାନୀ ଆରମ୍ଭ କରିବାକୁ ଚାହୁଁଛନ୍ତି । ତାଙ୍କ ପିତା ପ୍ରଦୀପ ଅଗ୍ରୱାଲ ମୂଳତଃ ରାଜସ୍ଥାନର ରାଜଧାନୀ ଜୟପୁରର ବାସିନ୍ଦା । ସେ ଏକ ଘରୋଇ ଫାର୍ମରେ ଆକାଉଣ୍ଟ ମ୍ୟାନେଜର ଭାବେ କାମ କରନ୍ତି । ମୃଦୁଲଙ୍କ ମା’ ପୂଜା ଅଗ୍ରୱାଲ ଜଣେ ଗୃହିଣୀ । ମ୍ରିଦୁଲ କହିଛନ୍ତି ଯେ ତାଙ୍କ ମା’ ଓ ଶିକ୍ଷକମାନେ ତାଙ୍କୁ ବର୍ଷ ସାରା ଅଧ୍ୟୟନ କରିବା ପାଇଁ ବହୁତ ଉତ୍ସାହିତ କରିଥିଲେ । ମୃଦୁଲଙ୍କ ହବି ହେଉଛି ଫିଲ୍ମ ଦେଖିବା ।

ଏହା ବି ପଢ଼ନ୍ତୁ | ଶ୍ରୀନଗରରେ ସ୍କୁଲରେ ପହଞ୍ଚିଲେ ଆତଙ୍କବାଦୀ, ଦୁଇ ଜଣ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟା କଲେ

ଏହା ହେଉଛି ମୃଦୁଲ ଅଗ୍ରୱାଲଙ୍କ ଏକାଡେମିକ୍ ରେକର୍ଡ଼:
- ଦଶମ ଶ୍ରେଣୀରେ ସେ ୯୮.୨ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀରେ ୯୮.୬୬ ପ୍ରତିଶତ ମାର୍କ ସ୍କୋର କରିଛନ୍ତି ।
- JEE ମେନରେ ଅଲ୍‌-ଇଣ୍ଡିଆ ରାଙ୍କ୍‌-୧ ପାଇବା ସହିତ BITSATରେ ୪୨୮ ମାର୍କ ସ୍କୋର କରିଛନ୍ତି ।
- ମୃଦୁଲ ଜଣେ NTSE ସ୍କଲାର୍‌ ଓ ସେ KVPYରେ ଅଲ୍‌-ଇଣ୍ଡିଆ ରାଙ୍କ୍‌ ପାଇଛନ୍ତି ।
- ନବମ ଶ୍ରେଣୀରେ ମୃଦୁଲ୍‌ IJSO ପାଇଁ OCSC କ୍ୟାମ୍ପ୍‌ ପାଇଁ ସେ ଚୟନିତ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମମତା ବାନାର୍ଜୀ ମଞ୍ଚରେ ବାବୁଲ୍ ସୁପ୍ରିୟୋଙ୍କ ସହ ଦୁର୍ଗା ପୂଜା ଆଲବମର ଗୀତ ଗାଇଲେ – VIDEO

- ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ ପାଇଁ OCSC କ୍ୟାମ୍ପ ପାଇଁ ସେ ଚୟନିତ ହୋଇଥିଲେ ।
- ଦ୍ୱାଦଶ ଶ୍ରେଣୀରେ ଜ୍ୟୋତିର୍ବିଜ୍ଞାନ ପାଇଁ OCSC କ୍ୟାମ୍ପ ପାଇଁ ମ୍ରିଦୁଲଙ୍କୁ ଚୟନ କରାଯାଇଥିଲା ।

- ଏହା ବ୍ୟତୀତ IOQP, IOQC, IOQA ଓ IOQM ପାଇଁ ବି ମୃଦୁଲଙ୍କୁ ଚୟନ କରାଯାଇଛି ।
Published by: Anand S.T. Das
First published: October 15, 2021, 10:01 PM IST