News 18 Odia Digital
ସ୍ୱାଧୀନତା ଦିବସ ପୂର୍ବରୁ ଜାମ୍ମୁ କାଶ୍ମୀରର ପାରଗଲରେ ଉରି ଆକ୍ରମଣ ଭଳି ଷଡଯନ୍ତ୍ର ବିଫଳ ହୋଇଛି ଏଠାରେ କିଛି ଆତଙ୍କବାଦୀ ସେନା ଶିବିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସୁରକ୍ଷା ବାହିନୀ ଏହାକୁ ରୋକିବାରେ ସଫଳ ହୋଇଛନ୍ତି ଓ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିରେ ତିନି ଯବାନ ସହିଦ ହୋଇଛନ୍ତି ।
ରାଜଗାଲୀ ଠାରୁ ୨୫ କିଲୋମିଟର ଦୂରରେ ପାରଗଲ କ୍ୟାମ୍ପ । ୧୧ ରାଷ୍ଟ୍ରିୟ ରାଇଫଲରୁ ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ସେନା ଶିବିରରେ ଆତ୍ମଘାତୀ ଆକ୍ରମଣ କରିଥିଲେ। ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
୨୦୧୬ ରେ ଉରି ଆକ୍ରମଣ୨୦୧୬ ରେ ପାକିସ୍ତାନରୁ ଆସିଥିବା ଜୈଶ-ଏ-ମହମ୍ମଦଙ୍କ ଚାରିଜଣ ଆତଙ୍କବାଦୀ ଜାମ୍ମୁ କାଶ୍ମୀରର ଊରି ରେ, ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଏଥିରେ ୧୯ ଜଣ ସୈନିକ ସହିଦ ହୋଇଥିଲେ। ଏହି ସମୟରେ ୧୯-୩୦ ସୈନିକ ଆହତ ହୋଇଥିଲେ। ସମସ୍ତ ଚାରି ଜଣ ଆତଙ୍କବାଦୀ ମାନେ ମଧ୍ୟ ନିହତ ହୋଇଥିଲେ। ଏହାର ଜବାବରେ ଭାରତ ପୋକରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରି ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ନଷ୍ଟ କରି ଦେଇଥିଲା।
ବୁଧବାର ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେଏହାପୂର୍ବରୁ ବୁଧବାର ଦିନ ସୁରକ୍ଷା ବାହିନୀ ବୁଦଗାମରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ନିହତ ଆତଙ୍କବାଦୀମାନେ ଲଶ୍କରଙ୍କର ଥିଲେ। କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଦୀର୍ଘ ଦିନ ଧରି ସୁରକ୍ଷା ବାହିନୀ ତାଙ୍କୁ ଖୋଜୁଥିଲେ। ଲାଟିଫ୍ ୧୦ ବର୍ଷ ହେଲା ସକ୍ରିୟ ଥିଲା । ସେ ୨୦୧୨ ଶ୍ରୀନଗର ରାଜପଥ ଆକ୍ରମଣରେ ମଧ୍ୟ ଜଡିତ ଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।