ପୁଲୱାମାରେ ସବ-ଇନ୍ସପେକ୍ଟରଙ୍କ ହତ୍ୟା କଲେ ଆତଙ୍କବାଦୀ
News18 Odia Digital
Kashmir Killings: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଆଉ ଏକ ହତ୍ୟା କରିଛନ୍ତି। ଏଥର ପୁଲୱାମାରେ ଜଣେ ସବ-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ଘରେ ପଶି ଏହି ହତ୍ୟାକାଣ୍ଡ ଘଟାଇଥିଲେ।
ସବ୍ ଇନ୍ସପେକ୍ଟର ଫାରୁକ୍ ଅହମ୍ମଦ ମୀରଙ୍କୁ ଘରେ ଉପସ୍ଥିତ ଥିବା ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ତାଙ୍କୁ ଘରୁ ଅପହରଣ କରି ନିକଟସ୍ଥ କ୍ଷେତକୁ ନିଆଯାଇ ଗୁଳି ଚଳାଇଥିବା କୁହାଯାଇଛି। ଦୁଇରୁ ତିନି ଜଣ ଆତଙ୍କବାଦୀ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସୂଚନା ଅନୁଯାୟୀ, ସବ୍ ଇନ୍ସପେକ୍ଟର ଫାରୁକ୍ ଅହମ୍ମଦ ମୀର ଆଇଆରପିର ୨୩ତମ ବାଟାଲିୟନରୁ ଆସିଥିଲେ ଓ ତାଙ୍କୁ ବର୍ତ୍ତମାନ CTC Lethiporaରେ ପୋଷ୍ଟ କରାଯାଇଥିଲା।
ଟାର୍ଗେଟ କିଲିଂକୁ ନେଇ ବଢ଼ିଲା ଚିନ୍ତା
ଏହି ଘଟଣାରେ କେଉଁ ସଂସ୍ଥା ପଛରେ ଅଛି, ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। କୁହାଯାଉଛି ଯେ ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଏହା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
ଏହି ଘଟଣାର ପଦ୍ଧତି କିପରି ଟାର୍ଗେଟ କିଲିଂକୁ ନେଇ ଚିନ୍ତା ବଢ଼ାଇ ଦେଇଛି। କାରଣ ଗତ ଏକ ମାସ ମଧ୍ୟରେ ଆତଙ୍କବାଦୀମାନେ ସେହିଭଳି ଅନେକ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଯାହା ପରେ ସୁରକ୍ଷା ବାହିନୀର ଉଦ୍ୟମ ଯୋଗୁଁ ଏହି ପ୍ରକ୍ରିୟା କିଛି ଦିନ ପାଇଁ ବନ୍ଦ ହୋଇଥିଲା, କିନ୍ତୁ ବର୍ତ୍ତମାନ ସବ୍-ଇନ୍ସପେକ୍ଟରଙ୍କ ହତ୍ୟା ପରେ ପୋଲିସ ଓ ସେନା ପାଇଁ ଚ୍ୟାଲେଞ୍ଜ ଆହୁରି ବଢ଼ିଚାଲିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।