୮ ଘଣ୍ଟାରେ ଉଧମପୁରରେ ଦୁଇଟି ବିସ୍ଫୋରଣ; ୨ରୁ ଅଧିକ ଗୁରୁତର

ଉଧମପୁର ପୁରୁଣା ବସ୍‌ ଷ୍ଟାଣ୍ଡ୍‌ରେ ଥିବା ଗୋଟାଏ ବସ୍‌ରେ ଆଉ ଗୋଟାଏ ବିସ୍ଫୋରଣ ଘଟି ସମଗ୍ର ଅଞ୍ଚଳ ଥରି ଉଠିଛି। ଗତ ୮ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ବିତୀୟ ବିସ୍ଫୋରଣ।

ଉଦ୍ଧମପୁରରେ ବିସ୍ଫୋରଣ (ପ୍ରତୀକାତ୍ମକ ଛବି)

ଉଦ୍ଧମପୁରରେ ବିସ୍ଫୋରଣ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉଧମପୁରରେ ପୁଣି ଥରେ ବୋମାମାଡ଼ରେ ହୋଇଛି।ଏହି ବିସ୍ଫୋରଣରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଥମ ବିସ୍ଫୋରଣ ଗତକାଲି ରାତି ୧୦ ଟା ୩୦ ସମୟରେ ଦୋମୈଲ୍‌ରେ ଘଟିଥିବାବେଳେ ଆଜି ଆଉ ଏକ ବିସ୍ଫୋରଣ ପ୍ରାୟ ଦିନ ୫ଟା ୪୦ ସମୟରେ ଉଧମପୁରର ମୁଖ୍ୟ ବସଷ୍ଟାଣ୍ଡ ନିକଟରେ ଘଟିଥିଲା। ବିସ୍ଫୋରଣରେ ବସ୍ ଛିନଭିନ ହୋଇଯାଇଛି।

ବିସ୍ଫୋରଣ ପରେ ଆଖପାଖର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବସର ଛାତ ସହିତ ବସର ଗ୍ଲାସ ମଧ୍ୟ ନଷ୍ଟ ହୋଇଯାଇଥିଲା। ସୁରକ୍ଷା ଏଜେନ୍ସି ଏହି ଘଟଣାର ତୀବ୍ର ଅନୁସନ୍ଧାନ କରୁଛି।

ସୁରକ୍ଷା ଏଜେନ୍ସି ଜାମ୍ମୁ କାଶ୍ମୀର ପୋଲିସ ଓ CRPF ଘଟଣାସ୍ଥଳରେ ପହଞ୍ଚି ଶେଷରେ କିପରି ବିସ୍ଫୋରଣ ଘଟିଛି ତାହା ଅନୁସନ୍ଧାନ କରାଯାଉଛି। ଡିଜି ମହମ୍ମଦ ସୁଲେମାନ ଚୌଧରୀ କହିଛନ୍ତି ଯେ ଅନୁସନ୍ଧାନ ଚାଲିଛି, ଆମେ ମଧ୍ୟ ଏହି ଦିଗରୁ ଅନୁସନ୍ଧାନ କରୁଛୁ। ଏହା ଆତଙ୍କବାଦୀ କାର୍ଯ୍ୟ କି ନୁହେଁ?  କିନ୍ତୁ ଏହା ନିଶ୍ଚିତ ଭାବରେ ଲୋକଙ୍କୁ କୁହାଯିବ ଯେ ଭୟର ଆବଶ୍ୟକତା ନାହିଁ। ଉଧମପୁରକୁ ସତର୍କ କରାଯାଇଛି।
Published by:Soumya Das
First published: