- News18 Odia
- Last Updated :
- Other, India
News 18 Odia Digital
ଜାପାନ: ଆଜି ଲ୍ୟାଣ୍ଡଫଲ କରିବ ଟାଇଫୁନ ନାନମାଡୋଲ । ଦେଶର ଦକ୍ଷିଣାଞ୍ଚଳରେ ଥିବା କ୍ୟୁସୁ ଆଇଲ୍ୟାଣ୍ଡକୁ ହିଟ୍ କରିପାରେ ଭୟଙ୍କର ତୋଫାନ । ଜାପାନ ଏୟାରଲାଇନ୍ସ ଓ ଅଲ ନିପନ ଏୟାରଓ୍ବେଜର ୩୩୫ ବିମାନର ଉଡାଣ ବାତିଲ କରାଯାଇଛି । ଟାଇଫୁନ୍ ନାନମାଡୋଲ ଘଣ୍ଟା ପ୍ରତି ୨୭୦ କିଲୋମିଟର ବେଗରେ ପବନ ବହିବା ସହିତ ଗତି କରୁଛି। ମିଆମି ଦାଇତୋ ଦ୍ବୀପପୁଞ୍ଜ ନିକଟରେ ଏହା ବର୍ତ୍ତମାନ ଗତିଶୀଳ ରହିଛି । କ୍ୟୁସୁ ଆଇଲ୍ୟାଣ୍ଡ ଓ ଦକ୍ଷିଣ କାଗୋସିମାରେ ଏହା ହିଟ୍ କରି ଜାପାନ ଅଭିମୁଖେ ଗତି କରିବ ।
ଜାପାନ ମେଟେରୋଲୋଜିକାଲ ଏଜେନ୍ସି କହିବା ଅନୁଯାୟୀ ସାମୁଦ୍ରିକ ଝଡ଼ ପ୍ରଭାବରେ ଭୟଙ୍କର ଜୁଆର ଉଠିବା ସହ ପ୍ରବଳ ବର୍ଷା ଓ ପବନ ହେବ। ରବିବାର ପୂର୍ବାହ୍ନ ସୁଦ୍ଧା କାଗୋସିମା ଏବଂ ପଡୋଶୀ ମିୟାଜାକିର ୨୫,୬୮୦ ପରିବାର ବିଦ୍ୟୁତ୍ ସଂଯୋଗ ପାଇ ନ ଥିବାବେଳେ ଆଞ୍ଚଳିକ ଟ୍ରେନ୍ ସେବା, ବିମାନ ଏବଂ ଫେରି ଚଳାଚଳ ବାତିଲ ହେବା ପର୍ଯ୍ୟନ୍ତ ବାତିଲ କରାଯାଇଛି ବୋଲି ସ୍ଥାନୀୟ ୟୁଟିଲିଟି ଏବଂ ପରିବହନ ସେବା କହିଛି। ସରକାରଙ୍କ ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟୁସୁରେ ୨.୯ ନିୟୁତ ବାସିନ୍ଦାଙ୍କୁ ସ୍ଥାନାନ୍ତର ପାଇଁ ଚେତାବନୀ ଦିଆଯାଇଛି ଏବଂ କାଗୋସିମା ଅଧିକାରୀ କହିଛନ୍ତି ଯେ ରବିବାର ସକାଳ ସୁଦ୍ଧା ୮,୫୦୦ ରୁ ଅଧିକ ଲୋକ ସ୍ଥାନୀୟ ଆଶ୍ରୟସ୍ଥଳୀରେ ଅଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।