ଜସପ୍ରୀତ ବୁମ୍ରା ଓ ସଞ୍ଜନା ଗଣେଶନଙ୍କ ସଂଗୀତ ସମାରୋହର VIDEO Viral; ପ୍ରଥମ ଥର ଠୁମକା ଲଗାଇଲେ ବୋଲର

ବୁମ୍ରା ଓ ସଞ୍ଜନାଙ୍କ ସଙ୍ଗୀତ ସମାରୋହର ଏହି ଭିଡିଓରେ ଏହି ଦମ୍ପତି ଜୋରଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସଂଗୀତ ସମାରୋହରେ ବୁମ୍ରା କଳା ଶେରୱାନି ପିନ୍ଧିଥିବାବେଳେ ସଞ୍ଜନା ବାଇଗଣୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି ।

ଜସପ୍ରୀତ ବୁମ୍ରା ଓ ସଞ୍ଜନା ଗଣେଶନଙ୍କ ସଂଗୀତ ସମାରୋହର VIDEO Viral; ପ୍ରଥମ ଥର ଠୁମକା ଲଗାଇଲେ ବୋଲର
ଜସପ୍ରୀତ ବୁମ୍ରା ଓ ସଞ୍ଜନା ଗଣେଶନଙ୍କ ସଂଗୀତ ସମାରୋହର VIDEO Viral
  • News18 Odia
  • Last Updated: March 17, 2021, 1:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ନିକଟରେ କ୍ରୀଡ଼ା ଉପସ୍ଥାପିକା ସଞ୍ଜନା ଗଣେନଙ୍କୁ (Sanjana Ganesan) ବିବାହ କରିଛନ୍ତି । ବିବାହ ପରେ ବୁମ୍ରା ଓ ସଞ୍ଜନା ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଥିଲେ । ତେବେ ବିବାହ ପରେ ଏହି ଦମ୍ପତି ସୋସିଆଲ ମିଡିଆରେ କୌଣସି ଚିତ୍ର ସେୟାର କରିନାହାଁନ୍ତି । ଏହି ସମୟରେ ସେମାନଙ୍କ ବିବାହ, ହଳଦୀ, ମେହେନ୍ଦି ଓ ସଙ୍ଗୀତ ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ଭୟଙ୍କର ଭାବରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଜସପ୍ରୀତ ବୁମ୍ରା ଓ ସଞ୍ଜନାଙ୍କ ସଂଗୀତ ସମାରୋହର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବୁମ୍ରା ଓ ସଞ୍ଜନାଙ୍କ ସଙ୍ଗୀତ ସମାରୋହର ଏହି ଭିଡିଓରେ ଏହି ଦମ୍ପତି ଜୋରଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।ସଂଗୀତ ସମାରୋହରେ ବୁମ୍ରା କଳା ଶେରୱାନି ପିନ୍ଧିଥିବାବେଳେ ସଞ୍ଜନା ବାଇଗଣୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି । ଭିଡିଓରେ ଏହି ଦମ୍ପତି ଡ୍ୟାନ୍ସ ଷ୍ଟେପ୍ ମିଶ୍ରଣ କରୁଥିବା ନଜର ଆସିଛନ୍ତି । ବୁମ୍ରାଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଓ ପ୍ରଶଂସକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି । ବୋଧହୁଏ ଏହାର କାରଣ ହେଉଛି ପ୍ରଶଂସକମାନେ ବୁମ୍ରାଙ୍କୁ ପ୍ରଥମ ଥର ନାଚୁଥିବାର ଦେଖୁଛନ୍ତି ।

ଜସପ୍ରୀତ ବୁମ୍ରା ଓ ସଞ୍ଜନା ଗଣେଶନ ଗୋଆରେ ୧୫ ମାର୍ଚ୍ଚ ୨୦୨୧ ରେ ବିବାହ କରିଥିଲେ । ଗୁରୁଦ୍ୱାରରେ ଉଭୟଙ୍କର ବିବାହର ରୀତିନୀତି ହୋଇଥିଲା । ବିବାହ ସହିତ ଗୋଆରେ ଅନ୍ୟ ସମସ୍ତ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇ ବୁମ୍ରା ଓ ସଞ୍ଜନା ଇନଷ୍ଟାଗ୍ରାମରେ ଲେଖିଥିଲେ, ପ୍ରେମରେ ଅନୁପ୍ରାଣିତ ହୋଇ ଆମେ ଏକାଠି ଏକ ନୂତନ ଯାତ୍ରା ଆରମ୍ଭ କରିଛୁ । ଆଜି ଆମ ଜୀବନର ସବୁଠାରୁ ଖୁସିର ଦିନ ଓ ଆମ ବିବାହ ଓ ଆମ ଖୁସିର ଖବର ଆପଣଙ୍କ ସହ ବାଣ୍ଟି ଆମେ ବହୁତ ଆଶୀର୍ବାଦ କାମନା କରୁଛୁ ।








View this post on Instagram






A post shared by Jasprit Bumrah Fan Club (@jaspritbumrah.93)














ଏହି ଭିଡିଓ ସହିତ ଜସପ୍ରୀତ ବୁମ୍ରା ଓ ସଞ୍ଜନା ଗଣେସନଙ୍କ ହଳଦୀ, ମେହେନ୍ଦୀ, ସଙ୍ଗୀତ ରୀତିନୀତିର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।














View this post on Instagram






A post shared by Shaadiwish (@shaadiwish)






ସଞ୍ଜନା ଗଣେସନ ମଧ୍ୟ ଆଇପିଏଲ ସମୟରେ କେକେଆର ଡାଏରୀ ନାମକ ଶୋ’ର ହୋଷ୍ଟ ହୋଇଥିଲେ । ସେ ୨୦୧୬ ରେ KKR ସହିତ ଜଡିତ ଥିଲେ ଓ ନାଇଟ୍ କ୍ଲବ୍ ନାମକ ଏକ ଶୋ ଆୟୋଜନ କରିଥିଲେ । ସଞ୍ଜନା ଗଣେଶ ଆଇସିସି ବିଶ୍ୱକପ ୨୦୧୯ କୁ ମଧ୍ୟ କଭର୍ କରିଛନ୍ତି । ସଞ୍ଜନା ଗଣେଶନ ମଧ୍ୟ ଇଞ୍ଜିନିୟରିଂ କରିଛନ୍ତି । ଯଦିଓ ସେ ମଡେଲିଂ ଆଡକୁ ମୁହାଁଇଥିଲେ ଓ ୨୦୧୪ ରେ ସେ ମିସ୍ ଇଣ୍ଡିଆର ଫାଇନାଲରେ ପ୍ରବେଶ କରିଥିଲେ । ସଞ୍ଜନା MTV ର ରିଆଲିଟି ସୋ ସ୍ପିଲିଟ୍ସ ଭିଲ୍ଲାରେ ଟିଭିରେ ଡେବ୍ୟୁ କରିଥିଲେ । ୨୦୧୩ ରେ ସଞ୍ଜନା ଗଣେଶନ ଫେମିନା ଗର୍ଜିଅସ୍ ଟାଇଟଲ୍ ଜିତିଥିଲେ ।
Published by: Jagdish Barik
First published: March 17, 2021, 1:21 PM IST