News18 Odia Digital
Ajab Gajab : ଆପଣ ନିଶ୍ଚୟ ଅନେକ ଧଳା ଅଣ୍ଡା ଦେଖିଥିବେ, ଆପଣ ନିଶ୍ଚୟ ବି ଧଳା ଅଣ୍ଡାକୁ ଖାଇଥିବେ, କିନ୍ତୁ ଆପଣ କେବେ କୁକୁଡାର କଳା ଅଣ୍ଡା ଦେଖିଛନ୍ତି କି ? ଆପଣ କହିବେ ଯେ ଅଣ୍ଡା ପୋଡିଯିବା ପରେ କଳା ହୋଇପାରେ କିନ୍ତୁ ପ୍ରାକୃତିକ ଭାବରେ ଅଣ୍ଡା କଳା ହୋଇପାରିବ ନାହିଁ । କିନ୍ତୁ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖାଯାଏ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆମେ କୁରୁ-ତମାଗୋ ଅଣ୍ଡା ବିଷୟରେ କହୁଛୁ, ଯାହାକୁ ଜାପାନରେ ମଧ୍ୟ କଳା ଅଣ୍ଡା କୁହାଯାଏ ।
ଅଡିଟି ସେଣ୍ଟ୍ରାଲ୍ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ ଜାପାନର ୱାକୁଡାନି ନାମକ ଏକ ଉତ୍ତତ୍ପ ଉପତ୍ୟକା ଅଛି । ଏହା ହାକୋନ ପର୍ବତ ଉପରେ ଅବସ୍ଥିତ । ଯାହା ୩୦୦୦ ବର୍ଷ ପୂର୍ବେ ଆଗ୍ନେୟଗିରି ଉଦ୍ଗୀରଣ ହେତୁ ଏହା ସୃଷ୍ଟି ହୋଇଥିଲା । ଏଠାରେ ଏତେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା ଯେ ଆଜି ବି ଏହି ଅଞ୍ଚଳରେ ଫୁଟୁଥିବା ପାଣିର ଛୋଟ ଛୋଟ ପୋଖରୀ ମଧ୍ୟ ଅଛି । ଏଠାରେ ବସବାସ କରୁଥିବା ଥିବା ଲୋକମାନେ ଏହି ପୋଖରୀରେ କୁକୁଡ଼ା ଅଣ୍ଡାକୁ ଫୁଟାନ୍ତି ଯାହା କଳା ହୋଇ ଯାଇଥାଏ ।
ପଢନ୍ତୁ ପୂରା ଖବର :
ପର୍ଣ୍ଣ ଷ୍ଟାରଙ୍କୁ ଲାଞ୍ଚ ମାମଲା; ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ; ଦେବେ ଜୋରିମାନାକେଉଁ କାରଣରୁ ଅଣ୍ଡା ହୋଇଯାଏ କଳା ?ଏହି କଳା ଅଣ୍ଡାକୁ କୁରୋ ତମାଗୋ କୁହାଯାଏ । ବିଶ୍ୱାସ କରାଯାଏ ଯେ, ଯିଏ ଏହି କଳା ଅଣ୍ଡାକୁ ଖାଏ, ତା’ର ଜୀବନ ୭-୮ ଅଧିକ ବୃଦ୍ଧି ପାଇଥାଏ । କିନ୍ତୁ ପ୍ରଶ୍ନ ଉଠେ ଯଦି କୁକୁଡ଼ା ଅଣ୍ଡା ତ ଗୋଟିଏ, ଏଥିରେ କୌଣସି ବିଶେଷତା ନଥାଏ, ଏବଂ ପାଣିରେ ବି ମଧ୍ୟ ଫୁଟା ଯାଏ, ତେବେ ଏହା କିପରି କଳା ହୋଇଯାଏ ? । ବାସ୍ତବରେ, ଏହି ପାଣିରେ ବହୁତ ଗନ୍ଧକ ଅଛି । ଏହି କାରଣରୁ, ପାଣିରେ ସଲଫର ଡାଇଅକ୍ସାଇଡ୍ ଓ ହାଇଡ୍ରୋଜେନ୍ ସଲଫାଇଡ୍ ସୃଷ୍ଟି ହୁଏ । ଯେତେବେଳେ ଏହି ଜଳ ଅଣ୍ଡାର ଶେଲକୁ ପାଖକୁ ପହଞ୍ଚି ଥାଏ , ଏହା କଳା ହୋଇ ଯାଇଥାଏ । ଏହି ଅଣ୍ଡାରୁ ଗନ୍ଧକର ଗନ୍ଧ ମଧ୍ୟ ଆସେ ।
ପଢନ୍ତୁ ପୂରା ଖବର :
କ୍ରିକେଟ ମଇଦାନରେ ନଜର ଆସିଲେ ଋଷଭ ପନ୍ତଏହି ପାଣିରେ ଅଣ୍ଡାକୁ ବହୁ ପରିମାଣରେ ଫୁଟାଯାଏ ଏବଂ ଅନେକ ଲୋକ ସେଠାକୁ ଯାଇଥାନ୍ତି ଏହି ଅଣ୍ଡାକୁ ଖାଇବାକୁ । ଅଣ୍ତାକୁ ଏକ ବଡ ଧାତୁ ପାତ୍ରରେ ଭରାଯାଇ ଏକ ଘଣ୍ଟା ପାଣିରେ ରଖାଯାଏ । ଜଳର ତାପମାତ୍ରା ପ୍ରାୟ ୮୦ ଡିଗ୍ରୀ ସେଲସିୟସ୍ ରହିଥାଏ । ଏହା ପରେ ସେମାନେ ୧୫ ମିନିଟ୍ ପାଇଁ 100 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବାଷ୍ପିତ କରନ୍ତି । ଅଣ୍ତାଟିକୁ ବାହାରକୁ ଆଣିଲା ବେଳକୁ କଳା ହୋଇ ଯାଇଥାଏ ଓ ଭିତର ରଙ୍ଗ ହଳଦିଆ ରହିଥାଏ । ଲୋକଙ୍କୁ ୩୦୦ ଟଙ୍କାରେ ମିଳୁଛି ୫ ଟି ଅଣ୍ତା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।