କାଶ୍ମୀର ହିନ୍ଦୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ଜାମ୍ମୁ କାଶ୍ମୀର ସରକାରଙ୍କ ବଡ଼ ପଦକ୍ଷେପ
News18 Odia Digital
ଶ୍ରୀନଗର: ନିକଟରେ ଆତଙ୍କବାଦୀ ଏକ ସରକାରୀ କାର୍ଯ୍ୟାଳୟରେ ପ୍ରବେସ କରି କାଶ୍ମୀରୀ ପଣ୍ଡିତ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥି ସହିତ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଟାର୍ଗେଟ କିଲିଂ ଷଡଯନ୍ତ୍ରକୁ ଗମ୍ଭୀରତାର ସହ ଗ୍ରହଣ କରି ସରକାର କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।
ଏହା ଅଧୀନରେ ଉପ ରାଜ୍ୟପାଳ ମନୋଜ ସିହ୍ନା ରବିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ କାଶ୍ମୀରରେ ପୋଷ୍ଟ ହୋଇଥିବା ହିନ୍ଦୁ କର୍ମଚାରୀଙ୍କୁ ସୁରକ୍ଷିତ ଜିଲ୍ଲା ତଥା ତହସିଲ ମୁଖ୍ୟାଳୟରେ ନିୟୋଜିତ କରାଯିବ।
ଜାମ୍ମୁ କାଶ୍ମୀର ପୋଲିସ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବ
ଏହା ସହିତ ରାଜ୍ୟପାଳ ଏହା ମଧ୍ୟ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ପୋଲିସ କାଶ୍ମୀର ହିନ୍ଦୁ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପ୍ୟାକେଜ୍ ଅଧୀନରେ ନିଯୁକ୍ତ କର୍ମଚାରୀଙ୍କ କଲ୍ୟାଣ ଓ ନିରାପତ୍ତା ସହ ଜଡ଼ିତ ସମସ୍ତ ସମସ୍ୟାର ମଧ୍ୟ ପର୍ଯ୍ୟାୟକ୍ରମେ ସମାଧାନ ହେବ।
ପ୍ରଥମ ପର୍ଯ୍ୟାୟରେ ୮୫୯ କର୍ମଚାରୀ ସୁରକ୍ଷିତ ଜିଲ୍ଲାରେ ନିୟୋଜିତ ହେବେ
ଜାମ୍ମୁ କାଶ୍ମୀର ସରକାରଙ୍କ ନୂଆ ରଣନୀତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ଦ୍ୱାରା ୮୫୯ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି କର୍ମଚାରୀମାନେ ୮ ରୁ ୧୦ ଦିନ ମଧ୍ୟରେ ସୁରକ୍ଷିତ ଜିଲ୍ଲା କିମ୍ବା ତହସିଲରେ ପୋଷ୍ଟ କରିବେ। କେବଳ ଏତିକି ନୁହେଁ, ଏହି କର୍ମକର୍ତ୍ତାଙ୍କ ପାଇଁ ସେମାନଙ୍କର କର୍ମକ୍ଷେତ୍ରରେ ଓ କ୍ୟାମ୍ପ ଓ ଭଡ଼ାଘରେ ସମସ୍ତ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ।
କର୍ମଚାରୀଙ୍କ ପଦୋନ୍ନତି ପ୍ରସଙ୍ଗରେ ଉପ ରାଜ୍ୟପାଳ କ’ଣ କହିଛନ୍ତି?
ଏଥି ସହିତ ଉପ ରାଜ୍ୟପାଳ ମଧ୍ୟ କହିଛନ୍ତି ଯେ କର୍ମଚାରୀଙ୍କ ପଦୋନ୍ନତି ପ୍ରସଙ୍ଗରେ ପ୍ରଶାସନିକ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଶୀଘ୍ର ଏହି ବିଷୟଗୁଡ଼ିକ ଉପରେ ଦୃଷ୍ଟି ଦେବେ ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସଚିବାଳୟରେ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଠରୀ ମଧ୍ୟ ପ୍ରସ୍ତୁତ କରାଯାଇଛି।
ଏହି ସମୟରେ ବିଜେପି ପ୍ରତିନିଧି ଦଳ ଉପ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହି ସମୟରେ ଆତଙ୍କବାଦୀମାନେ କାଶ୍ମୀର ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ନେଇ ପ୍ରତିନିଧି ଦଳ ଚିନ୍ତା ପ୍ରକଟ କରିଥିଲେ। ଏଥିସହିତ କାଶ୍ମୀରରେ କାର୍ଯ୍ୟ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷିତ ସ୍ଥାନରେ ରଖାଯିବା ଉଚିତ୍ ବୋଲି ଆତଙ୍କବାଦୀମାନେ ସେମାନଙ୍କ ଯୋଜନାରେ ସଫଳ ନ ହେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।