‘ଜେଇଇ ଆଡଭାନ୍ସଡ’ ଫଳାଫଳ ପ୍ରକାଶ; ପ୍ରଥମ ସ୍ଥାନ ହାସଲ କଲେ ଆର. କେ. ଶିଶିର

ଆଜି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ ତା’ର ଅଫିସିଆଲ୍‌ ୱେବ୍‌ସାଇଟ୍‌ jeeadv.ac.inରେ ଜେଇଇ ଆଡଭାନ୍ସଡର ଫଳାଫଳ ପ୍ରକାଶ କରିଛି ।

‘ଜେଇଇ ଆଡଭାନ୍ସଡ ’ ଫଳାଫଳ ପ୍ରକାଶ; ପ୍ରଥମ ସ୍ଥାନ ହାସଲ କଲେ ଆର. କେ. ଶିଶିର

‘ଜେଇଇ ଆଡଭାନ୍ସଡ ’ ଫଳାଫଳ ପ୍ରକାଶ; ପ୍ରଥମ ସ୍ଥାନ ହାସଲ କଲେ ଆର. କେ. ଶିଶିର

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଆଜି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ ତା’ର ଅଫିସିଆଲ୍‌ ୱେବ୍‌ସାଇଟ୍‌ jeeadv.ac.inରେ ଜେଇଇ ଆଡଭାନ୍ସଡ ଫଳାଫଳ ପ୍ରକାଶ କରିଛି । 'ଜେଇଇ ଆଡଭାନ୍ସଡ  ୨୦୨୨’ ରେ ଚଳିତ ବର୍ଷ ‘ଆଇଆଇଟି ବମ୍ବେ’ର ଆର. କେ. ଶିଶିର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ୩୬୦ ମାର୍କରୁ ୩୧୪ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ’‌ର ତନିଷ୍କା କାବ୍ରା ‘କମନ୍‌ ରାଙ୍କ୍‌ ଲିଷ୍ଟ୍‌’ରେ ୧୬ତମ ସ୍ଥାନରେ ରହି ମହିଳା ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ୩୬୦ ମାର୍କରୁ ୨୭୭ ନମ୍ବର ରଖିଛନ୍ତି । ଏଥର ସମୁଦାୟ ୧୫୫୫୩୮ ଜଣ ପରୀକ୍ଷାର୍ଥୀ ‘ଜେଇଇ ଆଡଭାନ୍ସ ୨୦୨୨’ର ପ୍ରଥମ ଓ ଦ୍ବିତୀୟ ପତ୍ର‌ ଦେଇଥିଲେ । ସେଥିରୁ ମାତ୍ର ୪୦୭୧୨ଜଣ ପାସ୍‌ କରିଛନ୍ତି । ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୫୧୬ଜଣ ହେଉଛନ୍ତି ମହିଳା ଓ ୩୪୧୯୬ ଜଣ ପୁରୁଷ ।
Published by:Sujit Swain
First published: