News18 Odia Digital
ବିହାର: ଜେଡିୟୁ ଜାତୀୟ ଅଧ୍ୟକ୍ଷ ଲଲନ ସିଂ ପୁଣି ଥରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କଡ଼ା କଥା କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଜଣେ ରାଜନୈତିକ ବ୍ୟକ୍ତି ନୁହଁନ୍ତି। ସେ ଜଣେ ବ୍ୟବସାୟୀ ଓ ତାଙ୍କର ବ୍ୟବସାୟ ବୃଦ୍ଧି ପାଇଁ ମାର୍କେଟିଂ କରନ୍ତି।
'JDUରେ ଯୋଗଦେବାକୁ ଅଫର୍ ଦିଆଯାଇ ନାହିଁ'ଲଲନ ସିଂ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଜେଡିୟୁରେ ଯୋଗଦେବା ପାଇଁ କୌଣସି ଅଫର ଦିଆଯାଇ ନାହିଁ। ସେ ନିଜେ ସିଏମଙ୍କୁ ଭେଟିବାକୁ ଚାହୁଁଥିଲେ। ବିହାର ସିଏମ ନୀତିଶ କୁମାର ଶେଷରେ ତାଙ୍କୁ ଦଳର ଜାତୀୟ ଅଧ୍ୟକ୍ଷଙ୍କୁ ଭେଟିବାକୁ କହିଥିଲେ। ଆମେ ଦିଲ୍ଲୀରେ ୧.୫ ଘଣ୍ଟା କଥାବାର୍ତ୍ତା କରିଥିଲୁ ଓ ତାଙ୍କୁ ଦଳର ଅନୁଶାସନ ମଧ୍ୟରେ କାର୍ଯ୍ୟ କରିବାକୁ କହିଥିଲୁ ଓ ଭିନ୍ନ ଭିନ୍ନ ମତ ନିର୍ବିଶେଷରେ ସମସ୍ତେ ଦଳର ନିଷ୍ପତ୍ତି ଗ୍ରହଣ କରିବା ଉଚିତ୍।
ମାର୍କେଟିଂ ପାଇଁ କାମ କରୁଛନ୍ତିସେ ଆହୁରି କହିଛନ୍ତି ଯେ ତାଙ୍କ ସହ ସିଏମଙ୍କୁ ଭେଟିବା ପାଇଁ ଅପରାହ୍ନ ୪ଟା ସମୟ ସ୍ଥିର କରାଯାଇଥିଲା, କିନ୍ତୁ ଏହାର ୨ ଘଣ୍ଟା ପୂର୍ବରୁ ସେ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କୁ ଡକାଯାଇଛି କିନ୍ତୁ ସେ ଯିବେ ନାହିଁ, ସିଏମ୍ ଅପେକ୍ଷା କରିବେ। ଏହା ସମସ୍ତ ମାର୍କେଟିଂର ଏକ ଅଂଶ।
କଳ୍ପନାଜଳ୍ପନା କରାଯାଉଥିଲାନିକଟରେ ପ୍ରଶାନ୍ତ କିଶୋର ଓ ଜେଡିୟୁ ନେତା ତଥା ବିହାର ସିଏମ ନୀତିଶ କୁମାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା, ପରେ ଆଶା କରାଯାଉଥିଲା ଯେ ପ୍ରଶାନ୍ତ କିଶୋର ଓ ନୀତିଶ ପୁଣି ଥରେ ହାତ ମିଳାଇ ପାରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।