J&K Terrorist Attack: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁରକ୍ଷା ବଳ; ଗୁଳି ବିନିମୟ ଜାରି ରହିଛି

ସୁରକ୍ଷା ବାହିନୀ ଦୁଇ ଜଣ ଲଶ୍କର-ଇ-ତୋଇବା (LeT)) ଆତଙ୍କବାଦୀଙ୍କ କାର୍ଯ୍ୟକୁ ବିଫଳ କରିବାରେ ସଫଳ ହୋଇଛନ୍ତି। ଏହି ସୂଚନା କାଶ୍ମୀର ପୋଲିସ ଅଧିକାରୀ ଶୁକ୍ରବାର ଦିନ ଦେଇଛନ୍ତି ।

ଦୁଇ ଜଣ ଲଶ୍କର-ଇ-ତୋଇବା (LeT)) ଆତଙ୍କବାଦୀଙ୍କ କାର୍ଯ୍ୟକୁ ବିଫଳ କଲେ ସୁରକ୍ଷା ବାହିନୀ

ଦୁଇ ଜଣ ଲଶ୍କର-ଇ-ତୋଇବା (LeT)) ଆତଙ୍କବାଦୀଙ୍କ କାର୍ଯ୍ୟକୁ ବିଫଳ କଲେ ସୁରକ୍ଷା ବାହିନୀ

  • Share this:
News18 Odia Digital

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ସୀମା ସୁରକ୍ଷା ବଳ (ବିଏସଏଫ) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କୌଣସି ଯବାନ ଆହତ ହୋଇନାହାଁନ୍ତି। ତେବେ ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଦୁଇଜଣ ଲଶ୍କର-ଇ-ତୋଇବା (LeT)) ଆତଙ୍କବାଦୀଙ୍କ କାର୍ଯ୍ୟକୁ ବିଫଳ କରିବାରେ ସଫଳ ହୋଇଛନ୍ତି। ଏହି ସୂଚନା କାଶ୍ମୀର ପୋଲିସ ଅଧିକାରୀ ଶୁକ୍ରବାର ଦିନ ଦେଇଛନ୍ତି । ସେ କହିଛନ୍ତି ଯେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି। ଏହି ସମୟ ମଧ୍ୟରେ ଭାରତୀୟ ସୈନିକମାନେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ସହ ବାର୍ତ୍ତାଳାପରେ କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ କୁଲଗାମରେ ବିଏସଏଫ କନଭେନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। କେହି ଆହତ ହେବାର ଖବର ନାହିଁ। ତେବେ ଦୁଇ ଆତଙ୍କବାଦୀ ଫାଶରେ ପଡ଼ିଛନ୍ତି। ଗୁଳି ବିନିମୟ ଜାରି ରହିଛି ।

ଗୁରୁବାର ସେ କହିଥିଲେ ଯେ ଏ ପର୍ଯ୍ୟନ୍ତ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟରେ ଦୁଇ ସୁରକ୍ଷା କର୍ମୀ ଓ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି। ବିଶେଷ କଥା ହେଉଛି ସ୍ୱାଧୀନତା ଦିବସ ଯେତିକି ପାଖେଇ ଆସୁଛି ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିଛି। ମଙ୍ଗଳବାର ଆତଙ୍କବାଦୀ ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅତି କମରେ ୧୦ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ ।

ଗୁରୁବାର ଅପରାହ୍ନରେ କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀର ଏକ କନଭେନ ଉପରେ ଆକ୍ରମଣ କରାଯାଇଥିଲା। କୁହାଯାଉଛି ଯେ ଏହି କନଭେନ ଜାମ୍ମୁରୁ ଶ୍ରୀନଗର ଯାଉଥିଲା, ଯାହା ବିଷୟରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କୁଲଗାମ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳର ମାଲପୋରା ଠାରେ ଅବସ୍ଥିତ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ।
Published by:Lipina Das
First published: