କ'ଣ ସାଉଥ ଇଣ୍ଡିଆ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି Jasprit Bumrah? ଦୁହେଁ ଏକାଠି କାମରୁ ବିରତି ନେଲେ

ବିସିସିଆଇର ଜଣେ ଅଧିକାରୀଙ୍କ ଅନୁଯାୟୀ ଜସପ୍ରୀତ ବୁମ୍ରା (Jasprit Bumrah) ଆଜିକାଲି ନିଜ ବିବାହ ପ୍ରସ୍ତୁତି ପାଇଁ ବ୍ୟସ୍ତ ଅଛନ୍ତି ଓ ସେଥିପାଇଁ ସେ ଛୁଟିରେ ରହିବେ । କୌତୁହଳର ବିଷୟ ଏହିକି ଯେ ବୁମ୍ରାଙ୍କ ଛୁଟି ପରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍ (Anupama Parameswaran) ମଧ୍ୟ ଛୁଟି ପ୍ଲାନ କରିଛନ୍ତି ।

କ'ଣ ସାଉଥ ଇଣ୍ଡିଆ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି Jasprit Bumrah? ଦୁହେଁ ଏକାଠି କାମରୁ ବିରତି ନେଲେ
ସାଉଥ ଇଣ୍ଡିଆ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଜସପ୍ରୀତ ବୁମ୍ରା!
  • News18 Odia
  • Last Updated: March 4, 2021, 12:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପେସର୍ ଜସପ୍ରୀତ ବୁମ୍ରା (Jasprit Bumrah) ନିଜର ଦୃଢ଼ ବୋଲିଂ ପାଇଁ ସବୁଠାରେ ଜଣାଶୁଣା । ଏହି କିମ୍ବଦନ୍ତୀ ବୋଲରଙ୍କ ବିଷୟରେ ଖବର ଆସିଛି ଯେ ସେ ଶୀଘ୍ର ବିବାହ କରିପାରିନ୍ତି । ନିକଟରେ ଜାଣିବାକୁ ମିଳିଛି ଯେ ବୁମ୍ରା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡରୁ (BCCI) କିଛି ଦିନ ଛୁଟି ମାଗିଥିଲେ ଓ ତାଙ୍କର ଛୁଟିକୁ ମଧ୍ୟ ଅନୁମତି ମିଳିଛି । ତେଣୁ ବର୍ତ୍ତମାନ ସେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ଖେଳୁ ନାହାନ୍ତି । ଚତୁର୍ଥ ଟେଷ୍ଟରେ ସାମିଲ ନହେବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇ ବୁମ୍ରା ବିସିସିଆଇ ପାଖରେ ଛୁଟି ପାଇଁ ଆବେଦନ କରିଥିଲେ । ଏହା ପରେ ବିଶ୍ୱାସ କରାଯାଉଥିଲା ଯେ ତାଙ୍କ ଆଘାତ ଯୋଗୁଁ ସେ ବୋଧହୁଏ କିଛି ଦିନ ଛୁଟିରେ ରହିବେ । କିନ୍ତୁ ବର୍ତ୍ତମାନ ଆଉ କିଛି ଖବର ସାମ୍ନାକୁ ଆସିଛି ।

BCCI ଅଧିକାରୀ ବୁମ୍ରାଙ୍କ ବିବାହ ବିଷୟରେ ପ୍ରକାଶ କରିଛନ୍ତି
ଏହି ଦ୍ରୁତ ବୋଲରଙ୍କ ବିଷୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ଜଣେ ଅଧିକାରୀ ବୟାନ ଦେଇଛନ୍ତି । ଯେଉଁଥିରେ ସେ ବୁମ୍ରାଙ୍କ ବିବାହ ବିଷୟରେ ଆଲୋଚନା କରିଛନ୍ତି । ବିବିସିର ଅଧିକାରୀଙ୍କ କହିବାନୁସାରେ ଆଜିକାଲି ବୁମ୍ରା ନିଜ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଓ ସେଥିପାଇଁ ସେ ଛୁଟିରେ ରହିବେ । ସେ କହିଛନ୍ତି ଯେ ଏହି ସପ୍ତାହରେ ବୁମ୍ରା ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । କୌତୁହଳର ବିଷୟ ଏହିକି ଯେ ବୁମ୍ରାଙ୍କ ଛୁଟି ପରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍ ମଧ୍ୟ ଛୁଟି ପ୍ଲାନ ପ୍ରସ୍ତୁତ କରିସାରିଛନ୍ତି । ଅନୁପମା ନିଜେ ତାଙ୍କ ସୋସିଆଲ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ଏହି ସୂଚନା ସେୟାର କରିଛନ୍ତି । ଅଭିନେତ୍ରୀ ଅନୁପମା ଓ ବୁମ୍ରା ଏକାଠି କାମରୁ ବିରତି ନେଉଛନ୍ତି । ବର୍ତ୍ତମାନ ଏହି କଳ୍ପନାଜଳ୍ପନା କରାଯାଉଛି ଯେ ଏହି ଦୁଇଜଣ ବିବାହ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହେବେ କି?



ବୁମ୍ରାଙ୍କ ପରେ ଅନୁପମା କଲେ ଛୁଟି ପ୍ଲାନ
୨୫ ବର୍ଷୀୟ ଅନୁପମା ପରମେଶ୍ୱରନ୍ (Anupama Parameswaran) ତେଲୁଗୁ ଓ ମାଲାୟାଲମର ଅନେକ ଫିଲ୍ମରେ କାମ କରିସାରିଛନ୍ତି ଓ ସେ ଟଲିଉଡର ଜଣେ ସୁନ୍ଦର ଅଭିନେତ୍ରୀ । ଏହି ଅଭିନେତ୍ରୀଙ୍କ ନାମ ବୁମ୍ରାଙ୍କ ସହିତ କିଛି ସମୟ ଧରି ଜଡିତ ଥିଲା । ସମ୍ପ୍ରତି ସମୟରେ ସେମାନଙ୍କର ଡେଟିଂ ବିଷୟରେ କିଛି ଖବର ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ବୁମରା ଓ ଅନୁପମା ସେମାନଙ୍କ ସମ୍ପର୍କ ବିଷୟରେ କେବେବି କିଛି କହି ନାହାଁନ୍ତି । ଏଭଳି ପରିସ୍ଥିତିରେ ଅନୁପମା ଓ ବୁମ୍ରାଙ୍କୁ ବିବାହ କରିବେ ବୋଲି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଅନ୍ୟପକ୍ଷରେ ଅନୁପମା ଏଭଳି ଛୁଟି ନେଇ ସୋସିଆଲ ମିଡିଆରେ ନିଶ୍ଚିତ କରିବା ଦ୍ୱାରା ଜଣାପଡୁଛି ଯେ ହୁଏତ ବର୍ତ୍ତମାନ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ବୁମ୍ରାଙ୍କୁ ନିଜ ବର ରୂପେ ଗ୍ରହଣ କରିପାରନ୍ତି ।



ଅନୁପମା ମଙ୍ଗଳବାର (ମାର୍ଚ୍ଚ ୨) ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ହାପି ହୋଲିଡେ ଟୁ ମି' । ଏହା ସହିତ ସେ ଏକ ହସୁଥିବା ଇମୋଜି ମଧ୍ୟ ସେୟାର କରିଥିଲେ । ଏହି ସମୟରେ ବୁମ୍ରା ବିସିସିଆଇକୁ ଛୁଟି ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ତେବେ ଏହାର କୌଣସି ଅଧିକାରୀ ନିଶ୍ଚିତକରଣ ହୋଇନାହିଁ ।



ଯଦି ଆମେ ବୁମ୍ରାଙ୍କ କାର୍ଯ୍ୟ ସାମ୍ମୁଖ୍ୟ ବିଷୟରେ କହିବା, ତେବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିଶ୍ରାମ ନେବାକୁ କୁହାଯାଇଥିଲା । ପରେ ସେ ତୃତୀୟ ଟେଷ୍ଟରେ ଫେରିଥିଲେ କିନ୍ତୁ ଏହି ମ୍ୟାଚରେ ସେ ନିଜ ବୋଲିଂ ସହିତ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ । ବୁମ୍ରାଙ୍କ ସର୍ବୋତ୍ତମ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେ ୨୦୧୮ ମସିହାରେ ଆଇସିସି ଟେଷ୍ଟ ଓ ODI ଦଳରେ ଅନ୍ତର୍ଭୁକ୍ତ କରଯାଇଥିଲା । ଦ୍ରୁତତମ ବୋଲରଙ୍କ ମଧ୍ୟରେ ବୁମ୍ରାଙ୍କୁ ଗଣାଯାଏ ।
Published by: Jagdish Barik
First published: March 4, 2021, 12:58 PM IST