ଜୟ ଶାହା ଏସୀୟ କ୍ରିକେଟ୍ ପରିଷଦର ସଭାପତି ହେଲେ; ଏସିଆ କପ୍ ଆୟୋଜନ ଚ୍ୟାଲେଞ୍ଜ ହେବ
ଜୟ ଶାହାଙ୍କ ସାମନାରେ ଥିବା ଚ୍ୟାଲେଞ୍ଜମାନଙ୍କ ମଧ୍ୟରୁ ସବୁ ଠାରୁ ବଡ଼ ହେଉଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଇବା । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ଥାନ ଏଥିରେ ଭାଗ ନେଉିଥବାରୁ ଏହି ଟୁର୍ଣ୍ଣାମେଣ୍ଟର କୂଟନୈତିକ ପ୍ରାସଙ୍ଗିକତା ଅଛି ।

ଜୟ ଶାହ ହେଉଛନ୍ତି ଅମିତ ଶାହାଙ୍କ ପୁତ୍ର ।
- News18 Odia
- Last Updated: January 30, 2021, 8:56 PM IST
ମୁମ୍ବାଇ: ଜୟ ଶାହା (Jay Shah) ଏସୀୟ କ୍ରିକେଟ୍ ପରିଷଦର (Asian Cricket Council, ACC) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ପୂର୍ବରୁ ଏହି ମହାଦେଶୀୟ ସର୍ବୋଚ୍ଚ କ୍ରିକେଟ୍ ସଂସ୍ଥାର ମୁଖ୍ୟ ଥିଲେ ବାଂଲାଦେଶ କ୍ରିକେଟ୍ ବୋର୍ଡ଼ର (ବିସିବି) ନାଜମୁଲ ହାସନ ।
ପ୍ରତି ଦୁଇ ବର୍ଷରେ ଏସୀୟ ଦେଶମାନଙ୍କର କ୍ରିକେଟ୍ ବୋର୍ଡ଼ର ସବୁ ସଦସ୍ୟମାନଙ୍କ ମଧ୍ୟରେ ଏସୀୟ କ୍ରିକେଟ୍ ପରିଷଦର ସଭାପତି ପଦବୀ ଘୂର୍ଣ୍ଣନ କରାଯାଇଥାଏ । ଯଦିଓ ସାଧାରଣତଃ ବୋର୍ଡ଼ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ ବା ବିସିସିଆଇର (BCCI) ସଭାପତି ହିଁ ଏସିସିର ମୁଖ୍ୟ ଭାବରେ ଦାୟିତ୍ ଗ୍ରହଣ କରିଥା’ନ୍ତି, କିନ୍ତୁ ଏହି ମାମଲାରେ ବିସିସିଆଇର ସଚିବ ଏହି ପଦକୁ ଗ୍ରହଣ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଯୁକ୍ତ୨ର ନୂଆ ପ୍ରଶ୍ନ ପତ୍ର ଢାଞ୍ଚା ଉପରେ ଉଠିଲା ପ୍ରଶ୍ନ; ଶିକ୍ଷକ ସଙ୍ଘ ଓ ଶିକ୍ଷାବିତମାନେ ବିରୋଧ କଲେ

ପିତା ଅମିତ ଶାହାଙ୍କ ସହ ଜୟ ଶାହ
ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ଏହସାନ ମଣି କ୍ରିକବଜ୍ ୱେବସିଇଟକୁ କହିଛନ୍ତି, ‘‘ଏହା ଏସିସିରେ ଏକ ସୁଗମ ପରିବର୍ତ୍ତନ । ଏହା ବିସିସିଆଇର ପାଳି ଥିଲା, ଆଉ ଏଇଟା ବିସିସିଆଇର ଇଚ୍ଛା ଓ ଅଧିକାର ସେମାନେ କାହାକୁ ଏସିସିର ସଭାପତି ଭାବରେ ଦେଖିବାକୁ ଚାହିଁବେ । ତାଙ୍କୁ ମୋ’ର ଶୁଭେଚ୍ଛା ।’’
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି
ଜୟ ଶାହାଙ୍କ ସାମନାରେ ଥିବା ଚ୍ୟାଲେଞ୍ଜମାନଙ୍କ ମଧ୍ୟରୁ ସବୁ ଠାରୁ ବଡ଼ ହେଉଛି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଇବା । ଏହି ଟୁର୍ଣ୍ଣାମେଣ୍ଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ଥାନର ଅଂଶ ଗ୍ରହଣ କରୁଥିବାରୁ ଏହାର କୂଟନୈତିକ ପ୍ରାସଙ୍ଗିକତା ରହିଥାଏ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ₹୯୪,୦୦୦
କରୋନା ଭାଇରସ୍ ମହାମାରୀ କାରଣରୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ୨୦୨୦ ସଂସ୍କରଣ ଆୟୋଜିତ ହୋଇପାରି ନ ଥିଲା । ଏହାକୁ ଜୁନ୍ ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା ।
ଜୟ ଶାହା ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ତଥା ପୂର୍ବତନ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁତ୍ର ।