ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବଡ଼ ଖବର: ଜସପ୍ରୀତ ବୁମ୍ରାଙ୍କ କନିଆଁ ହେଲେ ସଞ୍ଜନା ଗଣେଶନ; ଦେଖନ୍ତୁ First Photo

ବଡ଼ ଖବର: ଜସପ୍ରୀତ ବୁମ୍ରାଙ୍କ କନିଆଁ ହେଲେ ସଞ୍ଜନା ଗଣେଶନ; ଦେଖନ୍ତୁ First Photo

ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଅଭିନେତ୍ରୀ ସଞ୍ଜନା ଗଣେଶଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କର ବିବାହ ରୀତିନୀତି ଗୋଆର ଏକ ଗୁରୁଦ୍ୱାରରେ ଅନୁଷ୍ଠିତ ହୋଇଛି ।

ବଡ଼ ଖବର: ଜସପ୍ରୀତ ବୁମ୍ରାଙ୍କ କନିଆଁ ହେଲେ ସଞ୍ଜନା ଗଣେଶନ; ଦେଖନ୍ତୁ First Photo
ଜସପ୍ରୀତ ବୁମ୍ରାଙ୍କ କନିଆଁ ହେଲେ ସଞ୍ଜନା ଗଣେଶନ
  • News18 Odia
  • Last Updated: March 15, 2021, 4:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭାରତୀୟ କ୍ରିକେଟ୍ ଦଳର (Indian Cricket Team) ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଅଭିନେତ୍ରୀ ସଞ୍ଜନା ଗଣେଶନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗୋଆର ଏକ ଗୁରୁଦ୍ୱାରରେ ଉଭୟଙ୍କର ବିବାହ ରୀତିନୀତି ଅନୁଷ୍ଠିତ ହୋଇଛି । ଗତ କିଛି ବର୍ଷ ଧରି ଜସପ୍ରୀତ ବୁମ୍ରା ଓ ଅଭିନେତ୍ରୀ ତଥା କ୍ରୀଡା ଆଙ୍କର୍ ସଞ୍ଜନା ଗଣେଶନଙ୍କ ବିବାହ ଖବର ଗଣମାଧ୍ୟମରେ ଚାଲିଥିଲା ।

ବୁମ୍ରା କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି । ବୁମ୍ରାଙ୍କ କନିଆଁ ମନୋରଞ୍ଜନ ଶିଳ୍ପ ସହିତ ଏକ ସଂଯୋଗ ରଖନ୍ତି । ସଞ୍ଜନା MTV ର ଏକ ରିଆଲିଟି ସୋ ସ୍ପିଲିଟ୍ସ ଭିଲ୍ଲାରେ ଟିଭିରେ ଡେବ୍ୟୁ କରିଥିଲେ । ୨୦୧୩ ରେ ସଞ୍ଜନା ଗଣେଶନ ଫେମିନା ଗର୍ଜିଅସ୍ ଟାଇଟଲ୍ ଜିତିଥିଲେ ।



ପୂର୍ବରୁ ଜସପ୍ରୀତ ବୁମ୍ରାଙ୍କ ନାମ ତେଲୁଗୁ ଫିଲ୍ମ ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କ ସହ ଯୋଡା ଯାଇଥିଲା । ଅନୁପମା ନିକଟରେ ଗୁଜୁରାଟରେ ମଧ୍ୟ ପହଞ୍ଚିଥିଲେ । ଯେଉଁ କାରଣରୁ ଏହି ଖବର ପ୍ରସାରିତ ହେଉଥିଲା । କିନ୍ତୁ କିଛି ଦିନ ପରେ ଅନୁପମାଙ୍କ ମା' ନିଶ୍ଚିତ କରିଥିଲେ ଯେ ଫିଲ୍ମର ସୁଟିଂ ସଂପର୍କରେ ତାଙ୍କ ଝିଅ ଗୁଜୁରାଟ ଯାଇଛନ୍ତି । ବୁମ୍ରାଙ୍କ ବିବାହ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।



ଏଥି ସହିତ ଅନୁପମାଙ୍କ ନାମ ହଟାଯିବା ପରେ ଜସପ୍ରୀତ ବୁମ୍ରାଙ୍କ ନାମ ପ୍ରସିଦ୍ଧ କ୍ରୀଡ଼ା ଆଙ୍କର୍ ସଞ୍ଜନା ଗଣେଶଙ୍କ ସହ ଯୋଡ଼ା ଯାଇଥିଲା । ସଞ୍ଜନା ଗଣେଶନ୍ ମଧ୍ୟ ଆଇପିଏଲ୍ ସମୟରେ 'କେକେଆର୍ ଡାଏରୀ' ନାମକ ସୋ’ର ହୋଷ୍ଟ ହୋଇଥିଲେ । ସେ ୨୦୧୬ ରେ KKR ସହିତ ଜଡିତ ଥିଲେ ଓ 'ନାଇଟ୍ କ୍ଲବ୍' ନାମକ ଏକ ଶୋ ଆୟୋଜନ କରିଥିଲେ ।
Published by: Jagdish Barik
First published: March 15, 2021, 4:31 PM IST