ମା’ ଶ୍ରୀଦେବୀଙ୍କୁ ମନେ ପକାଇ ତାଙ୍କ ହାତ ଲେଖା ନୋଟ୍ ଶେୟାର୍ କଲେ ଜାହ୍ନବୀ କପୁର
ଜାହ୍ନବୀ କପୁର ନିଜ ମା’ ଶ୍ରୀଦେବୀଙ୍କର ଅତି ନିକଟ ଥିଲେ । ଶ୍ରୀଦେବୀଙ୍କ ହାତ ଲେଖା ନୋଟରୁ ଜଣାପଡ଼ୁଛି ସେ ଜାହ୍ନବୀଙ୍କୁ କେତେ ଭଲ ପାଉଥିଲେ । ଏହି ନୋଟ୍ ଶେୟାର୍ କରି ଜାହ୍ନବୀ ଭାବପ୍ରବଣ ଭାବରେ ‘‘ମିସ୍ ୟୁ’’ ବୋଲି ଲେଖିଛନ୍ତି ।
ମା’ ଶ୍ରୀଦେବୀଙ୍କ ଫଟୋ ପାଖରେ ଜାହ୍ନବୀ କପୁର୍
- News18 Odia
- Last Updated: February 27, 2021, 4:50 PM IST
ମୁମ୍ବାଇ: ବଲିଉଡରେ (Bollywood) ଅଭିନୟ ସହ ଏକ ସ୍ୱତନ୍ତ୍ର ସ୍ୱୀକୃତି ପାଇଥିବା ଶ୍ରେଷ୍ଠ ତଥା ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଶ୍ରୀଦେବୀ (Sridevi) ତିନି ବର୍ଷ ପୂର୍ବେ ଅର୍ଥାତ୍ ୨୪ ଫେବୃଆରୀ ୨୦୧୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା ଇଣ୍ଡଷ୍ଟ୍ରି ସହିତ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭଙ୍ଗି ପଡ଼ିଥିଲେ । ଶ୍ରୀଦେବୀ ଆଉ ଆମ ମଧ୍ୟରେ ନାହାଁନ୍ତି ବୋଲି ବିଶ୍ୱାସ କରିବା ଲୋକଙ୍କ ପାଇଁ କଷ୍ଟସାଧ୍ୟ ଥିଲା ।
ତାଙ୍କ ମୃତ୍ୟୁ ପରେ ତିନି ବର୍ଷ ବିତିଗଲାଣି । ଏହି ଅବସରରେ ତାଙ୍କ ପରିବାର ଚେନ୍ନାଇରେ ଏକ ପୂଜା କରିଥିଲେ ଓ ତାଙ୍କୁ ସ୍ମରଣ କରିଥିଲେ । ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର (Janhvi Kapoor) ପୁଣି ଥରେ ନିଜ ମା’ଙ୍କୁ ସ୍ମରଣ କରି ଭାବପ୍ରବଣ ହୋଇଥିଲେ । ନିଜ ମା’ଙ୍କୁ ସ୍ମରଣ କରି ଜାହ୍ନବୀ ଏକ ସ୍ୱତନ୍ତ୍ର ପୋଷ୍ଟ୍ ଶେୟାର କରିଥିଲେ ।
ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ ଫୋନ୍ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ଶ୍ରୀଦେବୀଙ୍କ ହାତ ଲେଖା ନୋଟ୍
ଏହି ହାତଲେଖା ନୋଟରୁ ଜଣାପଡ଼େ ଯେ ଶ୍ରୀଦେବୀ ଜାହ୍ନବୀଙ୍କୁ କେତେ ଭଲ ପାଉଥିଲେ । ଏହି ନୋଟ୍ ଶେୟାର୍ କରିବାବେଳେ ଜାହ୍ନବୀ ଭାବପ୍ରବଣ ଭାବରେ ‘‘ମିସ୍ ୟୁ’’ ବୋଲି ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀଭତ୍ସ ହତ୍ୟା; ମହିଳାଙ୍କ ମୁଣ୍ଡ କାଟି ନେଇ ବାକି ଶରୀରକୁ ଫିଙ୍ଗିଦେଲେ ରାସ୍ତାରେ
ଶ୍ରୀଦେବୀ ଜାହ୍ନବୀଙ୍କୁ ନେଇ ଖୁବ୍ ପ୍ରୋଟେକ୍ଟିଭ୍ ଥିଲେ । ଜାହ୍ନବୀଙ୍କ ଡେବ୍ୟୁ ଫିଲ୍ମ ‘ଧଡକ’କୁ ନେଇ ସେ ବହୁତ ଉତ୍ସାହିତ ଥିଲେ । ତାଙ୍କ ଝିଅକୁ ବଡ ପରଦାରେ ଦେଖିବାକୁ ଚାହୁଁଥିଲେ, କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଥିଲା । କିନ୍ତୁ ଜାହ୍ନବୀଙ୍କର ଯଥେଷ୍ଟ ସାହସ ଥିଲା, ଆଉ ନିଜ ମା’ଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କିଛି ଦିନ ପରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ।
ଜାହ୍ନବୀଙ୍କୁ ସବୁ ବେଳେ ଶ୍ରୀଦେବୀଙ୍କ ସହ ତୁଳନା କରାଯାଏ । ଏହା ଜାହ୍ନବୀଙ୍କୁ କ୍ଷତି ପହଞ୍ଚାଏ, କିନ୍ତୁ ଶ୍ରୀଦେବୀ ଏହା ଜାଣିଥିବେ ଯେ ଏହା ଘଟିବ । ସେ ଜାହ୍ନବୀଙ୍କୁ ଏଥି ପାଇଁ ପୂର୍ବରୁ ପ୍ରସ୍ତୁତ କରିଥିଲେ ।
ଦୁବାଇର ଏକ ହୋଟେଲ ରୁମରେ ବାଥ୍ ଟବରେ ବୁଡ଼ି ଶ୍ରୀଦେବୀଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀଦେବୀ ନିଜ ୫୧ ବର୍ଷର ଚଳଚ୍ଚିତ୍ର କରିୟରରେ ପ୍ରାୟ ୩୦୦ ଚଳଚ୍ଚିତ୍ରରେ କାମ କରିଥିଲେ । ଶିଶୁ କଳାକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ଜୁଲି' ।
ଶ୍ରୀଦେବୀଙ୍କୁ ତାଙ୍କର ଶେଷ ୨୦୧୮ ଚଳଚ୍ଚିତ୍ର ‘ଜିରୋ’ରେ ଦେଖିବାକୁ ମିଳିଥିଲା । ସେ ଏହି ଚଳଚ୍ଚିତ୍ରରେ ଏକ କ୍ୟାମେଓ ରୋଲ୍ କରିଥିଲେ ।






