News18 Odia Digital
Zelensky Modi Meet: ଜାପାନରେ ମୋଦିଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ( Ukraine President Volodymyr Zelensky )। ଭୋଲଦମିର ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ( Prime Minister Narendra Modi ) ଭେଟିଛନ୍ତି । ହିରୋସୀମାରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ଉଭୟ ଦେଶର ନେତା ଭେଟଘାଟ ହୋଇଛନ୍ତି । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱ ପାଇଁ ବହୁତ ବଡ଼ ପ୍ରସଙ୍ଗ ଅଟେ । ସାରା ବିଶ୍ୱ ଉପରେ ଏହାର ଅନେକ ପ୍ରକାରର ପ୍ରଭାବ ପଡ଼ୁଛି । ମୁଁ ଏହାକୁ ରାଜନୀତିର ପ୍ରସଙ୍ଗ ବୋଲି ଭାବୁନାହିଁ, ମୋ ପାଇଁ ଏହା ମାନବତାର ପ୍ରସଙ୍ଗ ଅଟେ । ଏହାର ସମାଧାନ ପାଇଁ ଭାରତ ଏବଂ ବ୍ୟକ୍ତିଗତ ଭାବେ ମୋ ଦ୍ୱାରା ଯାହା ବି କିଛି ହୋଇପାରିବ ତାହା ଅବଶ୍ୟ କରିବି । ଆହୁରି ମଧ୍ୟ କହିଛନ୍ତି, ମୁଁ ଏହାକୁ କେବଳ ଏକ ପ୍ରସଙ୍ଗ ଭାବୁନାହିଁ ବରଂ ମୋ ପାଇଁ ଏହା ଅର୍ଥବ୍ୟବସ୍ଥା, ରାଜନୀତି ଓ ମାନବିକତାର ପ୍ରସଙ୍ଗ । ଭାରତ ଯୁଦ୍ଧର ସମାଧାନ ପାଇଁ ଯାହା ବି କରିବାକୁ ହେବ କରିବ | ଯୁଦ୍ଧର ଯନ୍ତ୍ରଣା କ’ଣ ହୋଇଥାଏ ତାହା ଆପଣ ଆମଠାରୁ ଅଧିକ ଜାଣିଥିବେ ।
ଗତ ବର୍ଷ ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଭେଚଟଘାଟ ଅଟେ । କୁହାଯାଉଛି ଯେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଫଳପ୍ରଦ ସାବ୍ୟସ୍ତ ହେବ । ଯେହେତୁ ରୁଷ୍ ସହ ଭାରତର ଘନିଷ୍ଠ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଯୁଦ୍ଧ ସମାପ୍ତି ନେଇ ପୁଣିଥରେ ଅନୁରୋଧ କରିପାରନ୍ତି ।
ପଢନ୍ତୁ ଏହି ଖବର :
Jio,Airtelର ଦମ୍ଦାର ପ୍ଲାନ୍... ୧୦୦ ଟଙ୍କାରେ ଅସୀମିତ କଲ୍; ୨୮ ଦିନର ବୈଧତାପଢନ୍ତୁ ଏହି ଖବର :
OMG ! ବୁଢୀ ହେଲେ ଏମିତି ନଜରରେ ଆସିବେ ଅଭିନେତ୍ରୀ; ଫଟୋ ଦେଖି ହେବେ ଆଶ୍ଚର୍ଯ୍ୟନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।