ଅବନ୍ତିପୋରା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ; ଜବତ ହେଲା ୨ଟି ଏକେ-୪୭ ରାଇଫଲ

ଅବନ୍ତିପୋରା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟର ପରେ ସେହି ସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍ ମଧ୍ୟ ଜବତ ହୋଇଛି।

ଏନ୍କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି (ପ୍ରତୀକାତ୍ମକ ଛବି)

ଏନ୍କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଅବନ୍ତିପୋରା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟର ପରେ ସେହି ସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍ ମଧ୍ୟ ଜବତ ହୋଇଛି।

ସୋମବାର ଜମ୍ମୁ-କାଶ୍ମୀରର ଅବନ୍ତିପୋରା ଅଞ୍ଚଳର ରାଜପୋରାଠାରେ ସୀମା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ଏହି ଏନକାଉଣ୍ଟର୍‌ ଘଟିଛି।



ମୃତ ଆତଙ୍କବାଦୀ ଦ୍ବୟ ହେଉଛନ୍ତି ସାହିଦ ରାଥର ଏବଂ ଉମର ୟୁସୁଫ୍‌। ସାହିଦ ଟ୍ରାଲ୍‌ ଅଞ୍ଚଳର ହୋଇଥିବା ବେଳେ ୟୁସୁଫ୍‌ ହେଉଛନ୍ତି ସୋପିଆନା ଅଞ୍ଚଳର।



ଏ ନେଇ କାଶ୍ମୀର ପୋଲିସ୍‌ ସୋମବାର ଏକ ଟ୍ବିଟ୍‌ କରିଛି। 'ଅବନ୍ତିପୋରା ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ୍‌ ଜବତ ହୋଇଛି। ଅପରେସନ୍‌ ଏବେ ବି ଚାଲୁ ଅଛି। ପୁନଶ୍ଚ ସୂଚନା ପାଇଁ ଅପେକ୍ଷା କରାଯାଇଛି' ବୋଲି ଟ୍ୱିଟରେ ଉଲ୍ଲେଖ ରହିଛି।

କଶ୍ମୀର ଆଜିପିଙ୍କ କହିବାନୁସାରେ, ଅନ୍ୟ ଆତଙ୍କବାଦୀ ଅପରାଧକୁ ବାଦ୍‌ ଦେଲେ ସାହିଦ ଜଣେ ମହିଳା ଓ ଜଣେ ସରକାରୀ କର୍ମଚାରୀଙ୍କୁ ହତ୍ୟା କରିଛି।
Published by:Soumya Das
First published: